ଗୁରୁ ଗଙ୍ଗାଧର ନାଟ୍ୟ ମଣ୍ଡପ ନାଁରେ ଠକେଇ ଅଭିଯୋଗ
12/05/2018 at 5:36 AM

କୋଣାର୍କଠାରେ ଥିବା ଗୁରୁ ଗଙ୍ଗାଧର ନାଟ୍ୟ ମଣ୍ଡପ ଅନୁଷ୍ଠାନ ନାଁରେ ଠକେଇ ଅଭିଯୋଗ ହୋଇଛି । ଆଉ ଅଭିଯୋଗ ଆଣିଛନ୍ତି ଜଣେ ବିଦେଶିନୀ । ସେ ହେଉଛନ୍ତି ରୋମାନିଆର ଏଲିନା । ନାଚ ଶିଖେଇବା ନାଁରେ ତାଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଠକିନିଆଯାଇଥିବା ଏଲିନା ଅଭିଯୋଗ କରିଛନ୍ତି । ଏ ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ସେ । ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।