suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ୍‌…

10/08/2023 at 8:07 AM

ମୁମ୍ବାଇ ୧୦।୦୮ : ଦିନିକିଆ ବିଶ୍ୱକପ୍ ୨୦୨୩ । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟକୁ ଆଉ ୫୫ ଦିନ ବାକି ରହିଛି। ଏହି ସମୟରେ ରୋହିତ ଶର୍ମାଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯାହାକୁ ନେଇ ସବୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ୍‌ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ମତର, ଦୀର୍ଘ ୧୨ ବର୍ଷ ପରେ ଭାରତକୁ ଫେରୁଛି ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ । ୨୦୧୧ରେ ଶେଷ ଥର ପାଇଁ ବିଶ୍ୱକପ୍‌ର ଆୟୋଜନ ହୋଇଥିଲା । ଏଥିରେ ବାଂଲାଦେଶ ମଧ୍ୟ ସହ ଆୟୋଜକ ଥିଲା । କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍‌ର ଆୟୋଜନ ଭାରତକୁ ମିଳିଛି । ତେବେ ଭାରତରେ ଏହି ବିଶ୍ୱକପ୍‌ର ଖେଳାଯିବାକୁ ଥିବା ବେଳେ ହୋମ ଟିମ୍‌କୁ ବେଶ୍‌ ଲାଭ ମିଳିବ । ଏହାସହିତ ଭାରତୀୟ ଟିମ୍‌ ମଧ୍ୟ ସନ୍ତୁଳିତ ଅଛି । ଘରୋଇ ପିଚ୍‌ର ଲାଭ ଭାରତୀୟ ଟିମ୍‌ ବେଶ୍‌ ଭଲ ଭାବରେ ଉଠାଇପାରିବ ।

ସେହିପରି ବିଶ୍ୱକପ୍‌ ଟ୍ରଫି ସହ ରୋହିତ ଶର୍ମାଙ୍କ ଫଟୋ ଆଇସିସି ପକ୍ଷରୁ ଜାରି କରାଯାଇଛି । ଯେଉଁଥିରେ ସେ ଦିନିକିଆ ବିଶ୍ୱକପ୍‌ ଟ୍ରଫି ସହ ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ସେ କହିଛନ୍ତି ଯେ, ଏହି ଟ୍ରଫିଟି ବହୁତ୍‌ ଶାନ୍‌ଦାର । ଏହାକୁ ପ୍ରତି କ୍ରିକେଟ୍‌ର ଧରିବାକୁ ଚାହାଁନ୍ତି । ମୋର ମଧ୍ୟ ଇଛା ରହିଛି । ୨୦୧୧ରେ ଧୋନିଙ୍କ ନେତୃତ୍ୱରେ ଶେଷ ଥର ପାଇଁ ଦିନିକିଆ ବିଶ୍ୱକପ୍‌ ଟ୍ରଫି ଜିତିଥିଲା ଟିମ୍‌ ଇଣ୍ଡିଆ । କିନ୍ତୁ ସେହି ଟିମ୍‌ର ମୁଁ ସଦସ୍ୟ ନଥିଲି । ଯାହାକି ମୋ କ୍ରିକେଟ୍‌ କ୍ୟାରିୟରର ସବୁଠୁ ବଡ଼ ଅବଶୋଷ ରହିଯାଇଛି । ଚଳିତ ବର୍ଷ ଭାରତୀୟ ଟିମ୍‌ ଟ୍ରଫି ଜିତି ଅନେକ ଫ୍ୟାନ୍ସ ଆଶା ବାନ୍ଧି ରଖିଛନ୍ତି ।

ସେପଟେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ମୋଟ୍ ୯ଟି ମ୍ୟାଚ୍‌ର ଖେଳସୂଚୀରେ ପରିବର୍ତ୍ତନ କରିଛି । ଏଥିରେ ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ମୁକାବିଲା ସାମିଲ୍ ରହିଛି । ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀଙ୍କ ମଧ୍ୟରେ ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୧୫ ତାରିଖ ରବିବାର ଖେଳା ଯିବାର ଥିଲା, ମାତ୍ର ସଂଶୋଧିତ ଖେଳସୂଚୀ ଅନୁଯାୟୀ ଅକ୍ଟୋବର ୧୪ରେ ଏହି ମୁକାବିଲା ପୂର୍ବରୁ ସ୍ଥିରିକୃତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ସେହିପରି ଅନ୍ୟ ୮ ମ୍ୟାଚ୍‌ର ତାରିଖ ମଧ୍ୟ ବଦଳା ଯାଇଛି।

   Related Posts