Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରୋହିତ-ଶିଖରଙ୍କ ଯୋଡି ନାଁରେ ଆଉ ଏକ ରେକର୍ଡ, ଟପ୍‌ରେ ଅଛନ୍ତି ଗାଙ୍ଗୁଲି-ସଚ୍ଚିନ

13/07/2022 at 11:55 AM

ମୁମ୍ବାଇ ୧୩।୦୭ : ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ବିଜୟ । ରୋହିତ ଶର୍ମା ଓ ଶିଖର ଧାଓ୍ୱନଙ୍କ ଓପନିଂ ଯୋଡି ଏହି ବିଜୟରେ ଲିଭାଇଥିଲେ ପ୍ରମୁଖ ଭୂମିକା । ଇଂଲଣ୍ଡ ପକ୍ଷରୁ ଦିଆଯାଇଥିବା ଟାର୍ଗେଟକୁ ୧୦ ଓ୍ୱିକେଟ୍‌ରେ ବିଜୟୀ ହରାଇଥିଲା ଟିମ୍‌ ଇଣ୍ଡିଆ । ଆଉ ହରାଇନଥିଲା କୌଣସି ବି ଓ୍ୱିକେଟ୍‌ ।

ତେବେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ ୧୧୧ ରନ୍‌ର ଟାର୍ଗେଟ ଦେଇଥିଲା ଟିମ୍‌ ଇଂଲଣ୍ଡ । ଯାହାକୁ ଭାରତ ୧୯ ତମ ଓଭରରେ ହାସଲ କରିନେଇଥିଲା । ଓପନିଂ ଯୋଡି ରୋହିତ ଶର୍ମା ଓ ଶିଖର ଧାଓ୍ୱାନ୍ ୧୮.୪ ଓଭରରେ ଏହି ଟାର୍ଗେଟକୁ ହାସଲ କରିଥିଲେ । ଅଧିନାୟକ ରୋହିତ ଶର୍ମା ୭୬ ରନ କରିଥିବା ବେଳେ ଶିଖର ଧାଓ୍ଵନ ୩୧ ରନ କରିଥିଲେ। ତେବେ ଓପନିଂ ଯୋଡି ହିସାବରେ ରୋହିତ-ଧାଓ୍ୱନଙ୍କ  ନାଁରେ ଏକ ରେକର୍ଡ ଲିପିବଦ୍ଧ କରିଛନ୍ତି । ଓପନିଂ ଯୋଡି ହିସାବରେ ୫୦୦୦ ରନ୍‌ ପୂରଣ କରିଛନ୍ତି ଉଭୟ ବ୍ୟାଟସମ୍ୟାନ୍‌ । ଏପିରି କରିବାରେ ୨ୟ ଭାରତୀୟ ଯୋଡି ଏବଂ ବିଶ୍ୱ କ୍ରିକେଟ୍‌ରେ ୪ର୍ଥ ଯୋଡ଼ି ଭାବେ ଏହି ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସଚ୍ଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲି ୬୬୦୯ ରନ୍‌ କରି ଏହି ରେକର୍ଡ କ୍ଲବରେ ସାମିଲ ହୋଇସାରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ କେଉଁ ଯୋଡି ରହିଛନ୍ତି ….

ସଚ୍ଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲି (ଭାରତ) – ୬୬୦୯ରନ୍‌

ମ୍ୟାଥ୍ୟୁ ହେଡେନ୍‌-ଆଡାମ୍‌ ଗିଲଖ୍ରୀଷ୍ଟ ( ଅଷ୍ଟ୍ରେଲିଆ) – ୫୩୭୨

ଡେସମଣ୍ଡ ହେନ୍ସ-ଗାର୍ଡନ ଗ୍ରୀନିଜ (ଓ୍ୱେଷ୍ଟଇଣ୍ଡିଜ୍‌) – ୫୧୫୦

ରୋହିତ ଶର୍ମା-ଶିଖର ଧାଓ୍ୱନ (ଭାରତ) – ୫୧୦୮

ହାସିମ୍‌ ଅମ୍‌ଲା-କ୍ୱିଣ୍ଟନ୍‌ ଡିକକ୍‌ ( ସାଉଥ ଆଫ୍ରିକା) – ୪୧୯୮

ସେହିପରି ଶିଖର ଧାଓ୍ୱାନ ଏବଂ ରୋହିତ ଶର୍ମାଙ୍କ ଯୋଡି ଦିନିକିଆ ମ୍ୟାଚରେ ସର୍ବାଧିକ ୨୧୦ର ପାର୍ଟନସିପ୍‌ କରିଛନ୍ତି । ଏହା ୨୦୧୮ ମସିହାରେ ପାକିସ୍ତାନ ବିପକ୍ଷ ଏସିଆ କପ୍‌ ମ୍ୟାଚ୍‌ରେ ଏହି ସ୍କୋର କରିଥିଲେ । ଏହି ରନ୍‌ ପାକିସ୍ତାନ ବିପକ୍ଷରେ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ପକ୍ଷରୁ ସବୁଠୁ ବଡ଼ ଓପନିଂ ପାର୍ଟନରସିପ୍‌ ବୋଲି ରେକର୍ଡ ରହିଛି ।  

   Related Posts