scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାର୍ ଦୁନିଆର ‘ତାଜମହଲ’, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ  !

24/08/2023 at 3:40 PM

ନୂଆଦିଲ୍ଲୀ ୨୪।୦୮: ଲଗୁଜୁରୀ କାର୍ ‘ରୋଲ୍ସ-ରୋଏସ୍’ । କାର ଦୁନିଆର ବାଦଶାହ । ପାଓ୍ବାରଫୁଲ୍ ଇଞ୍ଜିନ୍ ଆଉ ଜବରଦସ୍ତ ଲୁକ୍ସ ପାଇଁ ସାରା ବିଶ୍ବରେ ଚର୍ଚ୍ଚିତ ।  ଏବେ କମ୍ପାନୀ ନିଜ ପୋର୍ଟଫୋଲିଓ ଯୋଡିଛି ଆଉ ଏକ ମଡେଲ୍ । ଯାହାର ନାଁ ହେଉଛି Rolls-Royce Drop Tail ।

ଏହା ହେଉଛି ଦୁନିଆର ସବୁଠାରୁ ଦାମୀ କାର୍ । ବର୍ତ୍ତମାନ କମ୍ପାନୀ ଏହାର ପୋର୍ଟଫୋଲିଓରେ ରୋଲ୍ସ-ରୋଏସ୍ ଡ୍ରପ୍ ଟେଲରେ ଏକ ଜବରଦସ୍ତ କାର ଅନ୍ତର୍ଭୁକ୍ତ କରିଛି ।  ଲଭ୍ ଆଉ ରହସ୍ୟର କନସେପ୍ଟକୁ ନେଇ ଏହି କାରକୁ କୁହାଯାଉଛି କାର୍‌ ଦୁନିଆର ତାଜମହଲ । 

ବ୍ରିଟିଶ୍ ଲଗଜୁରୀ କାର ନିର୍ମାତା ରୋଲ୍ସ-ରୋଏସ୍ ଡ୍ରପଟେଲ ରୋଡଷ୍ଟାର ମଡେଲ୍ ଲଞ୍ଚ କରିଛି । ଯାହା ଲା ରୋଜ୍ ନାଏର୍ ନାଁରେ ମଧ୍ୟ ଜଣାଶୁଣା । ଏହାର ଦାମ୍ ୩୦ ମିଲିୟନ୍ ଡଲାରରୁ ଅଧିକ । ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୨୫୦ କୋଟି ଟଙ୍କା ।

ଏହାକୁ ଦୁନିଆର ସବୁଠାରୁ ମହଙ୍ଗା କାରରେ ପରିଣତ କରିଛି । ଦାମ୍ ଦୃଷ୍ଟିରୁ ଲା ରୋଜ୍ ନୋଏର୍ ବର୍ତ୍ତମାନ ସବୁଠାରୁ ଦାମୀ କାର ରୋଲ୍ସ-ରୋଏସ୍ ବୋଟ ଟେଲ୍କୁ ପଛରେ ପକାଇଛି ।  ଯାହାର ଦାମ୍ ୨୮ ମିଲିୟନ୍ ଡଲାର ଅର୍ଥାତ୍ ୨୩୨କୋଟି ୭୩ ଲକ୍ଷ ରହିଥିଲା ।

କାରଟି ରେଡ୍ ଓ ବ୍ଲାକ୍ ଥିମ୍ରେ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ଏହି କଲର୍ ବେଶ୍ ଲଗଜୁରୀ ଲୁକ୍ ଦେଉଛି ।  ଡ୍ରପ୍ ଟେଲ୍ ହେଉଛି ରୋଲ୍ସ-ରୋଏସ୍ ବ୍ରାଣ୍ଡର ପ୍ରଥମ ୨-ସିଟର ରୋଡଷ୍ଟର୍ । ଏହାର ଆଗ ଡିଜାଇନ୍ ବେଶ୍ ପାରମ୍ପାରିକ । ଯାହାକୁ ଦୂରରୁ ଦେଖିଲେ ଅନୁମାନ କରିପାରିବେ ଯେ ରୋଲ୍ସ-ରୋଏସ୍ ଆସୁଛି । ଯଦିଓ କାରର ଆଗ ଗ୍ରିଲରେ କମ୍ପାନୀ ସାମାନ୍ୟ ପରିବର୍ତ୍ତନ କରିଛି । ରୋଲ୍ସ-ରଏସ୍ର ଫ୍ରଣ୍ଟ ସିଧା ରହୁଥିବା ବେଳେ ଡ୍ରପ୍ ଟେଲ୍ର ଗ୍ରିଲ୍ ସାମାନ୍ୟ ବଙ୍କା ରହିଛି ।

କମ୍ପାନୀ ପ୍ରଥମ ଥର ପାଇଁ ଇସ୍ପାତ, ଆଲୁମିନିୟମ୍ ଏବଂ କାର୍ବନଫାଇବରେ ତିଆରି ହୋଇଛି ଏହାର ଚେଚିସ୍ । ଏହି କାରର ଲମ୍ବ 5.3 ମିଟର ଏବଂ ମୋଟେଇ 2.0 ମିଟର । ରୋଲ୍ସ-ରୋଏସ୍ ଡ୍ରପ୍ ଟେଲରେ କମ୍ପାନୀ ଏହାର ପାରମ୍ପାରିକ ଟ୍ୱିନ୍-ଟର୍ବୋ ଚାର୍ଜଡ୍ 6.75 ଲିଟର V12 ଇଞ୍ଜିନ୍ ବ୍ୟବହାର କରିଛି । ଯାହା ୬୦୧ ଏଚପି ଶକ୍ତି ଏବଂ 840Nm ଟର୍କ ସୃଷ୍ଟି କରେ ।

ଯଦିଓ କମ୍ପାନୀ ଏହି କାରର ପର୍ଫମାନ୍ସ ବିଷୟରେ କୌଣସି ସୂଚନା ଦେଇନାହିଁ କିନ୍ତୁ କୁହାଯାଏ କି ଏହି କାର ମାତ୍ର ୫ ସେକେଣ୍ଡରେ ୧୦୦ କିଲୋମିଟରରୁ ଅଧିକ ସ୍ପିଡ୍ରେ ଯାଇପାରିବ ।  ଏହାର ଟପ୍ ସ୍ପିଡ୍ ଘଣ୍ଟାପ୍ରତି ୨୫୦ କିଲୋମିଟର ବେଗରେ ଗତି କରିଥାଏ ।

You Can Read:

   Related Posts