suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏହି ୬ ଷ୍ଟେଟ୍‌ଙ୍କ ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ, ସବୁଠି ହେଉଛି କଡ଼ା ଟକ୍କର

4/11/2020 at 9:21 PM

ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ ପରେ ମତଗଣନା ଆରମ୍ଭ ହୋଇଯାଇଛି। ଏଥିରେ ଭୋଟଗଣନାର ପ୍ରଥମ ଦିନରେ ଟେକ୍ସାସ ଓ ଫ୍ଲୋରିଡା ଭଳି ରାଜ୍ୟମାନଙ୍କର ନିର୍ବାଚନ ଫଳାଫଳ ହାତକୁ ଆସିସାରିଲାଣି। ହେଲେବି ଏପରି କେତେକ ଷ୍ଟେଟ ଅଛନ୍ତି ଯେଉଁମାନଙ୍କର ଫଳାଫଳ ଉପରେ ନିର୍ଭର କରୁଛି ଦେଶର ଆଗାମୀ ରାଷ୍ଟ୍ରପତିଙ୍କ ଭାଗ୍ୟ।

ଆମେରିକାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ରିପବ୍ଲିକାନ ଓ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ମୁକାବିଲା ହେଉଛି। ଏଥିରେ ୬ଟି ରାଜ୍ୟର ଭୋଟ ରାଷ୍ଟ୍ରପତି ନିର୍ବାଚନ ଲାଗି ନିର୍ଣ୍ଣାୟକ ହୋଇପାରେ। ଏହି ସବୁ ରାଜ୍ୟ ହେଉଛନ୍ତି ପେନସିଲଭାନିଆ, ୱିସ୍କିନସନ୍, ମିଚିଗାନ, ଜର୍ଜିଆ, ନର୍ଥ କାରୋଲିନା ଓ ନେଭେଡା। ଏହି ରାଜ୍ୟମାନଙ୍କର ଫଳାଫଳରୁ ଆଗାମୀ ରାଷ୍ଟ୍ରପତି କିଏ ହେବ ତାହା ସ୍ପଷ୍ଟ ହୋଇଯିବ।

ପେନସିଲଭାନିଆ  
୧୯୮୮ ମସିହା ପରେ ପେନସିଲଭାନିଆରୁ ବିଜୟୀ ହେବାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ରିପବ୍ଲିକାନ ପ୍ରାର୍ଥୀ ଥିଲେ। ଏଠାରୁ ଟ୍ରମ୍ପ ଯଦିଓ ବିଜୟୀ ହୋଇଥିଲେ ତଥାପି ଭୋଟ ଅନ୍ତର ବେଶି ନଥିଲା। ଏଥର ଦୁଇ ଦଳ ଏଠାରେ ଟକ୍କର ଦେଉଛନ୍ତି। ଏଠାରେ ୭୫ ପ୍ରତିଶତ ମତଦାତା ମତଦାନ କରିଥିବା ବେଳେ ଏଥିରୁ ୨୯ଲକ୍ଷ ୬୯ ହଜାର ୫୦୪ଟି ଭୋଟ ଟ୍ରମ୍ପଙ୍କ ଖାତାରେ ପଡିଛି। ଏହାର ବିପରୀତ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବିଡେନଙ୍କୁ ୨୩ଲକ୍ଷ ୫୦ ହଜାର ୬୬୪ଟି ଭୋଟ ମିଳିଛି। ଏଠାରେ ମତଗଣନା ଏବେବି ସରିନି। ଏଣୁ ବଳକା ଭୋଟ ହୁଏତ ଡେମୋକ୍ରାଟଙ୍କ ଖାତାକୁ ଯାଇପାରେ ବୋଲି ଆକଳନ କରାଯାଉଛି।

