ହଂକଂ ହାରିଲେ ବଡ ରେକର୍ଡ କରିବେ ରୋହିତ : ପଛରେ ପଡିଯିବେ ବିରାଟ

Published By : Prameya-News7 Bureau | August 30, 2022 IST

ଦୁବାଇ ୩୦/୦୮: ଏସିଆ କପରେ ଭାରତ ପାକିସ୍ତାନକୁ ମାତ୍ ଦେଇ ନିଜର ଅଭିଯାନ ଆରମ୍ଭ କରିଛି । ଏବେ ଭାରତୀୟ ଟିମ୍ ଅଗଷ୍ଟ ୩୧ରେ ହଂକଂ ବିପକ୍ଷରେ ହେବାକୁ ଥିବା ମୁକାବିଲା ଜିତି ସୁପର ଫୋରରେ ପ୍ରବେଶ କରିବାକୁ ଚାହିଁବ । ତେବେ ଏହି ମୁକାବିଲାରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିବ ।  

ପାକିସ୍ତାନ ବିପକ୍ଷରେ ବିଜୟ ପରେ ରୋହିତ ଅଧିନାୟକ ଭାବେ ଏସିଆ କପରେ ନିଜର ଷଷ୍ଠ ବିଜୟ ହାସଲ କରିଛନ୍ତି । ଏହାପୂର୍ବରୁ ରୋହିତଙ୍କ ବ୍ୟତୀତ ଏମଏସ ଧୋନୀ ଓ ମୋଇନ୍ ଖାନ ଏଧିନାୟକ ଭାବେ ଲଗାତର ୬ଟି ମ୍ୟାଚ୍ ଜିତିଥିଲେ । ଯଦି ଭାରତ ହଂକଂକୁ ପରାସ୍ତ କରିଦିଏ ତେବେ ରୋହିତ ଧୋନୀ ଓ ମୋଇନ୍ ଖାନଙ୍କୁ ପଛରେ ପକାଇଦେୂବେ ।

ସୂଚନାଯୋଗ୍ୟ, ୨୦୧୮ ଏସିଆ କପରେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଲଗାତର ୫ଟି ମ୍ୟାଚ୍ ଜିତିଥିଲା । କେବଳ ଆଫଗାନିସ୍ତାନ ବିପକ୍ଷ ମୁକାବିଲା ଟାଇ ହୋଇଥିଲା । ଏହି ମ୍ୟାଚରେ ଧୋନୀ ନେତୃତ୍ୱ ନେଇଥିଲେ । ଶେଷରେ ଫାଇନାଲରେ ଦଳ ବାଂଲାଦେଶକୁ ହରାଇ ଟାଇଟଲ୍ ହାତେଇଥିଲା ।  

କୋହଲିଙ୍କୁ ମଧ୍ୟ ପଛରେ ପକାଇପାରିବେ...

ରୋହିତ ଶର୍ମା ଏବେସୁଦ୍ଧା ୩୬ଟି ଟି୨୦ ଅନ୍ତର୍ଜାତୀୟ ମୁକାବିଲାରେ ଦଳର ନେତୃତ୍ୱ ନେଇଛନ୍ତି । ଏହାମଧ୍ୟରୁ ଭାରତ ୩୦ଟି ମ୍ୟାଚ୍ ଜିତିଛି । ହଂକଂ ବିପକ୍ଷରେ ଦଳ ବିଜୟ ହାସଲ କଲେ ରୋହିତ ୩୧ଟି ଟି୨୦ ଜିତାଇବାରେ ସଫଳ ହେବେ । ଏହାସହ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦ୍ୱିତୀୟ ସଫଳ ଅଧିନାୟକ ହୋଇପାରିବେ ।

ବିରାଟ ୫୦ଟି ଟି୨୦ରେ ଦଳର ନେତୃତ୍ୱ ନେଇଛନ୍ତି । ଏହାମଧ୍ୟରୁ ଭାରତ ୩୦ଟିରେ ବିଜୟ ହାସଲ କରିଛି । ତେବେ ମହେନ୍ଦ୍ର ସିଂ ଧୋନୀ ୭୨ଟି ଟି20ରେ ଦଳର ନେତୃତ୍ୱ ନେଇଥିବା ବେଳେ ଦଳ ୪୧ରେ ମୁକାବିଲା ଜିତିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.