Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ରୋନାଲ୍ଡୋଙ୍କୁ ବଡ ଆଶ୍ୱସ୍ତି, ୧୨ ବର୍ଷ ତଳର ଦୁଷ୍କର୍ମ ମାମଲାରେ ମିଳିଲା ମୁକ୍ତି

13/06/2022 at 8:56 AM

ନୂଆଦିଲ୍ଲୀ ୧୩/୦୬: ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବଡ ଆଶ୍ୱସ୍ତି । ଏକ ଦୁଷ୍କର୍ମ ମାମାଲରେ ତାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି । ୧୨ ବର୍ଷ ତଳେ ଜଣେ ମହିଳା ରୋନାଲ୍ଡୋଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଯାହା ପରେ ଦୀର୍ଘ ବର୍ଷ ଧରି ମାମଲା କୋର୍ଟରେ ଚାଲିଥିଲା । ତେବେ ଆମେରିକାର ଏକ କୋର୍ଟ ମାମଲାରୁ ଷ୍ଟାର୍ ପୁଟବଲରଙ୍କୁ ମୁକ୍ତ କରିଛନ୍ତି ।

ସୂଚନାନୁସାରେ, କ୍ୟାଥରିନ୍ ମେୟୋରଗା ନାମକ ଜଣେ ମହିଳା ଦାବି କରିଥିଲେ ଯେ, ୨୦୦୯ରେ ଲସ୍ ଭେଗାସରେ ତାଙ୍କୁ ରୋଲାନ୍ଡୋ ଦୁଷ୍କର୍ମ କରିଥିଲେ । ଏହି ଅଭିଯୋଗକୁ ରୋନାଲ୍ଡୋ ଖଣ୍ଡନ କରିଥିଲେ । ଏହାସହ କ୍ୟାଥରିନ୍ ରୋନାଲ୍ଡୋଙ୍କଠୁ ୩୭୫ ହଜାର ଡଲାର କ୍ଷତିପୂରଣ ମାଗିଥିଲେ । ପରେ ମାମଲା କୋର୍ଟରେ ପହଁଚିଥିଲା ।

ଏବେ କୋର୍ଟ ମାମଲାରେ ରାୟ ଶୁଣାଇଛନ୍ତି । ୪୨ ପୃଷ୍ଠାର ନିର୍ଦ୍ଦେଶନାମାରେ କୋର୍ଟ କହିଛନ୍ତି ଯେ, କ୍ୟାଥରୀନଙ୍କ ଓକିଲ ନିୟମଅନୁସାରେ କୌଣସି ମାମଲା ଲଢିନାହାଁନ୍ତି । ଅଭିଯୋଗର ପ୍ରକ୍ରିୟା ଠିକ୍ ନୁହେଁ । ମାମଲାକୁ ଆଗକୁ ବଢାଯାଇ ପାରିବ ନାହିଁ । ଏହାସହ କୋର୍ଟ ମାମଲାକୁ ରବ୍ଦ କରିଦେଇଥିଲେ । ୨୦୧୯ରେ ମଧ୍ୟ କୋର୍ଟ ରୋନାଲ୍ଡୋଙ୍କ ବିରୋଧରେ କେବଳ ସନ୍ଦେହ ଆଧାରରେ ମାମଲା ରୁଜୁ କରାଯାଇପାରିବ ନାହିଁ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ରୋନାଲ୍ଡୋ ହେଉଛନ୍ତି ବିଶ୍ୱର ଜଣେ ଶ୍ରେଷ୍ଠ ଫୁଟବଲର । କିଛିଦିନ ପୂର୍ବରୁ ସେ ନିଜର ପୁରୁଣା କ୍ଲବ୍ ମାଞ୍ଚେଷ୍ଟର୍ ୟୁନାଇଟେଡକୁ ଫେରିଥିଲେ ।

   Related Posts