କାର ପରେ ଏବେ ମହୁ ଉତ୍ପାଦନ କରୁଛନ୍ତି Rolls Royce, ୪୨ ଏକର ଫାର୍ମରେ ହେଉଛି ଚାଷ
30/04/2020 at 3:11 PM

ବିଶ୍ୱର ବିଳାଶମୟ କାର ନିର୍ମାତା ରୋଲସ ରୟସ୍ ଏବେ କୃଷି ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏଥିରେ ମହୁ ଚାଷକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱର ସର୍ବତ୍କୃଷ୍ଟ ବୋଲି ଦାବି କରୁଛନ୍ତି। ମିଳିଥିବା ରିପୋର୍ଟ ମୁତାବକ ରୋଲସ ରୟସ୍ ଗୁଡଉଡ୍ ଇପିରିସ୍ଥିତ ୪୨ ଏକର ଫାର୍ମରେ ଏହି ମହୁ ଚାଷ କରିଛନ୍ତି।

ବ୍ରିଟେନ ୱେଷ୍ଟ ସସେକ୍ସର ଗୁଡଉଡରେ ଥିବା ରୋଲସ ରୟସ୍ ଏବେ ଜର୍ମାନ ବାହନ ନିର୍ମାତା ବିଏମଡବ୍ଲୁଙ୍କ ମାଲିକାନାଧୀନ। ରୋଲସ୍ ରୟଲସର ସତ୍ତ୍ୱାଧିକାର ହାସଲ କରିବା ପରେ ଏଠାରୁ ବିଏମଡବ୍ଲୁ ତାଙ୍କର ଲୋକପ୍ରୀୟ ମଡେଲ ଫ୍ୟାଣ୍ଟମ,କୁଲିନାନ, ଘୋଷ୍ଟ, ୱ୍ରାଥ ଓ ଡନ୍ ଆଦି ମଡେଲର ଉତ୍ପାଦନ କରିବା ସହ ରପ୍ତାନୀ ମଧ୍ୟ କରୁଛନ୍ତି। ତେବେ ଚୀନ ଉହାନରୁ ବ୍ୟାପିଥିବା କରୋନା ସଂକ୍ରମଣ ଏବେ ସମଗ୍ର ବିଶ୍ୱର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ ପରିଦୃଶ୍ୟ ବଦଳାଇ ଦେଇଛି।

କରୋନା ଭାଇରସ୍ ବ୍ୟାପିବା ପରଠାରୁ ଏପର୍ଯ୍ୟନ୍ତ ବିଶ୍ୱର ୨ଶହରରୁ ବି ଅଧିକ ଦେଶକୁ ସଂକ୍ରମିତ କରିଥିବା ବେଳେ ସାରା ବିଶ୍ୱରେ ୨ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣଘାତକ ହେଲାଣି। ଏଥିରେ ବଡବଡ ବାଣିଜ୍ୟିକ ସଂସ୍ଥାମାନେ ଦୋହଲି ଯିବାସହ ସେମାନଙ୍କୁ ବ୍ୟବସାୟିକ କ୍ଷେତ୍ର ପରିବର୍ତ୍ତନ ଲାଗି ବାଧ୍ୟ କରିଛି। କରୋନାରେ ବିଶ୍ୱ ଅଟୋମୋବାଇଲ ସେକ୍ଟର ଗୁରୁତର ପ୍ରଭାବିତ ହୋଇଛି। ଏଣୁ ବାହନ ନିର୍ମାତାମାନେ ସେମାନଙ୍କ ଭିତ୍ତିଭୂମିକୁ ଅନ୍ୟ ବ୍ୟବସାୟ ସହ ସଂଯୁକ୍ତକରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ଏଥିରେ ରୋଲସ ରୟସଙ୍କ ମହୁକୁ ଉଦାହରଣ ଭାବେ ନିଆଯାଇପାରେ ବୋଲି ଅର୍ଥନୈତିକ ବିଶ୍ଲେଷକମାନେ କହିଛନ୍ତି।