ହିଟ୍‌ମ୍ୟାନ ମାରିଲେ ଏମିତି ଛକା, ଷ୍ଟାଡିୟମରେ ବସିଥିବା ୬ ବର୍ଷର ଝିଅ ହୋଇଗଲା ଘାଇଲା

Published By : Prameya-News7 Bureau | July 13, 2022 IST

ଲଣ୍ଡନ ୧୩/୦୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ନିଜ ମାଟିରେ ମାତ୍‌ଦେଇଛି । ମଙ୍ଗଳବାର ଥିଲା ତିନିଟିକିଆ ସିରିଜରେ ପ୍ରଥମ ମୁକାବିଲା । ଦେଖିବାକୁ ମିଳିଥିଲା ରୋମାଞ୍ଚକର ମୁକାବିଲା । ଯେଉଁଥିରେ ଟିମ୍ ଇଣ୍ଡିଆ ୧୦ ୱିକେଟ ହରାଇ ସିରିଜକୁ ୧-୦ରେ ଅଗ୍ରଣୀ କରିନେଇଛି ।

ଏହି ମ୍ୟାଚରେ ହିଟମ୍ୟାନ୍ ରୋହିତ ଶର୍ମା ଜବରଦସ୍ତ ଫର୍ମରେ ନଜର ଆସିଥିଲେ । ସେ ଲମ୍ବା ପାରି ଖେଳି ଅପରାଜିତ ୭୬ ରନ୍ କରିଥିଲେ । ରୋହିତ ତାଙ୍କ ଇନିଂସରେ ୫ଟି ଛକା ମାରିଥିଲେ । ଏହି ସମୟରେ ସେ ଏମିତି ଛକା ମାରିଥିଲେ, ଯେଉଁଥିପାଇଁ ଷ୍ଟାଣ୍ଡରେ ବସିଥିବା ଏକ ଛୋଟ ଝିଅ ଆହତ ହୋଇଥିଲେ । ବଲ୍ ଯାଇ ସିଧା ଝିଅର ପିଠିରେ ବାଜିଥିଲା ।

wp:html /wp:html

ଭାରତୀୟ ଇନିଂସରେ ପଞ୍ଚମ ଓଭରରେ ଏହି ଘଟଣା ଘଟିଛି । ଦ୍ରୁତ ବୋଲର ଡେଭିଡ ୱିଲି ତାଙ୍କ ଓଭରର ତୃତୀୟ ବଲ ଫୋପାଡିଥିଲେ । ଯେଉଁଥିରେ ରୋହିତ ଶର୍ମା ଏକ ସଟ୍ ମାରିଥିଲେ । ଏହି ବଲ୍ ଷ୍ଟାଣ୍ଡରେ ବସିଥିବା ଝିଅକୁ ଧକ୍କା ଦେଇଥିଲା । ବଲ୍ ବାଜିବା ପରେ ଝିଅର ପରିବାର ଲୋକେ ତାକୁ ଧରିପକେଇଥିଲେ । ଝିଅଟି ବୋଧହୁଏ ତାଙ୍କ ପିତାଙ୍କ ସହ ଖେଳ ଦେଖିବାକୁ ଆସିଥିଲା । ବଲ୍ ବାଜିବା ପରେ ସେ ତାକୁ ସଂଗେ ସଂଗେ ଧରିପକାଇଥିଲେ.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.