ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ମର୍ସିଡିଜ ଓ ବିଏମଡବ୍ଲୁଠୁ ବି ଦାମୀ ଗୋଲାପ, କିଣିପାରନ୍ତିନି ଧନୀରୁ ଧନୀ ବ୍ୟକ୍ତି, ଦାମ୍ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ…

7/02/2023 at 1:45 PM

ନୂଆଦିଲ୍ଲୀ ୦୭।୦୨ : ଆଜିଠୁ ଆରମ୍ଭ ଭାଲେଣ୍ଟାଇନ୍ ସପ୍ତାହ, ପ୍ରଥମ ଦିନ ଅର୍ଥାତ୍ ୭ ଫେବୃଆରୀକୁ ରୋଜ ଡେ ଭାବେ ପାଳନ କରିଥାନ୍ତି ପ୍ରେମୀ ଯୁଗଳ । ଏହି ଦିନ ଯୁବକ ଯୁବତୀମାନେ ନିଜ ପ୍ରିୟ ଲୋକଙ୍କୁ ରୋଜ୍ ଦେଇ ନିଜର ମନର ଭାବନା ପ୍ରକାଶ କରନ୍ତି । ରୋଜ ଡେ’ରେ ସବୁଠାରୁ ଶସ୍ତା ଗୋଲାପ ମଧ୍ୟ ମହଙ୍ଗା ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ ଫୁଲ ବିଷୟରେ ?

ସମଗ୍ର ବିଶ୍ୱରେ ୧୬ଟି ଅଲଗା ଅଲଗା ରଙ୍ଗର ଗୋଲାପ ଦେଖିବାକୁ ମିଳିଥାଏ । ଏଥିରୁ ଅନେକ ନିଜର ରଙ୍ଗ ଏବଂ ବାସ୍ନା ପାଇଁ ପ୍ରସିଦ୍ଧ । ଜୁଲିଏଟ୍ ରୋଜ୍ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଗୋଲାପ । ଆପଣ ଏହି ଗୋଲାପ ଫୁଲର ଦାମ୍ କେତେ ଅନୁମାନ କରିପାରିବେ କି ? ସମ୍ଭବତ ନୁହେଁ । ଜୁଲିଏଟ୍ ରୋଜର ମୂଲ୍ୟ ଏତେ ଅଧିକ ଯେ ଜଣେ ଧନୀରୁ ଧନୀ ବ୍ୟକ୍ତି ମଧ୍ୟ ଏହାକୁ କିଣି ପାରିବେ ନାହିଁ । ଗୋଟିଏ ଜୁଲିଏଟ୍ ରୋଜର ଦାମ୍ ହେଉଛି ୧୧୨ କୋଟି । ଜୁଲିଏଟ୍ ରୋଜ ୧୫ ବର୍ଷରେ ଥରେ ଫୁଟିଥାଏ ।

ଖବର ଅନୁଯାୟୀ, ଅଷ୍ଟିନ ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ଜୁଲିଏଟ୍ ରୋଜର ଚାଷ ଆରମ୍ଭ କରିଥିଲେ । ସେ ଏହାକୁ ଭିନ୍ନ ଉପାୟରେ ଚାଷ କରିବାକୁ ପ୍ରୟାସ କରିଥିଲେ ।  କୁହାଯାଏ ଯେ ସେ ବିଭିନ୍ନ ପ୍ରକାରର ଗୋଲାପ ମିଶାଇକୁ ଏକ ନୂଆ ରୋଜ୍ ପ୍ରସ୍ତୁତ କରିଥିଲେ ଏବଂ ତାହାର ନାଁ ଦେଇଥିଲ ଜୁଲିଏଟ୍ । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗୋଲାପ ବଢାଇବାକୁ ଅଷ୍ଟିନକୁ ୧୫ ବର୍ଷ ସମୟ ଲାଗିଥିଲା । ଏହି ଫୁଲ ପ୍ରଥମେ ୨୦୦୬ ରେ ଦୁନିଆର ସାମ୍ନାକୁ ଆସିଥିଲା ।

   Related Posts