ମୁମ୍ବାଇ ୧୦।୦୬ : ଟି-୨୦ ବିଶ୍ୱକପ୍ ୨୦୨୪ । ଲିଗ୍ ପର୍ଯ୍ୟାୟର ଏକ ମ୍ୟାଚ୍ରେ ଭାରତ ଠାରୁ ୬ ରନ୍ରେ ହାରିଛି ପାକିସ୍ତାନ । ବିଶ୍ୱକପ୍ ଇତିହାସରେ ପାକିସ୍ତାନକୁ ୧୫ ଥର ହରାଇବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ମୋଟ ୧୬ଟି ମୁକାବିଲାରୁ ପାକିସ୍ତାନ ମାତ୍ର ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଛି। ତେବେ ମ୍ୟାଚ୍ ଶେଷ ପରେ ରୋହିତ ଶର୍ମା କିଛି ଏପରି କହିଛନ୍ତି । ଯାହାକୁ ଶୁଣି କ୍ରିକେଟ୍ ଫ୍ୟାନ୍ସଙ୍କ ମନରେ ଖୁସିର ଲହର ଖେଳିଯାଇଛି ।
ରବିବାର ଦିନ ନ୍ୟୁୟର୍କର ନାସାଉ କ୍ରିକେଟ୍ କାଉଣ୍ଟି ଗ୍ରାଉଣ୍ଡରେ ଥିଲା ୨୦୨୪ ଟି-୨୦ ବିଶ୍ୱକପ୍ର ସବୁଠୁ ହାଇଭୋଲଟେଜ୍ ମ୍ୟାଚ୍ । ଆଉ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ପାକିସ୍ତାନ । ପ୍ରଥମେ ବ୍ୟାଟିଂ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୧୨୦ ରନ୍ର ଟାର୍ଗେଟ ଦେଇଥିଲା । ମୋଟ ୧୯ ଓଭରରେ ଭାରତୀୟ ଟିମ୍ ୧୧୯ ରନ୍ କରିବାରେ ହିଁ ସକ୍ଷମ ହୋଇଥିଲା । ଶେଷରେ ବ୍ୟାଟିଂ କରିବା ଲାଗି ପଡିଆକୁ ଓହ୍ଲାଇଥିଲା ବାବାର ବାହିନୀ । ପାଓ୍ୱାର ପ୍ଲେ ଏବଂ ପ୍ରଥମ ୧୦ ଓଭରରେ ଭଲ ଆରମ୍ଭ କରିଥିଲା ପାକିସ୍ତାନ ଟିମ୍ । ହେଲେ ଡ୍ରିଙ୍କ୍ସ ବ୍ରେକ୍ ପରେ ହଠାତ୍ ଆକ୍ଟିଭ ମୁଡ୍କୁ ଆସିଯାଇଥିଲା ଭାରତୀୟ ବୋଲର । ଏହାପରେ ଲଗାତର ଅନ୍ତରାଳରେ ପଡିଚାଲିଥିଲା ପାକିସ୍ତାନ ଓ୍ୱିକେଟ୍ । ଏପରି ହେଲା କି ପାକିସ୍ତାମ ଟିମ୍ ମୋଟ ୨୦ ଓଭରରେ ୧୧୩ ରନ୍ କରିବାରେ ସକ୍ଷମ ହୋଇଥିଲା । ଶେଷରେ ୬ରନ୍ରେ ବିଜୟୀ ହୋଇଥିଲା ଭାରତୀୟ ଟିମ୍ ।
ତେବେ ମ୍ୟାଚ୍ ଶେଷ ପରେ ବ୍ରଡକାଷ୍ଟକୁ ଦେଇଥିବା ସାକ୍ଷାତକାରରେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ପିଚ୍ କଣ୍ଡିସନ୍ ବହୁତ୍ ଖରାପ ଥିଲା । ଆମେ ବ୍ୟାଟିଂ ଆରମ୍ଭ କରିବା ସମୟରେ ଠିକ୍ ଠାକ୍ ଚାଲିଥିଲା ପାରି । ହେଲେ ୧୦ ଓଭର ପରେ ହଠାତ୍ ପିଚ୍ର କଣ୍ଡିସନ୍ରେ ପରିବର୍ତ୍ତନ ହୋଇଥିଲା । ଯାହାଫଳରେ ଆମେ ମାତ୍ର ୧୧୯ ରନ୍ କରିବାରେ ସକ୍ଷମ ହୋଇଥିଲୁ। ପାକିସ୍ତାନ ମଧ୍ୟ ଭଲ ଆରମ୍ଭ କରିଥିଲା । ମୁଁ ଅଧାମ୍ୟାଚ୍ରେ କହିଥିଲା କି, ଯଦି ଆମେ ଏତେ କମ୍ ସ୍କୋର କରି ଅଲ୍ଆଉଟ୍ ହୋଇଯାଉଛି । ତେବେ ପାକିସ୍ତାନ ବି ହୋଇପାରିବ । ପିଚ୍ କଣ୍ଡିସନ୍ ବୋଲର ଫେବରରେ ରହିଛି । ତେଣୁ ଆମକୁ ଭଲ ଖେଳିବାକୁ ପଡିବ । ଏହାବି ହେଲା । ମ୍ୟାଚ୍ରେ ବୋଲର ମାନେ ଠିକ୍ ସମୟରେ ପ୍ରଦର୍ଶନ କରିଥିଲେ । ଆଉ ମ୍ୟାଚ୍କୁ ଆମ ପକ୍ଷକୁ ଆସିଥିଲା । ଆମେ ୫ ରନ୍ରେ ପାକିସ୍ତାନକୁ ହରାଇଛୁ ।