ୱିସ୍କିନସନ୍‌
୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଟ ଟ୍ରମ୍ପ ଏଠାରୁ ବହୁମତରେ ନିର୍ବାଚିତ ହୋଇଥିଲେ। ପ୍ରାୟ ୩ ଦଶନ୍ଧୀ ପରେ ଏଠାକାର ଭୋଟର ପ୍ରଥମ ଥର ରିପବ୍ଲିକାନ ପାର୍ଟି ପାର୍ଥୀଙ୍କୁ ସମର୍ଥନ କରିଥିଲେ। ଏଠାରେ ହିଲାରୀ କ୍ଲିଣ୍ଟନଙ୍କୁ ଟ୍ରମ୍ପ ୩୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ତେବେ ଚଳିତ ନିର୍ବାଚନରେ ଏଠାରେ ପରିସ୍ଥିତି ଭିନ୍ନ। ଏଠାରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବିଡେନ ପ୍ରତିଦ୍ୱନ୍ଦ୍ୱୀ ଟ୍ରମ୍ପଙ୍କୁ ପଛରେ ପକାଇ ଆଗରେ ଚାଲିଛନ୍ତି। ଏଠାରେ ପ୍ରଥମ ଦିନ ଗଣନାରେ ୯୭ ପ୍ରତିଶତ ଭୋଟ ଗଣତି ହୋଇସାରିଲାଣି। ଏଥିରୁ ବିଡେନ ୧୬ଲକ୍ଷ ୩୦ ହଜାର ୩୩୭ ଭୋଟ ହାତେଇଥିବା ବେଳେ  ଏପର୍ଯ୍ୟନ୍ତ ରିପବ୍ଲିକାନ ପ୍ରାର୍ଥୀ ୧୬ଲକ୍ଷ ୯ ହଜାର ୬୪୦ଟି ଭୋଟ ପାଇଛନ୍ତି। ବାକି ଭୋଟ ଗଣନା ପରେ ଏଠାକାର ରାଜନୈତିକ ସ୍ଥିତି ସ୍ପଷ୍ଟ ହୋଇଯିବ।    

ମିଚିଗାନ
ଏହି ରାଜ୍ୟକୁ ଡେମୋକ୍ରୋଟିକଙ୍କ ଗଡ଼ ବୋଲି ମନେ କରାଯାଏ। ହେଲେ ଗତ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବହୁତ କମ୍ ଭୋଟ ବ୍ୟବଧାନରେ ଏଠାରୁ ଜିତିଯାଇଥିଲେ। ଡେମୋକ୍ରାଟ୍ ପ୍ରାର୍ଥୀଙ୍କଠାରୁ ମାତ୍ର ୧୦ ହଜାର ୭୦୪ ଭୋଟରେ ଟ୍ରମ୍ପ ବିଜୟୀ ହୋଇଥିଲେ। ଏଠାରେ ମତଗଣନାର ପ୍ରଥମ ଦିନରେ ୮୬ ପ୍ରତିଶତ ଭୋଟଗଣନା ସରିଲାଣି। ଏଥିରେ ଟ୍ରମ୍ପଙ୍କ ଖାତାରେ ୨୪ଲକ୍ଷ ୯ ହଜାର ୨୭୪ ଭୋଟ ପଡିଥିବା ବେଳେ ଡେମୋକ୍ରାଟିକ ପ୍ରାର୍ଥୀଙ୍କୁ ମିଳିଛି ୨୩ଲକ୍ଷ ୮୨ ହଜାର ୮୫୮ ଭୋଟ ମିଳିଛି। ବଳକା ୧୪ ପ୍ରତିଶତ ଭୋଟ ହୁଏତ ଡେମୋକ୍ରାଟଙ୍କ ଖାତାକୁ ଯାଇପାରେ ବୋଲି ଆଶାକରାଯାଉଛି।

