ହଲିଉଡ୍‌ର ଟାରଜନ୍‌ଙ୍କ ସ୍ତ୍ରୀଙ୍କୁ ଛୁରିଭୁଷି ହତ୍ୟା କଲା ପୁଅ-ପୁଲିସ ଗୁଳିରେ ମୃତ

Published By : Prameya-News7 Bureau | October 18, 2019 IST

ଲସ୍‌ଆଞ୍ଜେଲସ୍‌ - ହଲିଉଡ୍‌ରେ ଟାରଜନ୍‌ ସିନେମାରେ ଟାରଜନ୍‌ ଭୂମିକାରେ ଅଭିନୟ କରିଥିବା ଲୋକପ୍ରିୟ ତଥା ଭେଟେରାନ୍‌ ଅଭିନେତା ରନ୍‌ ଏଲିଙ୍କ ସ୍ତ୍ରୀ ଲୁଦିନ ଏଲିଙ୍କୁ ତାଙ୍କରି ପୁଅ ଛୁରି ଭୁଷି ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି ।

କାଲିଫର୍ଣ୍ଣିଆରେ ଥିବା ତାଙ୍କରି ବଙ୍ଗଳାରେ ଏହି ଘଟଣା ଘଟିଛି । ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ଦମ୍ପତିଙ୍କର ପୁଅ କାମରନ୍‌ ଏଲି ଏହି କାଣ୍ଡ ଘଟାଇଛି । କାମରନ୍‌ ଜଣେ ଭଲ ଛାତ୍ର ସହ ଫୁଟବଲ ଖେଳାଳୀ । ସେ କୌଣସି କାରଣରୁ ତାଙ୍କ ମାଆଙ୍କୁ ଅନେକ ଥର ଛୁରି ଭୁଷି ବାପରେ ପୁଲିସକୁ କଲ୍‌ କରିଥିଲା।

ତାଙ୍କ ପିଲା ରନ୍‌ ତାଙ୍କ ମାଆଙ୍କୁ ହତ୍ୟା କରିଥିବା ଫୋନ୍‌ରେ ପୁଲିସକୁ କଲ୍‌ କରି କହିଥିଲେ। ଏହାପର ସେଠାରେ ସାଣ୍ଟାବାରବାରେର ଶେରିଫ୍‌ ବା ପୁଲିସ ଅଧିକାରୀ ପହଞ୍ଚିଥିଲେ। ଏହି ସମୟରେ ରନ୍‌ ପୁଲିସ ଅଧିକାରୀଙ୍କ ପାଇଁ ବିପଦ ବା ଆକ୍ରମଣାତ୍ମକ ଥିବାରୁ ତାଙ୍କୁ ଗୁଳି କରାଯାଇଥିଲା ବୋଲି ସାଣ୍ଟାବାରବାର ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଶେରିଫ(ପୁଲିସ) କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୁଲିସ ତାଙ୍କର ଘରକୁ ଘେରିଯାଇଥିଲେ। ତଲାସୀ ଅଭିଯାନ ଚାଲିଥିବା ବେଳେ ଅଭିଯୁକ୍ତ କାମେରନ୍‌ ଆକ୍ରମଣାତ୍ମକ ହୋଇଥିଲେ ।ସେ ଛୁରି ଧରିଥିବାରୁ ସୁରକ୍ଷାକର୍ମୀ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମାତ୍ର ଅଭିନେତା ରନ୍‌ ଏଲି ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ସେ ପୁଅର ଆକ୍ରମଣରେ ଅଳ୍ପମାତ୍ରାରେ ଆହତ ହୋଇଥିଲା । ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଛି ।
ରନ୍‌ ଟାରଜନ୍‌ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ସ୍ତ୍ରୀ ମଡେଲ୍‌ ସହ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.