୩ ବର୍ଷ ପରେ ରୋହିତ ପୂରଣ କରିବେ ସ୍ୱପ୍ନ, ରିଟାୟାରମେଣ୍ଟକୁ ନେଇ କହିଲେ ଏମିତି କିଛି..

Published By : Prameya-News7 Bureau | April 13, 2024 IST

ନୂଆଦିଲ୍ଲୀ ୧୩/୦୪: ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା । ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ହିଟ୍ ମ୍ୟାନ୍ । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବାର ଅଛି ।  ଆଇପିଏଲ୍ ଜରିଆରେ ବିଶ୍ୱକପ୍‌ ପ୍ରସ୍ତୁତି ଜୋରଦାର କରୁଛନ୍ତି ରୋହିତ୍ । କାରଣ ମୁମ୍ୱାଇରେ ସେ ଏଥର ଅଧିନାୟକ ନାହାଁନ୍ତି । 

ସେଥିପାଇଁ ଫୋକସରେ ଏବେ ତାଙ୍କ ଫର୍ମ । ତଥାପି ଗତ ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟକୁ ଭୁଲିପାରିନାହାଁନ୍ତି । ଦିନିକିଆ ବିଶ୍ୱକପ୍‌ ଜିତିବା ତାଙ୍କ ଜୀବନର ଏକମାତ୍ର ସ୍ୱପ୍ନ । ରୋହିତ ବାରମ୍ବାର ଏନେଇ ସ୍ପଷ୍ଟ କରିଛନ୍ତି । ଗଣମାଧ୍ୟମ ଆଗରେ ସେ କହିଛନ୍ତି ତାଙ୍କ ଜୀବନର ସ୍ୱପ୍ନ କଣ । 

ପରବର୍ତ୍ତୀ ବିଶ୍ୱକପ୍ ଖେଳାଯିବ ୨୦୨୭ରେ । ଏଥିପାଇଁ ଅନେକ ସମୟ ଅଛି । ପାଖାପାଖି ୩ ବର୍ଷ ହାତରେ ସମୟ ଅଛି । କିଛିଦିନ ମଧ୍ୟରେ ୩୭ ବର୍ଷରେ ପଦାର୍ପଣ କରିବେ ରୋହିତ ଶର୍ମା । ରୋହିତ ସେ ପର୍ଯ୍ୟନ୍ତ ଫିଟ୍ ଓ ଫର୍ମରେ ରହିବେ ବୋଲି ତାହା କହିବା ମୁସ୍କିଲ୍ । ତଥାପି ତାଙ୍କର ଆଶା ମଉଳି ନାହିଁ । 

ନିକଟରେ କାର୍ଯ୍ୟକ୍ରମରେ ଯୋଗ ଦେଇ ରୋହିତ କହିଛନ୍ତି, ମୁଁ ଏବେ ଅବସର କଥା ଚିନ୍ତା ଚି କରିନାହିଁ । ଆଉ ଆଗକୁ କେତେ ଦିନ ପର୍ଯ୍ୟନ୍ତ ଖେଳିବି ବୋଲି କହିପାରିନି । ମାତ୍ର ବର୍ତ୍ତମାନ ମୁଁ ନିଜ ପ୍ରଦର୍ଶନରେ ସନ୍ତୁଷ୍ଟ ଅଛି । ପୂର୍ବାପେକ୍ଷା ଉନ୍ନତ ପ୍ରଦର୍ଶନ କରୁଥିବା ଅନୁଭବ କରୁଛି । ତେଣୁ ଖେଳ ଜାରି ରହିଛି। 

ଦିନିକିଆ ବିଶ୍ୱକପ୍ ଜିତିବା ଏକମାତ୍ର ସ୍ୱପ୍ନ । ବିଶ୍ୱକପ୍ ଦେଖି ବଡ଼ ହୋଇଛି । କ୍ରିକେଟ କ୍ୟାରିୟର ବି କରିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ଆସନ୍ତା ବର୍ଷ ଲର୍ଡ୍ସରେ ବିଶ୍ୱ ଟେଷ୍ଟ ଚାମ୍ପିଅମ୍ପ ସିପ୍‌ ଫାଇନାଲ୍ ଖେଳାଯିବ । ଏଥର ଟେଷ୍ଟ ଚାମ୍ପିଅମ୍ପି ସିପ୍‌ ଜିତିବାକୁ ପ୍ରୟାସ କରିବୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.