ସୁସ୍ମିତାଙ୍କ Ex ବୟଫ୍ରେଣ୍ଡ ହାତରେ ଲାଗିଲା ଦମ୍ଦାର ପ୍ରୋଜେକ୍ଟ ,ଏହି ଫିଲ୍ମରେ କରିବେ ଡେବ୍ୟୁ
7/09/2022 at 1:15 PM

ମୁମ୍ଵାଇ ୦୭।୦୯: ସୁସ୍ମିତା ସେନଙ୍କ ପୂର୍ବତନ ପ୍ରେମିକ ରୋହମନ ଶଲଙ୍କୁ ସମସ୍ତ ଜାଣନ୍ତି । ଦୁହିଁଙ୍କ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ରୋହମନ ଖୁବ୍ ଶୀଘ୍ର OTT ରେ ଏକ ଫିଲ୍ମ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି। ରୋହମନ ଦୀର୍ଘ ଦିନ ଧରି ମଡେଲ ଭାବରେ କାର୍ଯ୍ୟ କରିଆସୁଛନ୍ତି। ମଡେଲିଂ କ୍ୟାରିୟର ସହିତ ସେ ବର୍ତ୍ତମାନ ଅଭିନୟ ଜଗତରେ ନିଜର ଯାଦୁ ଦେଖାଇବାକୁ ଯାଉଛନ୍ତି । ଏକ ଫିଲ୍ମରେ କାଶ୍ମୀରୀ ବାଳକ ଭୂମିକାରେ ରୋହମାନ ଶାଲ ନଜର ଆସିବେ।
ଏକ ଅନଲାଇନ୍ ସାକ୍ଷାତକାରରେ ରୋହମନ ତାଙ୍କ ନୂତନ ଫିଲ୍ମ ବିଷୟରେ କହିଥିଲେ ଏବଂ ତାଙ୍କ କ୍ୟାରିୟରକୁ ନେଇ ବହୁତ କିଛୀ ଖୁଲାସା କରିଥିଲେ।ତାଙ୍କ ଅଭିନୟ ଡେବ୍ୟୁର କାହାଣୀ ଏକ ଚମତ୍କାର । ଏହି ଫିଲ୍ମ ଜାମ୍ମୁ କାଶ୍ମୀର ସହ ଜଡିତ ହେବ। ଫିଲ୍ମରେ କାଶ୍ମୀରୀ ବାଳକ ଭୂମିକାରେ ଦେଖିବେ। ବର୍ତ୍ତମାନ ସେ ମୁଁ କାଶ୍ମୀର ଗସ୍ତରେ ଯାଇଛନ୍ତି। ତେଣୁ ଏହି ଚରିତ୍ର କରିବା ଟିକେ କଷ୍ଟକର। କିନ୍ତୁ ଫିଲ୍ମ ବିଷୟରେ ଅଧିକ ସୂଚନା ଦେବାକୁ ମନା କରି ଦେଇଛନ୍ତି । ଶେଷରେ ସୂଚନା ଦେଇଛନ୍ତି ଫିଲ୍ମଟି OTT ରେ ରିଲିଜ ହେବ।
୧୯ ବର୍ଷ ବୟସରେ ତାଙ୍କର ପ୍ରଥମ ବିଜ୍ଞାପନ ଦେଖି ରୋହମନ ବୁଝିଯାଇଥିଲେ ପରେ ମଡେଲିଂରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଜଣାଶୁଣା ଡିଜାଇନର ସାବ୍ୟସାଚୀ ମୁଖାର୍ଜୀ ଏବଂ ମନୀଷ ମଲହୋତ୍ରାଙ୍କ ପାଇଁ ରେମ୍ପ ଚାଲିଥିଲେ।