ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପୁଲ୍ ସଟ୍ ନେଇ ଆଇସିସିର ମଜା ନେଲେ ରୋହିତ, ପ୍ରଶଂସକ କହିଲେ- ଆପଣଙ୍କଠୁ ଭଲ ଆଉ କିଏ

22/03/2020 at 6:07 PM

ନୂଆଦିଲ୍ଲୀ  ୨୨।୦୩: ଭାରତୀୟ ଦଳର ତାରକା ଓପନର ତଥା ସୀମିତ ଓଭର କ୍ରିକେଟର ଉପ ଅଧିନାୟକ ରୋହିତ ଶର୍ମା ରବିବାର ନିଜର ଏକ ଟୁଇଟରେ ଆଇସିସିକୁ ଥଟ୍ଟାମଜା କରିଛନ୍ତି। ଆଇସିସି ଚାରି ଜଣ ବ୍ୟାଟସମ୍ୟାନଙ୍କ ଏକ ଫଟୋ ସେୟାର କରିଛି।

ଏଥିରେ ଓ୍ଵେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ସାର ଭିଭିଆନ ରିଚାର୍ଡ୍ସ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ହର୍ସଲ ଗିବ୍ସ ରହିଛନ୍ତି।

ଆଇସିସି ଲେଖିଛି ଯେ, ଆପଣଙ୍କ ବିଚାରରେ କେଉଁ ବ୍ୟାଟସମ୍ୟାନ,  ପୂର୍ବତନ କିମ୍ବା ବର୍ତ୍ତମାନ ସବୁଠୁ ଭଲ ପୁଲ୍ ସଟ୍ ଖେଳୁଛନ୍ତି ?

ରୋହିତ ରିପ୍ଲାଇ ଦେ ଲେଖିଛନ୍ତି ଯେ, କେହି ଜଣେ ଫଟୋରେ ମିସ୍ କରୁଛି ? ଘରୁ କାମ କରିବା ଏତେ ସହଜ ନୁହଁ। ମାତ୍ର ଏହା ସ୍ପଷ୍ଟ ନୁହଁ ଯେ, ରୋହିତ କାହା ଆଡକୁ ଇଶାରା କରି ଏହା ଲେଖିଛନ୍ତି ମାତ୍ର ପ୍ରଶଂସକ ତାଙ୍କର ଫଟୋ ଓ ଭିଡିଓ କ୍ଲିପରେ ଆଇସିସିକୁ ଜବାବ ଦେଇଛନ୍ତି।

ଅନ୍ୟପଟେ ଭାରତୀୟ ମହିଳା କ୍ରିକେଟ୍‌ର ସୁଷମା ବର୍ମା ମଧ୍ୟ ରୋହିତଙ୍କ ପ୍ରଶଂସା କରିଛନ୍ତି।

ପ୍ରଶଂସକଙ୍କ ମଧ୍ୟ ଏଥିରେ ପ୍ରତି ଉତ୍ତର ଦେଇ ରୋହିତ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି ଓ ସେ ବହୁତ ଦମଦାର ପୁଲ୍ ସଟ୍ ଖେଳୁଛନ୍ତି।

   Related Posts