ରୋହିତ ଶର୍ମା ଫିଟ୍ : କରୋନାରୁ ସୁସ୍ଥ ହେଲା ପରେ କରୁଛନ୍ତି ପ୍ରାକ୍ଟିସ୍

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ ୦୪/୦୭:  ଇଂଲଣ୍ଡ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା କରୋନାରୁ ସୁସ୍ଥ ହୋଇଛନ୍ତି । ରବିବାର ରୋହିତଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ଏହାପରେ ସେ ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।  

ରୋହିତ ଇଂଲଣ୍ଡ ବିପକ୍ଷ ଏଜବେଷ୍ଟନ ଟେଷ୍ଟ ପୂର୍ବରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।  ଏହାପରେ ସେ ଆଇସୋଲେସନରେ ରହିଥିଲେ । ଏହି କାରଣରୁ ଟେଷ୍ଟ୍ ମ୍ୟାଚରେ ସେ ସାମିଲ ହୋଇପାରିନଥିଲେ । କିନ୍ତୁ ଏବେ ସେ ପୁଣି ପଡିଆକୁ ଫେରିଛନ୍ତି ।

wp:html /wp:html

ଆଶା କରାଯାଉଥିଲା ଯେ, ରୋହିତ ସୁସ୍ଥ ହୋଇଯିବେ । କାରଣ ଜୁଲାଇ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ୍ ଆରମ୍ଭ ହେବ । ସେ ଦଳର ନେତୃତ୍ୱ ନେବେ । ଏବେ ସୋସିଆଲ ମିଡିଆରେ କିଛି ଫଟେ ସାମ୍ନାକୁ ଆସିଛି । ଯେଉଁଥିରେ ରୋହିତ ପ୍ରାକ୍ଟିସ୍ କରୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ରୋହିତ ସବୁ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି । ନିକଟରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ଖେଳିନଥିଲେ । ଏହି ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.