ଟେଷ୍ଟ ସିରିଜ୍ରୁ ବାଦ ପଡିଲେ ରୋହିତ ଶର୍ମା; ଦ୍ୱିତୀୟ ମ୍ୟାଚ୍ରେ ବି ଅଧିନାୟକ ହେବେ କେଏଲ୍ ରାହୁଲ୍
19/12/2022 at 1:47 PM

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ ପଡ଼ିଲେ ରୋହିତ ଶର୍ମା। ଆହତ କାରଣରୁ ତାଙ୍କୁ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ କେଏଲ୍ ରାହୁଲ କ୍ୟାପ୍ଟେନ୍ ଦାୟିତ୍ୱ ସମ୍ଭାଳିବେ।
ଆହତ କାରଣରୁ ତାଙ୍କୁ ପ୍ରଥମେ ଦିନିକିଆ ସିରିଜର ଶେଷ ମ୍ୟାଚ୍ରେ ବିଶ୍ରାମ ଦିଆଯାଇଥିଲା। ଶୀଘ୍ର ସୁସ୍ଥ ହେବା ପରେ ସେ ଟେଷ୍ଟ ସିରିଜ୍ରେ ଖେଳିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଆହତ କାରଣରୁ ସେ ପ୍ରଥମ ଟେଷ୍ଟ ମ୍ୟାଚ୍ ବି ଖେଳିପାରି ନଥିଲେ। ଏବେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବି ଖେଳିପାରିବେ ନାହିଁ। ରୋହିତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥିବାରୁ ମ୍ୟାନେଜ୍ମେଣ୍ଟ ତାଙ୍କୁ ଟେଷ୍ଟ ସିରିଜ୍ରୁ ବାଦ ଦେଇଛି। ଡିସେମ୍ବର ୨୨ ତାରିଖରେ ବାଂଲାଦେଶ ମୀରପୁରରେ ଭାରତ-ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ।
ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଦଳ ୧-୦ରେ ଆଗୁଆ ରହିଛି। ଯଦି ଆସନ୍ତା ଟେଷ୍ଟ ମ୍ୟାଚ୍ ଜିତିଲା ତେବେ ଇଣ୍ଡିଆ ସିରିଜ୍ ହାତେଇବ। କ୍ରିକ୍ବଜ୍ ନ୍ୟୁଜ୍ ଅନୁସାରେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ରୋହିତ ଆଙ୍ଗୁଳି ଆଘାତ ଲାଗିଥିଲା। ଯାହା ଏବେ ବି ସୁସ୍ଥ ହୋଇ ନାହିଁ। ଆଗକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିବାରୁ ବିସିସିଆଇ ଚୟନକର୍ତ୍ତାମାନେ ରିକ୍ସ ନ ନେଇ ରୋହିତ ଶର୍ମାଙ୍କୁ ଟେଷ୍ଟ ସିରିଜ୍ରୁ ବାଦ ଦିଆଯାଇଛି।
ଖବର ଅନୁସାରେ ରୋହିତ ଶର୍ମା ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ବର୍ତ୍ତମାନ ଯଦିଓ ସେ ବ୍ୟାଟିଂ କାମ ସମ୍ଭାଳି ଦେବେ ହେଲେ ଫିଲ୍ଡଂରେ ତାଙ୍କ ପ୍ରତ ବିପଦ ଅଛି। ଯଦି ଆଙ୍ଗୁଳିରେ ପୁଣି ଆଘାତ ପାଇଲା ତେବେ ଗଭୀର ଆଘାତ ହେବ ବୋଲି ମେଡିକାଲ ଟିମ୍ କହିଛନ୍ତି। ତେବେ ଜାନୁଆରୀ ୩ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଥିବା ଟି-୨୦ ଓ ଦିନିକିଆ ସିରଜ୍ରେ ରୋହିତ ଖେଳିପାରିବେ ବୋଲି କ୍ରିକ୍ବଜ ଖବର ପ୍ରକାଶ ପାଇଛି।