ବାଲିଯାତ୍ରା ପଥ ଉତ୍ସବରେ ରୋଲ୍ ବଲ୍ ସ୍କେଟିଂକୁ ଲୋକପ୍ରିୟ କରିବାକୁ ପ୍ରୟାସ

Published By : Prameya-News7 Bureau | November 19, 2019 IST

କଟକ ୧୯।୧୧: କଟକ ପଥ ଉତ୍ସବରେ ରୋଲ୍ ବଲ୍ ସ୍କେଟିଂକୁ ଲୋକପ୍ରିୟ କରିବାକୁ ପ୍ରୟାସ । ଭାରତରେ ଏହି ଖେଳ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅନ୍ତର୍ଜାତୀୟ ସ୍ତରରେ ଯେତିକି ଲୋକପ୍ରିୟ ହୋଇପାରିଛି । ଭାରତରେ ସେତିକି ଲୋକପ୍ରିୟ ହୋଇପାରି ନାହିଁ । ଏବେ ଭାରତରେ ରୋଲ୍ ବଲ୍ ସ୍କେଟିଂର ବିଶ୍ବ ଚାମ୍ପିଅନସିପ୍ ଆୟୋଜିତ ହେବାକୁ ଯାଉଥିବା ବେଳେ, ବାଲିଯାତ୍ରା ଭଳି ଏକ ବଡ ପ୍ଲାଟ୍‌ଫର୍ମରେ ଏହାକୁ ଆଦୃତ କରିବାର ପ୍ରୟାସ ଆରମ୍ଭ ହୋଇଛି ।

{"id":186687,"sizeSlug":"large"}

ରୋଲ୍ ବଲ୍ ସ୍କେଟିଂ ମାନେ ସ୍କେଟିଂ ସହ ବାସ୍କେଟ୍ ବଲ୍ ଖେଳର ମଜା । ପାଦରେ ସ୍କେଟ୍‌ସ ଲଗାଇ ହାତରେ ବାସ୍କେଟ୍ ବଲ୍ ଡ୍ରିବଲିଂ କରି ସ୍କୋର କରିବାକୁ ପଡେ ଏହି ଖେଳରେ । ଭାରତରେ ହିଁ ପ୍ରଥମେ ଏହି ଖେଳ ଆରମ୍ଭ ହୋଇଥିଲା । ଏବେ ବିଶ୍ୱରେ ୫୧ଟି ଦେଶ ଏହି ଖେଳ ଖେଳୁଛନ୍ତି । ମାତ୍ର ଭାରତରେ ଏହା ଏତେଟା ଲୋକପ୍ରିୟ ହୋଇ ପାରିନି । ତେଣୁ ବାଲିଯାତ୍ରାର ପଥ ଉତ୍ସବ ଭଳି ଅବସରରେ ଏହି ଖେଳକୁ ଲୋକପ୍ରିୟ କରିବାର ପ୍ରୟାସ ଆରମ୍ଭ ହୋଇଛି ।

{"id":186688,"sizeSlug":"large"}

ଭୁବନେଶ୍ୱରରେ ଏହି ଖେଳ ପ୍ରତି ପିଲାମାନଙ୍କର ବେଶ୍ ଆଗ୍ରହ ଦେଖିବାକୁ ମିଳୁଛି । ସେପଟେ କଟକରେ ପ୍ରଶସ୍ତ ଯାଗା ଅଭାବରୁ ଏହି ଖେଳ ଖେଳିବା ସହଜ ହେଉନଥିବା ଖେଳାଳିମାନେ କହିଛନ୍ତି ।

{"id":186689,"sizeSlug":"large"}

ଆଗକୁ ଚେନ୍ନାଇରେ ରୋଲ୍ ବଲ୍ ସ୍କେଟିଂ ବିଶ୍ୱକପ୍ ଖେଳାଯିବାକୁ ଅଛି । ତେଣୁ ଏହି ଖେଳକୁ ଅଧିକରୁ ଅଧିକ ଲୋକ ଜାଣିଲେ ଏହି ବିଶ୍ୱକପ୍ ପ୍ରତି ସେମାନଙ୍କର ଆଗ୍ରହ ସୃଷ୍ଟି ହୋଇପାରିବ ବୋଲି ଖେଳ ସହ ଜଡିତ ଲୋକମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.