LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଏହି ମହାନ ଖେଳାଳିଙ୍କ ପାଇଁ ରୋହିତ ଶର୍ମା ବିଶ୍ବକପ ଜିତିବାକୁ ଚାହାନ୍ତି, ଖୋଲିଲା ଗୁମର

9/07/2019 at 7:00 PM

ମାଞ୍ଚେଷ୍ଟର୯|୭; ବିଶ୍ବକପରେ ଭରତର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ଅତ୍ୟନ୍ତ ଭଲ ରହିଛି । ମାତ୍ର ଆଉ ଦୁଇଟି ପାହୁଣ୍ଡ ପରେ ଭାରତ ବିଶ୍ବକପ-୨୦୧୯ ହାତେଇବା ସହ ରେକର୍ଡ କରିବ । ଲିଗ ପର୍ଯ୍ୟାୟରେ ବେଶ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଆଜି ସେମିଫାଇନାଲରେ ମଧ୍ୟ ଭଲ ପ୍ରଦର୍ଶନ କରିଛି । ଭାରତୀୟ ବୋଲରମାନେ କିୱି ଦଳକୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ୪୬.୧ ଓଭରରେ ମାତ୍ର ୨୧୧ରନ କରିଛି ନ୍ୟୁଜିଲାଣ୍ଡ । ହରାଇଛି ୫ଟି ୱିକେଟ । ବର୍ଷାଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଛି ।

ତେବେ ଆସନ୍ତା ୧୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରୁ ଯୋଉଁ ଦଳ ବିଜୟୀ ହେବ ସେହି ଦଳ ସହ ଭାରତ ଫାଇନାଲ ଖେଳିବା ପ୍ରାୟ ନିଶ୍ଚିତ ହୋଇସାରିଛି । ତେବେ ଭାରତୀୟ ଦଳକୁ ଏହି ସ୍ଥିତିରେ ପହଞ୍ଚାଇବା କ୍ଷେତ୍ରରେ ଦଳର ଉପ-ଅଧିନାୟକ ତଥା ଓପନିଂ ବ୍ୟାଟ୍ଲ ମ୍ୟାନ ରୋହିତ ଶର୍ମାଙ୍କ ବହୁତ ବଡ ଭୂମିକା ରହିଛି । ରୋହିତ ଶର୍ମା ଅତ୍ୟନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍ଥିତିକୁ ସବୁ ମ୍ୟାଚରେ ମଜବୁତ କରିଆସିଛନ୍ତି । ଲିଗ ପର୍ଯ୍ୟାୟରେ ଅନୁଷ୍ଠିତ ୮ଟି ମ୍ୟାଚରେ ସେ ୫ଟି ଶତକ କରିଥିବାବେଳେ ୬୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି ।

ତେବେ ବିଶ୍ବକପରେ ରୋହିତଙ୍କ ଦମଦାର ପ୍ରଦର୍ଶନ ପଛରେ ଜଣଙ୍କ ପ୍ରରଣା ରହିଛି । ଏଥି ସହ ଜଣେ ମହାନ ଖେଳାଳୀଙ୍କୁ ବିଶ୍ବକପ ଉପହାର ଦେବା ପାଇଁ ରୋହିତ ଚାହାନ୍ତି ବୋଲି ରୋହିତଙ୍କ ପିଲାବେଳର କ୍ରିକେଟ କୋଚ ଦିନେଶ ଲାଡ ଗଣମାଧ୍ୟକୁ କହିଛନ୍ତି । ଦୀନେଶ କହିଛନ୍ତି ଯେ, ରୋହିତ ସମ୍ପୂର୍ଣ୍ଣ ନିଷ୍ଠାର ସହ ଖେଳୁଛନ୍ତି । ବିଶ୍ବକପ ଜିତିବାକୁ ଚାହୁଁଛନ୍ତି । ଏହି ବିଶ୍ବକପକୁ ସେ ମହାନ ଖେଳାଳୀ ମହେନ୍ଦ୍ର ସିଂ ଧୋନିଙ୍କୁ ଉପହାର ଦେବାକୁ ଚାହାନ୍ତି ବୋଲି ଦୀନେଶ କହିଛନ୍ତି । ଏହାର କାରଣ ହେଉଛି ଧୋନୀଙ୍କ ପାଇଁ ଏହା ହେଉଛି ଶେଷ ବିଶ୍ବକପ । ଏଥି ସହ ରୋହିତଙ୍କୁ ଓପନିଂ ଖେଳାଇବା ପାଇଁ ଧୋନୀ ହିଁ ଉଦ୍ୟମ କରିଥିଲେ । ଏହି ଋଣ ପରିଶୋଧ କରିବା ପାଇଁ ଧୋନୀଙ୍କୁ ବିଶ୍ବକପ ଉପହାର ଦେବାକୁ ରୋହିତ ଚାହନ୍ତି ।

   Related Posts