LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPLରେ ରୋହିତ ଶର୍ମା ନେବେ ବିଶ୍ରାମ, ତେବେ କିଏ ସମ୍ଭାଳିବ ଅଧିନାୟକତ୍ଵ ? ଉତ୍ତର ଦେଲେ ହେଡ୍ କୋଚ୍

29/03/2023 at 10:13 PM

ନୂଆଦିଲ୍ଲୀ:  ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍ ଆଇପିଏଲ୍ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଷ୍ଟାଡିୟମ ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ ଏବଂ ମ୍ୟାଚ୍‌ର ଜମା ଉଠାଇବା ପାଇଁ ଦର୍ଶକ ମଧ୍ୟ ପ୍ରସ୍ତୁତ। ହେଲେ ଏହା ମଧ୍ୟରେ ଖବର ଆସିଥିଲା ଯେ, ଆଇପିଏଲର ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଆଇପିଏଲ୍‌ର ଲିଗ୍ ପର୍ଯ୍ୟାୟରେ ବିଶ୍ରାମ ନେଇ ପାରନ୍ତି। ବୁଧବାର ଏହା ଉପରେ ଟିପ୍ପଣୀ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚର। ମୁମ୍ବାଇ ଇଣ୍ଡିଆନ୍ସ ଗତ ବର୍ଷର ନୈରାଶଜନକ ପ୍ରଦର୍ଶନ ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଆତୁର ହୋଇ ରହିଛି। ଗତ ସଂସ୍କରଣରେ ଦଳ ଶେଷ ସ୍ଥାନରେ ରହିଥିଲା।

ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଏପ୍ରିଲ ୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଉଲ୍ଲେଖନୀୟ ରୋହିତ ଶର୍ମା ଚଳିତ ବର୍ଷ ଅକ୍ଟୋବର ନଭେମ୍ବରରେ ଖେଳାଯିବାକୁ ଥିବା ବିଶ୍ଵକପ୍‌ରେ ଭାରତୀୟ ଦଳର ନେତୃତ୍ଵ ନେବେ। ଏମିତିରେ ଖେଳାଳି ଏବଂ ବିଶେଷ କରି ରୋହିତ ଶର୍ମାଙ୍କ କାର୍ଯ୍ୟଭାର ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଯଦି ରୋହିତ ଶର୍ମାଙ୍କୁ କିଛି ମ୍ୟାଚ୍‌ରେ ବିଶ୍ରାମ ଦିଆଯାଏ ତେବେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ଵ ଦାୟିତ୍ଵ ଦିଆଯାଇପାରେ।

ରୋହିତଙ୍କୁ କଣ କିଛି ମ୍ୟାଚ୍‌ରେ ବିଶ୍ରାମ ଦିଆଯିବ ? ଏ ପ୍ରଶ୍ନର ଉତ୍ତରରେ ମାର୍କ ବାଉଚର କହିଛନ୍ତି, ରୋହିତଙ୍କୁ ବିଶ୍ରାମ ଦିଆଯିବା କଥା ଯଦି ଉଠେ ତେବେ ସେ ହିଁ ଦଳର ଅଧିନାୟକ। ଆଶା କରୁଛୁ ସେ ଚମତ୍କାର ଲୟରେ ରହିବେ ଏବଂ ବିଶ୍ରାମ ନେବାକୁ ଚାହିଁବେ ନାହିଁ। ମାତ୍ର ଯାହା ବି କିଛି ସ୍ଥିତି ଉପୁଜେ ତେବେ ସେ ଏହାର ଅନୁକୂଳରେ କାମ କରିବେ ବୋଲି ମାର୍କ  ବାଉଚର କହିଛନ୍ତି।

ରୋହିତ ଗତ ସଂସ୍କରଣରେ ଗୋଟିଏ ହେଲେ ଅର୍ଦ୍ଧଶତକ ଲଗାଇ ପାରିନଥିଲେ। ଏହି ସମୟରେ ସେ ୧୯.୧୪ ହାରରେ ମାତ୍ର ୨୬୮ ରନ କରିଥିଲେ। ବାଉଚର କହିଛନ୍ତି ଯଦି ମୁଁ  ଜଣେ ଅଧିନାୟକ ଏବଂ ଜଣେ ଖେଳାଳି ହିସାବରେ ତାଙ୍କ ଦ୍ଵାରା ସର୍ବଶ୍ରେଷ୍ଠ ପ୍ରଦର୍ଶନ କରାଇ ପାରିବି ତେବେ ରୋହିତଙ୍କୁ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍‌ରେ ବିଶ୍ରାମ ଦେବାରେ କୌଣସି ସମସ୍ୟା ନାହିଁ।

   Related Posts