ବୀରଭୂମ ହିଂସା ମାମଲା: ଗୃହରେ ପ୍ରସଙ୍ଗ ଉଠାଇ ଭାବୁକ ହେଲେ ରୂପା ଗାଙ୍ଗୁଲି, CBI ତଦନ୍ତ ନିର୍ଦ୍ଦେଶକୁ କଲେ ସ୍ୱାଗତ

Published By : Prameya-News7 Bureau | March 25, 2022 IST

ନୂଆଦିଲ୍ଲୀ ,୨୫/୦୩ : ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବିଜେପି, କମ୍ୟୁନିଷ୍ଟ, କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ଗୁଡିକ ମମତା ସରକାରଙ୍କୁ କାଠଗଡାରେ ଠିଆ କରିଛନ୍ତି । ଅନ୍ୟପଟେ ମମତା ବାନାର୍ଜୀଙ୍କୁ ମଧ୍ୟ କୋଲକାତା ହାଇକୋର୍ଟରୁ ଝଟକା ଲାଗିଛି। ବୀରଭୂମ ହିଂସା ଘଟଣାର ସିବିଆଇକୁ ହସ୍ତାନ୍ତର କରିବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟିର ତଦନ୍ତକୁ ବନ୍ଦ କରାଯାଇଛି।

ଅନ୍ୟପଟେ ବୀରଭୂମ ହିଂସା ଘଟଣାକୁ ସଂସଦରେ ଆରମ୍ଭ ହୋଇଛି ବିତର୍କ । ଶୁକ୍ରବାର ସଂସଦରେ ଏହି ପ୍ରସଙ୍ଗକୁ ଉଠାଇଥିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି । ହାଇକୋର୍ଟ ମାମଲାରେ ସ୍ୱତଃ ସଜ୍ଞାନ ନେଇ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି । ବିଜେପି ସାଂସଦ କହିଥିଲେ, ପଶ୍ଚିମବଙ୍ଗରେ ହିଂସାର ମାହୋଲ ଏବଂ ରାଜ୍ୟ ସରକାର କୌଣସି ତଦନ୍ତ ଉପରେ ଲୋକଙ୍କ ବିଶ୍ୱାସ ନାହିଁ । ଏହାସହ ଗୃହରେ ବୀରଭୂମ ହିଂସା କଥା ଉଠାଇ କାନ୍ଦି ପକାଇଥିଲେ ବିଜେପି ସାଂସଦ ରୂପା ଗାଙ୍ଗୁଲି। ଏହାସହ ଏହି ମାମଲାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଭାବୁକ ଅପିଲ କରିଥିଲେ ବିଜେପି ସାଂସଦ।

wp:html /wp:html

ରୂପା ଗାଙ୍ଗୁଲି ଅଭିଯୋଗ କରିଥିଲେ ପଶ୍ଚିମବଙ୍ଗରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ସ୍ଥିତି ସଙ୍ଗୀନ । ପଶ୍ଚିମବଙ୍ଗରେ ଗଣମାଧ୍ୟମର ସ୍ଥିତି ସଙ୍ଗୀନ, ଲୋକେ ପଳାୟନ କରୁଛନ୍ତି। ପ୍ରଶାସନକୁ ଲୁଚୁଛନ୍ତି, କାଳେ ପୋଲିସ ଧରିବ ପଚାରିବ ଏବଂ ଟିଏମସିର ଗୁଣ୍ଡାମାନେ ହତ୍ୟା କରିବେ । ଏସବୁ ଭୟ ଭିତରେ ରହୁଛନ୍ତି ପଶ୍ଚିମବଙ୍ଗବାସୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.