୩ ଦିନ ପୂର୍ବେ କରିଥିଲେ ଶତକର ଭବିଷ୍ୟତବାଣୀ, ଆଉ ଆଜି..., ଦ୍ଵିତୀୟ ଦିନିକିଆରେ କ'ଣ କହିଥିଲେ ହିଟ୍ ମ୍ୟାନ୍ ?

Published By : Prameya-News7 Bureau | January 24, 2023 IST

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଶତକୀୟ ପାଳି ଖେଳିଛନ୍ତି। ହିଟମ୍ୟାନ୍ ୧୦୧ ରନ କରି ଦୀର୍ଘ ତିନି ବର୍ଷ ଧରି ଚାଲିଥିବା ଶତକ ମରୁଡିର ଅନ୍ତ ଘଟାଇଛନ୍ତି।  ପ୍ରାୟ ୩ ବର୍ଷ ପରେ ରୋହିତଙ୍କ ବ୍ୟାଟରୁ ଶତକ ଆସିଛି। ସବୁଠୁ ବଡ କଥା ତିନି ଦିନ ପୂର୍ବେ ରୋହିତ ନିଜର ଶତକକୁ ନେଇ ଟିପ୍ପଣୀ କରିଥିଲେ।

ଜାନୁଆରୀ ୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ଵିତୀୟ ଦିନିକିଆରେ ରୋହିତ ୫୧ ରନର ଇନିଂସ ଖେଳିଥିଲେ। ମ୍ୟାଚ୍ ପରେ ରୋହିତଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ ତିନି ବର୍ଷ ହେବ ସଶତକଟିଏ ମାରି ପାରି ନାହାନ୍ତି। ଏହା ଉପରେ ରୋହିତ ଶର୍ମା ନିଜ ମନର କଥା କହିଥିଲେ।

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଥିଲେ, ତାଙ୍କୁ ଜଣା ସେ ଶତକ ଅର୍ଜନ କରି ପାରୁ ନାହାନ୍ତି। କିନ୍ତୁ ନିଜ ପ୍ରଦର୍ଶନରେ ସେ ଖୁସି ଅଛନ୍ତି। ନିଜ ବ୍ୟାଟିଂକୁ ନେଇ ସନ୍ତୁଷ୍ଟ ଅଛନ୍ତି ଏବଂ ନିଜ ଖେଳକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ବ୍ୟାଟରୁ ବଡ ସ୍କୋର ଶୀଘ୍ର ଆସିବ ବୋଲି ରୋହିତ କହିଥିଲେ।

ଜାନୁଆରୀ ୨୧ରେ ଏହି ବୟାନ ଦେଇଥିଲେ ଆଉ ଜାନୁଆରୀ ୨୪ରେ ରୋହିତଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ଇନ୍ଦୋରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ରୋହିତ ଶର୍ମା ୮୫ ମ୍ୟାଚ୍‌ରେ ୧୦୧ ରନ କରିଥିଲେ। ଏଥିରେ ୯ ଚୌକା ଏବଂ ୬ ଛକା ସାମିଲ୍। ଏଥିସହ ରୋହିତଙ୍କ ଦିନିକିଆ ଅନ୍ତର୍ଜାତୀୟରେ ଶତକ ସଂଖ୍ୟା ୩୦ରେ ପହଞ୍ଚିଛି।

ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଶତକ

ସଚିନ ତେନ୍ଦୁଲକର- ୪୬୩ ମ୍ୟାଚ୍, ୪୯ ଶତକ

ବିରାଟ କୋହଲି- ୨୭୧ ମ୍ୟାଚ୍, ୪୬ ଶତକ

ରୋହିତ ଶର୍ମା- ୨୪୧ ମ୍ୟାଚ୍, ୩୦ ଶତକ

ରିକି ପଣ୍ଟିଂ- ୩୭୫ ମ୍ୟାଚ୍, ୩୦ ଶତକ

ସନଥ ଜୟସୁରିୟା- ୪୪୫ ମ୍ୟାଚ୍, ୨୮ ଶତକ

ରୋହିତ ଶର୍ମାଙ୍କ ଦିନିକିଆ ରେକର୍ଡ

୨୪୧ ମ୍ୟାଚ୍- ୯୮୭୨ ରନ, ୪୮.୯୧ ହାର

୩୦ ଶତକ, ୪୮ ଅର୍ଦ୍ଧଶତକ, ୩ ଦ୍ଵିଶତକ

୮୯୫ ଚୌକା, ୨୭୩ ଛକା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.