ଜର୍ଜିଆ
ଏଠାରେ ରିପବ୍ଲିକାନ ଓ ଡେମୋକ୍ରାଟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଦେଖାଯାଇଛି। ଏଠାରେ ଏପର୍ଯ୍ୟନ୍ତ ୯୨ ପ୍ରତିଶତ ମତଗଣନା ସରିଥିବା ବେଳେ ଏଥିରୁ ୨୩ଲକ୍ଷ ୮୪ ହଜାର ୩୦୧ ଭୋଟ ଟ୍ରମ୍ପଙ୍କ ଖାତାକୁ ଯାଇଛି। ସେହିପରି ବିଡେନ୍‌ ୨୨ଲକ୍ଷ ୮୦ ହଜାର ୫୪୧ ଭୋଟ ହାସଲ କରିଛନ୍ତି। ଏଠାରେ ଖୁବଶୀଘ୍ର ଭୋଟ ଗଣନା ସରିବ ବୋଲି ଆଶା କରାଯାଉଛି।

ନର୍ଥ କାରୋଲିନା
ଡୋନାଲ୍ଡ ଟ୍ରମ୍ପ ଏଠାରୁ ୨୦୧୬ ନିର୍ବାଚନରେ ବିଜୟୀ ହୋଇଥିଲେ। ଏଥର ମଧ୍ୟ ନର୍ଥକାରୋଲିନାକୁ ନିଜର କରି ରଖିବାକୁ ଚାହାନ୍ତି। ହେଲେ ବିଡେନ ଏଠାରେ ତାଙ୍କୁ କଡ଼ା ଟକ୍କର ଦେଉଛନ୍ତି। ଏଠାରେ ଏପର୍ଯ୍ୟନ୍ତ ୯୫ପ୍ରତିଶତ ଭୋଟ ଗଣନା ସରିଲାଣି। ଏଥିରୁ ଟ୍ରମ୍ପ  ୨୭ଲକ୍ଷ ୩୨ ହଜାର ୧୨୦ ଭୋଟ ପାଇଥିବା ବେଳେ ବିଡେନ ୨୬ଲକ୍ଷ ୫୫ ହଜାର ୩୮୩ଟି ଭୋଟ ମିଳିଛି।


ନେଭଡା
ଗତ ୨୦୧୬ ନିର୍ବାଚନରେ ଟ୍ରମ୍ପ ଏଠାରୁ ସ୍ୱଳ୍ପମତରେ ହାରିଥିଲେ। ହେଲେ ଏଥର ଯେପରି ଚୁକ୍ ନୁହଏ ସେଥିଲାଗି ଟ୍ରମ୍ପ ଖୁବ୍ ଉଦ୍ୟମ କରିଛନ୍ତି। ହେଲେବି ଡେମୋକ୍ରାଟିକ ପ୍ରାର୍ଥୀ ଏଠାରେ ଆଗରେ ଚାଲିଛନ୍ତି। ଏଠାରେ ଏପର୍ଯ୍ୟନ୍ତ ୮୬ ପ୍ରତିଶତ ଭୋଟ ଗଣନା ସରିଲାଣି। ମିଳୁଥିବା ଫଳାଫଳରୁ ବିଡେନ ୫ଲକ୍ଷ ୮୮ ହଜାର ୨୫୨ ଭୋଟ ହାସଲ କରିଥିବା ବେଳେ ଟ୍ରମ୍ପ ମଧୟ ୫ଲକ୍ଷ ୮୦ ହଜାର ୬୦୫ ଭୋଟ ସହ ସାମାନ୍ୟ ପଛରେ ଅଛନ୍ତି।

ତେବେ ଦେଶରେ ରାଷ୍ଟ୍ରପତି ନିର୍ବାଚନରେ ଡାକ ଦ୍ୱାରା ହୋଇଥିବା ଭୋଟ ଏଥର ନିର୍ଣ୍ଣାୟକ ହେବ ବୋଲି ଆଶଙ୍କା କରାଯାଉଛି। କରୋନା ଓ ଅନ୍ୟାନ୍ୟ କାରଣ ଯୋଗୁ ଅନେକ ଭୋଟର ଡାକଭୋଟ ଦେଇଛନ୍ତି। ଏହି ଭୋଟ ଗଣନା ପରେ ଦେଶର ନୂଆ ରାଷ୍ଟ୍ରପତି କିଏ ହେବ ତାହା ସ୍ପଷ୍ଟ ହେବ।

   Related Posts