ନନ୍ଦନକାନନରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ‘ରୋପ୍ ଓ୍ବେ’, ଶନିବାରଠୁ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ

Published By : Prameya-News7 Bureau | November 17, 2023 IST

ବାରଙ୍ଗ ୧୭।: ୧୨ବର୍ଷ ଅପେକ୍ଷାର ଘଟିଲା ଅନ୍ତ । ଦୀର୍ଘବର୍ଷ ପରେ ଚାଲିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ରୋପ୍ ୱେ । କାଞ୍ଜିଆ ନାଳ ଉପରେ ଥିବା ରୋପ୍ ଓ୍ବେକୁ ୧୮ମାସ ମଧ୍ୟରେ ଦାମୋଦର ରୋପ୍‌ ଓ୍ବେ ଇନ୍ଫ୍ରା ଲିମିଟେଡ଼ ପ୍ରସ୍ତୁତ କରିଥିବା ବେଳେ ଦୁଇ ଥର ଏନ୍.ଡି.ଆର୍.ଏଫ୍ ଟିମ୍ ଦ୍ଵାରା ମକ୍ ଡ୍ରିଲ୍ କରାଯାଇଥିଲା ।

ଶୁକ୍ରବାର ଅପରାହ୍ନରେ ପ୍ରାଣୀ ଉଦ୍ୟାନରେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଏହାର ଶୁଭ ଉଦଘାଟନ କରିଛନ୍ତି । ଜଟଣୀ ବିଧାୟକ ସୁରେଶ ରାଉତରାୟ ଏବଂ ଉତ୍ତର ବିଧାୟକ ସୁଶାନ୍ତ ରାଉତ ସମେତ ସମସ୍ତ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ରୋପ୍ ୱେରେ ଅତିଥି ଏବଂ ପର୍ଯ୍ୟଟକମାନେ ବୁଲାବୁଲି କରିଥିଲେ । ଏହା ସରକାରଙ୍କ ଏକ ସୁନ୍ଦର ପଦକ୍ଷେପ ବୋଲି ଅତିଥି କହିଥିଲେ । ଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ରୋପ୍ ୱେ ଥିବାବେଳେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ରୋପ୍ ୱେ ଚାଲୁ କରାଯାଇଛି । ରୋପ୍ ୱେ ଟିକେଟ୍ ମୂଲ୍ୟ ୧୨୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହାର ମୂଲ୍ୟ ୧୨୦ ଟଙ୍କା ରହିଛି ।

ଆଗକୁ ନୂଆବର୍ଷ ଥିବାରୁ ପର୍ଯ୍ୟଟକଙ୍କ ସମାଗମ ବଢିବ । ତେଣୁ ଶନିବାର ଠାରୁ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କୁ ରୋପ୍ ୱେ ଭେଟି ଦେଇଛନ୍ତି ସରକାର ।

You Can Read :

wp:embed {"url":"https://www.prameyanews7.com/crpf-jawan-martyred-landmine-explosion-jharkhand/","type":"wp-embed","providerNameSlug":"prameya-news-7"}
https://www.prameyanews7.com/crpf-jawan-martyred-landmine-explosion-jharkhand/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.