ଦିନେ IAS ଚାକିରି ଛାଡି ଆରମ୍ଭ କରିଥିଲେ ବ୍ୟବସାୟ, ଏବେ ୧୪ ହଜାର କୋଟି ଟଙ୍କାର ମାଲିକ

Published By : Prameya-News7 Bureau | August 21, 2021 IST

ନୂଆଦିଲ୍ଲୀ ୨୧/୦୮ : ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ହେବାକୁ କିଏ ବା ନଚାହେଁ । IAS ପାଇବା ଅନେକ ଛାତ୍ରଛାତ୍ରୀଙ୍କର ସ୍ବପ୍ନ ଥାଏ । କିନ୍ତୁ ଏଭଳି ମଧ୍ୟ କିଛି ପ୍ରତିଭା ଅଛନ୍ତି ଯେଉଁମାନେ ସମ୍ମାନଜନକ ଆଇଏଏସ୍‌ ଚାକିରି ଛାଡି ବ୍ୟବସାୟ କରିବାକୁ ସ୍ଥିର କରିଥିଲେ । କେବଳ ଯେ ବ୍ୟବସାୟ କରିଛନ୍ତି ତାହା ନୁହେଁ ବରଂ ଆରମ୍ଭ କରିଥିବା ବିଜ୍‌ନେସକୁ ଆଜି ସିଖରରେ ପହଞ୍ଚାଇପାରିଛନ୍ତି । ସେହିଭଳି ଜଣେ ଯୁବ ପ୍ରତିଭାବାନ୍‌ ବ୍ୟବସାୟୀ ରୋମାନ୍ ସାଇନୀ ।

{"width":782,"height":547}

ରୋମାନ୍‌ ଜଣେ ପ୍ରତିଭା ସମ୍ପନ୍ନ ଯୁବକ । ସେ ମାତ୍ର ୧୬ ବର୍ଷ ବୟସରେ ଏମ୍ସ ମେଡିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ସେ UPSC ପରୀକ୍ଷାରେ କୃତକାର୍ଯ୍ୟ ହେବା ସହିତ ଆଇଏଏସ୍‌ ଚାକିରି ପାଇଥିଲେ । କିନ୍ତୁ ବ୍ୟବସାୟ କରିବା ନିଶା ତାଙ୍କୁ ଆଇଏସ୍‌ ହେବାକୁ ବାରଣ କରିଥିଲା । ଶେଷରେ ସେ ଚାକିରି ଛାଡି ଆରମ୍ଭ କରିଥିଲେ ନିଜର ଏକ ବ୍ୟବସାୟ । ସ୍ବପ୍ନ ଥିଲା ଜଣେ ସଫଳ ବ୍ୟବସାୟୀ ହେବା । ଆଜି ତାହାକୁ ପ୍ରମାଣିତ କରି ଦେଖାଇଛନ୍ତି ରୋମାନ୍‌ । ନିଜ ଉଦ୍ୟମ ବଳରେ ସେ ଆଜି ୧୪ ହଜାର କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି ।

roman-saini-left-ias-officer-job-to-create-a-rs-14000-crore-company-unacademy

ସୂଚନାଯୋଗ୍ୟ, ରୋମାନ୍ ସାଇନୀ ରାଜସ୍ଥାନର କୋଟପୁତଲି ସ୍ଥିତ ରାଇକରନପୁରର ବାସିନ୍ଦା। ରୋମାନ୍ ସାଇନୀଙ୍କ ମା ଜଣେ ଗୃହିଣୀ ଏବଂ ପିତା ଜଣେ ଇଞ୍ଜିନିୟର । ସେ ଏମବିବିଏସ୍ ଶେଷ କରିବା ପରେ, NDDTCରେ ଜୁନିୟର ରେସିଡେଣ୍ଟ ଭାବେ  କାର୍ଯ୍ୟ ଆରମ୍ଭ କରିଥିଲେ । ୨୨ ବର୍ଷ ବୟସରେ, ଆଇଏଏସ୍ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ ସେ । ଏହା ପରେ ମାତ୍ର ୨୩ ବର୍ଷ ବୟସରେ ପ୍ରଶାସନିକ ସେବକ ହୋଇଥିଲେ । ସେ ଆଇଏଏସ୍ ପରୀକ୍ଷାରେ ସମଗ୍ର ଦେଶରେ ୧୮ତମ ରାଙ୍କ ହାସଲ କରିଥିଲେ  ।

