ଇଡେନ ଗାର୍ଡେନ୍ସରେ ପୁଣି ଦୋହରିବ କି ଇତିହାସ ? ୮ ବର୍ଷ ତଳେ ଏଠାରେ ଗର୍ଜିଥିଲା ରୋହିତଙ୍କ ବ୍ୟାଟ୍‌

Published By : Prameya-News7 Bureau | January 12, 2023 IST

କୋଲକାତା ୧୨।୦୧ :  ଦୋହରିବ କି ଇତିହାସ । ପୁଣି ଥରେ ଇଡେନ ଗାର୍ଡେନ୍ସରେ ଗର୍ଜିବ କି ହିଟ୍‌ ମ୍ୟାନ୍‌ଙ୍କ ବ୍ୟାଟ୍‌ । ୨୦୧୪ ଘଣ୍ଟାର ହେବ କି ପୁନରାବୃତ୍ତି । ଗୁରୁବାର କୋଲକାତା ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ୨ୟ ଦିନିକିଆରେ ଏପିରି କିଛି ଆଶା ରଖିଛନ୍ତି କ୍ରିକେଟ୍‌ ଫ୍ୟାନ୍ସ ।

ରୋହିତ ଶର୍ମାଙ୍କ ପାଇଁ ଇଡେନ ଗାର୍ଡେନ୍ସ ସର୍ବଦା ସଫଳ ସାବ୍ୟସ୍ତ ହୋଇଛି । ଏହି ଗ୍ରାଉଣ୍ଡରେ ରୋହିତ ଅନେକ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି । ୨୦୧୪ରେ ଭାରତ ଓ ଶ୍ରୀଲଙ୍କା ଶେଷ ଥର ପାଇଁ ଏହି ଗ୍ରାଉଣ୍ଡରେ ଦିନିକିଆ ଖେଳିଥିଲେ । ରୋହିତ ୨୬୪ ରନ୍‌ର ଇନିଂସ ଖେଳି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ ।  ରୋହିତ ଶର୍ମାଙ୍କ ଏହି ବିଶାଳ ଇନିଂସରେ ୩୩ଟି ଚୌକା ଏବଂ ୯ଟି ଛକ୍କା ସାମିଲ ରହିଥିଲା । ୮ ବର୍ଷ ପରେ ରୋହିତ ଶର୍ମା କୋଲକାତା  ପୁରୁଣା ଇତିହାସକୁ ଦୋହରାଇବେ ନା ନାହିଁ । ତାହା ସମୟ ହିଁ କହିବ ।

ତେବେ ପ୍ରିୟ ଗ୍ରାଉଣ୍ଡ୍‌ରେ ରୋହିତ ପ୍ରଥମ କରି ଅଧିନାୟକ ଭାବେ ଗ୍ରାଉଣ୍ଡ୍‌କୁ ଓହ୍ଲାଇବାକୁ ଯାଉଛନ୍ତି । ଗୌହାଟୀରେ ରୋହିତ ୬୭ଟି ବଲ୍‌ରୁ ୮୩ ରନ୍‌ କରିଥିଲେ ।  ମାତ୍ର ୧୭ ରନ୍‌ ପାଇଁ ସେ ଏକ ଶତକରୁ ବଞ୍ଚିତ ହୋଇଥିଲେ । ଏଥର ଶତକ ସ୍ୱପ୍ନ ପୂରଣ ହେବ ବୋଲି ଆଶା କରାଯାଇପାରେ ।

ସୂଚନାଯୋଗ୍ୟ ଯେ, ପ୍ରଥମେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌କୁ ୨-୧ରେ କବ୍‌ଜା କରିଛି ଟିମ୍‌ ଇଣ୍ଡିଆ । ଆଉ ଏବେ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି ମେନ୍‌ ଇନ୍‌ ବ୍ଲୁ । ତେବେ ୨ୟ ମ୍ୟାଚ୍‌ ଜିତି  ସିରିଜ୍‌କୁ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.