ଖେଳ ରତ୍ନ ପୁରସ୍କାର ପାଇଁ ଓପନିଙ୍ଗ୍ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ସମେତ ୪ ଖେଳାଳି ମନୋନୀତ

Published By : Prameya-News7 Bureau | August 18, 2020 IST

ନୂଆଦିଲ୍ଲୀ ୧୮/୦୮ : ଭାରତୀୟ କ୍ରିକେଟ ଟିମର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ସମେତ ୪ ଖେଳାଳିଙ୍କୁ ପୁରସ୍କାର ଚୟନ କମିଟି ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରିଛନ୍ତି | ରହିତ ଶର୍ମା, ପହଲଵାନ ବିଜେତା ଭିନେଶ ଫୋଗଟ୍, ଟେବୁଲ ଟେନିସ ଚମ୍ପିୟାନ ମଣିକା ବାତ୍ରା ଏବଂ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ୍ ଥଙ୍ଗାଭେଲୁଙ୍କ ନାମ ଚୟନ କରାଯାଇଛି |

{"id":316482,"width":559,"height":399,"sizeSlug":"large"}

ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହ ପ୍ରଥମଥର ପାଇଁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଅନଲାଇନ ଆୟୋଜିତ ହୋଇପାରେ | ସମସ୍ତ ବିଜେତା ଅଗଷ୍ଟ ୨୯ ତାରିଖରେ ନିଜ ନିଜ ସ୍ଥାନରୁ ଲଗ ଇନ କରି ନିଜ ନାମ ଘୋଷଣା ହେବା ଶୁଣିବେ | ଖେଳ ମନ୍ତ୍ରାଳୟର ଏକ ସୂତ୍ର ପିଟିଆଇକୁ କହିଛି ଯେ ଚଳିତ ବର୍ଷ ପୁରସ୍କାର ସମାରୋହ ଅନଲାଇନ ହେବାର ସମ୍ଭାବନା ରହିଛି |

{"id":316483,"sizeSlug":"large"}

ଭାରତ ସରକାରଙ୍କ ନିର୍ଦେଶ ଅନୁସାରେ ସମାରୋହ ଦିନ ସକାଳେ ବିଜେତାଙ୍କ ନାମ ଘୋଷଣା କରାଯିବ | ମହାମାରୀ ଯୋଗୁଁ ଜୁନ ମାସରେ ମନ୍ତ୍ରାଳୟ ପୁରସ୍କାର ପାଇଁ ଅନଲାଇନ ଆବେଦନ ତାରିଖ ବଢାଇବାକୁ ବାଧ୍ୟ ହୋଇଥିଲା |

{"id":316484,"sizeSlug":"large"}

ଲକଡାଉନ ମଧ୍ୟରେ ସୁପାରିଶ ପାଇଁ ଲୋକଙ୍କୁ ଖୋଜିବାରେ ଅସୁବିଧା ହୋଇଥିଲା | ସେଥିପାଇଁ ଖେଳାଳିଙ୍କୁ ନିଜର ନାମାଙ୍କନ କରିବା ପାଇଁ ସ୍ୱୀକୃତି ଦିଆଯାଇଥିଲା | ନିଜର ନାମାଙ୍କନ ସ୍ୱୀକୃତି ଯୋଗୁଁ ଚଳିତ ବର୍ଷ ପୁରସ୍କାର ପାଇଁ ବହୁତ ସଂଖ୍ୟକ ଆବେଦନ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.