ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଭାରତ କେବେ ପାକିସ୍ତାନ ଗସ୍ତ କରିବ ? ମଜାଳିଆ ଉତ୍ତର ଦେଲେ ରୋହିତ ଶର୍ମା

28/08/2022 at 11:02 AM

ନୂଆଦିଲ୍ଲୀ,୨୮/୦୮:  ଏସିଆ କପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ । ଦୁବାଇ ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯିବ । ଏହି ମ୍ୟାଚକୁ ସାରା ବିଶ୍ୱର କ୍ରିକେଟ ପ୍ରଶଂସକ ଅନାଇ ବସିଛନ୍ତି । ଗତବର୍ଷ ଟି୨୦ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନ ଭାରତକୁ ୧୦ ଓ୍ୱିକେଟରେ ପରାସ୍ତ କରିଥିଲା ।

ମ୍ୟାଚର ପୂର୍ବ ସନ୍ଧ୍ୟା ଅର୍ଥାତ ଶନିବାର ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ତାଙ୍କୁ ଜଣେ ସାମ୍ବାଦିକ ପାକିସ୍ତାନ ଗସ୍ତ ନେଇ ପ୍ରଶ୍ନ କରିଥିଲେ । ଯାହାର ଖୁବ୍ ମଜାଳିଆ ଉତ୍ତର ଦେଇଥିଲେ ରୋହିତ । ଯାହା ଶୁଣି ସେଠାରେ ଉପସ୍ଥିତି ଲୋକେ ହସିବାକୁ ଲାଗିଥିଲେ ।

ରୋହିତ କହିଥିଲେ ଯେ, ଯଦି ତାଙ୍କ ପାଖରେ ଏହି ପ୍ରଶ୍ନର ଉତ୍ତର ଥାଆନ୍ତା ତେବେ ସେ ଅବଶ୍ୟ ଉତ୍ତର ରଖିଥାନ୍ତେ । ଏହା ବୋର୍ଡ କରିଥାଏ । କଣ କକେତେବେଳେ ହେବ ସବୁ ବିସିସିଆଇ ଉପରେ ନିର୍ଭର କରେ । ସେମାନଙ୍କୁ ଯେଉଁଠାକୁ ପଠାଯିବ ସେମାନେ ସେଠାରେ ଖେଳିବେ । ଏହା କଠିନ ପ୍ରଶ୍ନ । ବୋର୍ଡ ଯଦି ନିଷ୍ପତ୍ତି ନେବ ତେବେ ସେମାନେ ଖେଳିବେ ।

ସୂଚନାଯୋଗ୍ୟ, ୨୦୦୮ ପରେ ଭାରତ ପାକିସ୍ତାନ ଗସ୍ତ କରିନାହିଁ । ରାଜନୈତିକ ଓ କୁଟନୈତିକ ସମ୍ପର୍କ ପାଇଁ ଏପରି ସ୍ଥିତି ଉପୁଜିଛି । ଦୁଇ ଦଳ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ୍ ୨୦୧୨-୧୩ରେ ହୋଇଥିଲେ ।  ଏହି ସିରିଜରେ ପାକିସ୍ତାନ ୨-୧ରେ ବିଜୟୀ ହୋଇଥିବା ବେଳେ ଟି୨୦ ସିରିଜ୍ ୧-୧ରେ ବରାବର ରହିଥିଲା ।

   Related Posts