ବର୍ତ୍ତମାନ ରୋମାନ୍ ଦେଶର ଅନେକ ଗରିବ ପିଲାଙ୍କୁ ଅନଲାଇନ୍ ରେ ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସାହାଯ୍ୟ କରୁଛନ୍ତି । ପ୍ରାୟ ୬ ବର୍ଷ ପୂର୍ବରୁ ଚାକିରି ଛାଡି ନିଜ କମ୍ପାନୀ ଅନ୍‌ଏକାଡେମୀ ଖୋଲିଥିଲେ । ଏନେଇ ରୋମାନ୍ ସାଇନୀ କହିଛନ୍ତି କି, ‘୨୦୧୧ ମସିହାରେ ଯେତେବେଳେ ମୁଁ ଡାକ୍ତର ଭାବେ କିଛି ମେଡିକାଲ କ୍ୟାମ୍ପକୁ ଯାଇଥିଲି ସେତେବେଳେ ମୁଁ ଅନୁଭବ କଲି ଯେ ଦାରିଦ୍ର୍ୟ ଏକ ବିପଜ୍ଜନକ ପ୍ରସଙ୍ଗ । ସେମାନଙ୍କ ସ୍ୱାସ୍ଥ୍ୟ, ସଫା ସୁତରା ଏବଂ ପରିମଳ ବ୍ୟବସ୍ଥା ସହ ଜଳ ସମସ୍ୟା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଥିଲା। ଏହି ମୁଖ୍ୟ ସମସ୍ୟାଗୁଡିକ ନିର୍ଣ୍ଣୟ କରାଯିବା ଆବଶ୍ୟକ ବୋଲି ଭାବିଥିଲି । ଜଣେ ଡାକ୍ତର ହେବା ସହ ମୁଁ ଏହି ସମସ୍ୟାର ସମାଧାନ କରିପାରିଲି ନାହିଁ। ସେତେବେଳେ ମୁଁ ସ୍ଥିର କଲି ଯେ ମୋ ଦେଶର ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସିଭିଲ ସର୍ଭିସରେ ଯୋଗଦେବା ଆବଶ୍ୟକ ।’

-18-

କାରଣ ଦେଶରେ ଏପରି ଅନେକ ପିଲା ଅଛନ୍ତି ଯେଉଁମାନେ ପାଠ ପଢାରେ ବହୁତ ଭଲ, କିନ୍ତୁ ଉପଯୁକ୍ତ ମାର୍ଗଦର୍ଶନ ଅଭାବରୁ ସେମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବାକୁ ଅସମର୍ଥ ହେଉଛନ୍ତି । ଏଥିପାଇଁ ମାଗଣା ଅନଲାଇନ୍ କୋଚିଂ ମାଧ୍ୟମରେ ଏହିପରି ଯୁବକମାନଙ୍କୁ ସାହାଯ୍ୟ କରିବେ ବୋଲି ରୋମାନ୍ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ 'ଅନଏକାଡେମୀ ଖୋଲିଥିଲେ। ଅନଏକାଡେମୀ ହେଉଛି ଏକ ଅନଲାଇନ୍ କୋଚିଂ ୱେବସାଇଟ୍ ଯାହା ସେ ତାଙ୍କ ବନ୍ଧୁ ଗୌରବ ମୁଞ୍ଜାଲଙ୍କ ସହିତ ଚଳାନ୍ତି । ରୋମାନ୍ ବର୍ତ୍ତମାନ ସେହି ଛାତ୍ରମାନଙ୍କୁ ଅନଲାଇନ୍ ମାଗଣା କୋଚିଂ ଦେଉଛନ୍ତି ଯେଉଁମାନେ ସିଭିଲ୍ ସର୍ଭିସରେ ଯୋଗଦେବାକୁ ଇଚ୍ଛୁକ ଅଛନ୍ତି ।

-ias

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.