ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ରୋହିତ ଭେମୁଲାଙ୍କ ମାଆ, ରାହୁଲ କହିଲେ-ନୂଆ ଶକ୍ତି ମିଳିଲା

Published By : Prameya-News7 Bureau | November 01, 2022 IST

ନୂଆଦିଲ୍ଲୀ:  ଭାରତ ଯୋଡୋ ଯାତ୍ରାର ୫୫ତମ ଦିନରେ ହାଇଦ୍ରାବାଦରେ ପହଞ୍ଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଙ୍ଗଳବାର କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ରୋହିତ ଭେମୁଲାଙ୍କ ମାଆ । ୨୦୧୬ ମସିହାରେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଦଳିତ ଛାତ୍ର ରୋହିତ ଭେମୁଲା ଆତ୍ମହତ୍ୟା କରିଥିଲେ । ସେହି ସମୟରେ ଏହାକୁ ନେଇ ଏକ ବଡ଼ ଆନ୍ଦୋଳନ ହୋଇଥିଲା ।

ତେଲେଙ୍ଗାନାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଆଉ ଛଅ ଦିନ ହେବାକୁ ଥିବା ବେଳେ ଏଠାରେ ତାଙ୍କୁ ପ୍ରବଳ ଜନସମର୍ଥନ ମିଳିଛି । ଏଠାରେ ତାଙ୍କୁ ଅନେକ ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ, ଏନଜିଓ ଏବଂ ଶ୍ରମିକ ସଂଗଠନର ସମର୍ଥନ ମିଳିଛି ।

ତେଲେଙ୍ଗାନାରେ ସପ୍ତମ ଦିନରେ ସୋମବାର ମଧ୍ୟ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ବିପୁଳ ସମର୍ଥନ ମିଳିଥିଲା । ସାମସାବାଦରୁ ପଦ ଯାତ୍ରା ଆରମ୍ଭ ହେବା ସମୟରେ ଅନେକ ସାମାଜିକ କର୍ମୀ ଏଥିରେ ଯୋଡିହେବା ସହ ରାହୁଲ ଗାନ୍ଧୀଙ୍କ ସହ ଚାଲିଚାଲି ଯାତ୍ର କରିଥିଲେ ।

ରୋହିତ ଭେମୁଲାଙ୍କ ମାଆ ରାଧିକା ଏଥିରେ ସାମିଲ ହେବା ପରେ ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି । ରାହୁଲ ଲେଖିଛନ୍ତି, 'ରୋହିତ ଭେମୁଲା, ସାମାଜିକ ଭେଦଭାବ ଏବଂ ଅନ୍ୟାୟ ବିରୁଦ୍ଧରେ ମୋର ସଂଘର୍ଷର ପ୍ରତୀକ ଅଛନ୍ତି ଏବଂ ରହିବେ। ରୋହିତଙ୍କ ମାଙ୍କୁ ଭେଟିବା ପରେ ଏହି ଯାତ୍ରା ଲକ୍ଷ୍ୟ ହାସଲ ଦିଗରେ ବଢିବା ପାଇଁ ନୂଆ ଉତ୍ସାହ ଏବଂ ମନକୁ ନୂଆ ଶକ୍ତି ମିଳିଛି'।  

wp:html /wp:html

 ଉଲ୍ଲେଖଯୋଗ୍ୟ ୨୦୧୬ରେ, ୨୬ ବର୍ଷୀୟ ରୋହିତ ଭେମୁଲା ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିଲେ। ଦଳିତ ହୋଇଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କ ସହ ଭେଦଭାବ କରିବା ସହ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.