ରାଜ୍ୟସ୍ତରୀୟ ଗୋଲାପ ପ୍ରଦର୍ଶନୀରେ ୨୫ ପ୍ରକାର ଫୁଲ, ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ OUAT ନିଆରା ପ୍ରୟାସ

Published By : Prameya-News7 Bureau | March 04, 2020 IST

ଭୁବନେଶ୍ବର ୦୪।୦୩ : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ OUAT ପକ୍ଷରୁ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଗୋଲାପ ଫୁଲ ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ପ୍ରାୟ ୨୫ ପ୍ରକାର ଗୋଲାପ ଫୁଲ ପ୍ରଦର୍ଶନ କରାଯାଇଛି । ଓୟୁଏଟି ଉଦ୍ୟାନ କୃଷି ବିଭାଗ, ହର୍ଟିକଲଚରାଲ୍‌ ସୋସାଇଟି ସହ ଓଡ଼ିଶା ଗୋଲାପଫୁଲ ସୋସାଇଟିର ମିଳିତ ଉଦ୍ୟମରେ ରାଜ୍ୟରେ ଗୋଲାପ ଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ଏହା ଏକ ନିଆରା ପୟାସ ବୋଲି କୁହାଯାଇଛି।

{"id":232806,"sizeSlug":"large"}

ଗୋଟେ ଯାଗାରେ ଏତେ ରଙ୍ଗର ଆଉ ଏତେ ପ୍ରକାରର ସୁନ୍ଦର ଗୋଲାପ ଦେଖିଲେ କାହାରି ବି ଦିଲ୍‌ ଖୁସ୍‌ ହୋଇଯିବ । ଇଏ ହେଉଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ OUAT ପରିସର । ଯେଉଁଠି ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଗୋଲାପ ଫୁଲ ପ୍ରଦର୍ଶନୀ । ଆଉ ଏଇ ପ୍ରଦର୍ଶନୀରେ ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୨୪ ପ୍ରକାରର ଗୋଲାପ ଫୁଲ୍‌ର ସମ୍ଭାର ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଯେଉଁଥିରେ ରହିଛି ଡବଲ ଡିଲାଇଟ୍‌, ଏଡି ମିଚାଲ, ମୁନ୍‌ଷ୍ଟୋନ୍‌, ଗ୍ରାଣ୍ଡି ଫ୍ଲୋରା, ପରପେଟୁଆଲ୍‌, କ୍ଲାଇମ୍ବର ଭଳି ଅନେକ ପ୍ରଜାତିର ସୁନ୍ଦର ସୁନ୍ଦର ଗୋଲାପ ଫୁଲ ।

{"id":232807,"sizeSlug":"large"}

ଏଠାକୁ ଆସୁଥିବା ଦର୍ଶକମାନେ ପ୍ରଦର୍ଶନୀ ବୁଲି ଦେଖିବା ସହ ଗୋଲାପ ଚାଷର ପ୍ରଣାଳୀ ସମ୍ପର୍କରେ ମଧ୍ୟ ଜ୍ଞାନ ପାଇପାରୁଛନ୍ତି । ଓୟୁଏଟି ଉଦ୍ୟାନ କୃଷି ବିଭାଗ, ହର୍ଟିକଲଚରାଲ୍‌ ସୋସାଇଟି ସହ ଓଡ଼ିଶା ଗୋଲାପଫୁଲ ସୋସାଇଟିର ମିଳିତ ଉଦ୍ୟମରେ ରାଜ୍ୟରେ ଗୋଲାପଫୁଲ ଚାଷକୁ ପ୍ରୋତ୍ସାହିତ କରିବାକୁ ଏହା ଏକ ନିଆରା ପୟାସ ବୋଲି କହିପାରିବା ।

{"id":232808,"sizeSlug":"large"}

ଓଡ଼ିଶାରେ ଗୋଲାପଫୁଲର ଚାହିଦାକୁ ଦେଖି ବୈଜ୍ଞାନିକ ପ୍ରଣାଳୀରେ ଗୋଲାପ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଉଛି । କିଭଳି ଚାଷୀମାନେ ଗୋଲାପ ଚାଷ କରି ଅଧିକ ରୋଜଗାର କ୍ଷମ ହୋଇପାରିବେ ସେନେଇ ସେମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.