ରାୟପୁରରେ ଦେଖିବାକୁ ମିଳିଲା ରୋହିତଙ୍କ କ୍ରେଜ୍, ପଡିଆ ଭିତରକୁ ପଶି ଆସିଲେ ପ୍ରଶଂସକ, ତା ପରେ… ଦେଖନ୍ତୁ Video
21/01/2023 at 8:24 PM

ରାୟପୁର: ଭାରତୀୟ ଦଳ ଦ୍ଵିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ଓ୍ଵିକେଟ୍ରେ ହରାଇଛି। ପ୍ରଥମ ମ୍ୟାଚ୍ର ଓଲଟା ଦ୍ଵିତୀୟ ମ୍ୟାଚ୍ରେ ଭାରତୀୟ ଦଳର ଅଲରାଉଣ୍ଡର ପ୍ରଦର୍ଶନ ଦେଖିବାକୁ ମିଳିଛି। ବୋଲରଙ୍କ ପରେ ବ୍ୟାଟର ବି ଭଲ ପ୍ରଦର୍ଶନ କରି ଦଳକୁ ସହଜ ବିଜୟ ଦେଇଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି। ଟସ୍ ଜିତିବା ପରେ କଣ କରିବେ କିଛି ସମୟ ଭୁଲି ଯାଇଥିଲେ। ପୁଣି କ୍ରିଜରେ ବ୍ୟାଟିଂ ସମୟରେ ତାଙ୍କର ଜଣେ ପ୍ରଶଂସକ ତାଙ୍କୁ ଭେଟିବାକୁ ପଡିଆ ଭିତରକୁ ପଶି ଆସିବା ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
A fan invaded and Rohit Sharma told the security to just let me go, "he's a kid".#RohitSharma #ICC #IndvsNZ2ndODI pic.twitter.com/11ae0TERUJ
— avinash madiwal (@madiwal_avinash) January 21, 2023
ଭାରତୀୟ ପାଳିର ୧୦ମ ଓଭରରେ ରୋହିତ ଶର୍ମା ଟିକନରଙ୍କ ବଲ୍ରେ ଲଗାତାର ଦୁଇ ଛକା ମାରିଥିଲେ। ତେବେ ପଞ୍ଚମ ବଲ୍ ପଡିବା ପୂର୍ବରୁ ଜଣେ ପ୍ରଶଂସକ ଅଚାନକ ପଡିଆ ଭିତରକୁ ପଶି ଆସି ରୋହିତ ଶର୍ମାଙ୍କ ନିକଟକୁ ଦୌଡି ଆସିଥିଲେ। ସୁରକ୍ଷାକର୍ମୀ ତୁରନ୍ତ ପ୍ରଶଂସକଙ୍କୁ ରୋହିତଙ୍କଠୁ ଅଲଗା କରିଥିଲେ। ଏହି ସମୟରେ ପ୍ରଶଂସକ ଖସି ପଡିବା ପୂର୍ବରୁ ରୋହିତ ତାଙ୍କୁ ସମ୍ଭାଳି ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ସୁରକ୍ଷାକର୍ମୀଙ୍କ ଏମିତି ଆଚରଣରେ ରୋହିତ ଅସନ୍ତୋଷ ନଜର ଆସିଥିଲେ। ଏହି କାରଣରୁ ରୋହିତ ପିଲାଙ୍କୁ ଯିବାକୁ ଦିଅ ବୋଲି ସୁରକ୍ଷାକର୍ମୀଙ୍କୁ କହିଥିଲେ।
ଏହି ଖବର ପଢନ୍ତୁ- ଇଡେନ ଗାର୍ଡେନ୍ସରେ ପୁଣି ଦୋହରିବ କି ଇତିହାସ ? ୮ ବର୍ଷ ତଳେ ଏଠାରେ ଗର୍ଜିଥିଲା ରୋହିତଙ୍କ ବ୍ୟାଟ୍
ମହମ୍ମଦ ଶାମିଙ୍କ ନେତୃତ୍ଵରେ ଭାରତୀୟ ଦ୍ରୁତ ବୋଲର ଘାତକ ବୋଲିଂ କରି ନ୍ୟୁଜିଲାଣ୍ଡକୁ ୧୦୮ ରନରେ ଅଲଆଉଟ୍ କରିଥିଲେ। ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୧ ରନ ବଳରେ ୨୦ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶୁବମାନ ଗିଲ୍ ୩୬ ରନର ଅପରାଜିତ ପାଳି ଖେଳିଛନ୍ତି। ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।