ନୂଆଦିଲ୍ଲୀ: ମୁମ୍ୱାଇ ଇଣ୍ଡିଆନ୍ସର ଓପନର ରୋହିତ୍ ଶର୍ମା ଗୁରୁବାର ଏପ୍ରିଲ ୧୮ରେ ଆଇପିଏଲ୍ ଇତିହାସରେ ଏକ ବଡ଼ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ରୋହିତ୍ ଆଇପିଏଲର ଏପରି ଏକ ଏଲିଟ୍ କ୍ଲବ୍ରେ ସାମିଲ ହେବାକୁ ଯାଉଛନ୍ତି ଯେଉଁଥିରେ ଏବେ ସୁଦ୍ଧା କେବଳ ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ରହିଛି । ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ତଥା ୱିକେଟ୍କିପର ବ୍ୟାଟ୍ର ଏମ୍ଏସ୍ ଧୋନୀ ଏକମାତ୍ର କ୍ରିକେଟର, ଯିଏ ଆଇପିଏଲରେ ୨୫୦ରୁ ଅଧିକ ମୁକାବିଲା ଖେଳିଛନ୍ତି । ଏହି ସୂଚୀରେ ଏବେ ରୋହିତ ଶର୍ମାଙ୍କ ନାଁ ସାମିଲ ହେବାକୁ ଯାଉଛି ।
ରୋହିତ୍ ଶର୍ମା ଆଜି ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଚଣ୍ଡିଗଡ଼ ମୈଦାନକୁ ଓହ୍ଲାଇବା ସହ ଆଇପିଏଲ ଇତିହାସରେ ୨୫୦ ମ୍ୟାଚ୍ ଖେଳିବାରେ ଦ୍ୱିତୀୟ କ୍ରିକେଟର ହେବ । ରୋହିତ୍ଙ୍କ ଆଗରେ କେବଳ ଧୋନୀ ଅଛନ୍ତି । ଏମ୍ଏସ୍ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଇରାଜିଂ ପୁଣେ ସୁପରଜାଏଣ୍ଟସ ପାଇଁ ୨୫୬ ମୁକାବିଲା ଖେଳିଛନ୍ତି । ରୋହିତ୍ ଶର୍ମା ଡେକାନ ଚାର୍ଜର୍ସ ହାଇଦ୍ରାବାଦ ଏବଂ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଏବେ ସୁଦ୍ଧା ୨୪୯ ମ୍ୟାଚ୍ ଖେଳିଛନ୍ତି । ଦିନେଶ କାର୍ତ୍ତିକ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ ଖେଳିଛନ୍ତି ।
ପଢନ୍ତୁ:ଟି-୨୦ ବିଶ୍ଵକପ୍ ଦଳରେ ଦେଖିବାକୁ ମିଳିବ ନାହିଁ ନୂଆ ଚେହେରା, ଜାଣନ୍ତୁ ସମ୍ଭାବ୍ୟ ୨୦ ଜଣିଆ ଭାରତୀୟ ଦଳ
ଦିନେଶ କାର୍ତ୍ତିକ ଦିଲ୍ଲୀ ଡେୟାରଡେଭିଲ୍ସ, ଗୁଜରାଟ ଲାଏନ୍ସ, କୋଲକାତା ନାଇଟ୍ ରାୟଡର୍ସ, କିଙ୍ଗ୍ସ ଇଲେଭେନ ପଞ୍ଜାବ, ମୁମ୍ୱାଇ ଇଣ୍ଡିଆନ୍ସ ଏବଂ ଆରସିବି ପାଇଁ ୨୪୯ ମ୍ୟାଚ୍ ଖେଳିଛନ୍ତି । ରୋହିତ୍ ଶର୍ମା ଆଇପିଏଲରେ ୨୪୯ଟି ମ୍ୟାଚ୍ ମଧ୍ୟରୁ ୨୪୪ଟି ଇନିଂସରେ ୨୯ ଥର ଅପରାଜିତ ରହି ମୋଟ ୬୪୭୨ ରନ୍ କରିଛନ୍ତି । ଆଇପିଏଲରେ ତାଙ୍କର ସର୍ବାଧିକ ସ୍କୋର ୧୦୯ ରନ୍ ରହିଛି । ଆଇପିଏଲ୍ କ୍ୟାରିୟରରେ ରୋହିତ୍ଙ୍କ ବ୍ୟାଟରୁ ଦୁଇଟି ଶତକ ଏବଂ ୪୨ ଅର୍ଦ୍ଧଶତକ ବାହାରିଛି ।