ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଫିଟ୍ ହେବେନି ରୋହିତ ! ନୂଆ ଅଧିନାୟକ ନେଇ ଏମିତି ଅଛି ବିସିସିଆଇର ରଣନୀତି

Published By : Prameya-News7 Bureau | June 27, 2022 IST

ନୂଆଦିଲ୍ଲୀ,୨୭/୦୬:  ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଚଟ୍ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି । ରୋହିତ ଶର୍ମା କୋଭିଡ୍ ପଜିଟିଭ୍ ହୋଇ ଆଇସୋଲେସନରେ ଅଛନ୍ତି । ସେ ପଜିଟିଭ୍ ଚିହ୍ନଟ ହେଲା ପରେ ଦଳର ଚିନ୍ତା ବଢିଯାଇଛି । ଏବେ ରୋହିତଙ୍କ ବଦଳରେ ଟେଷ୍ଟ୍ ମ୍ୟାଚର ନେତୃତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠିଛି । ତେବେ ଏହାମଧ୍ୟରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ବିସିସିଆଇ ଏବେ ରୋହିତ ସୁସ୍ଥ ହେବା ନେଇ ଆଶବାନ୍ଧି ବସିଛି । କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ମେଡିକାଲ ଟିମ୍ ବିସିସିଆଇକୁ ୫ ଦିନ ଅପେକ୍ଷା କରିବାକୁ କହିଛି । ଯଦି ରୋହିତ ୧ ତାରିଖ ପୂର୍ବରୁ କୋଭିଡ୍ ନେଗେଟିଭ୍ ହୁଅନ୍ତି ତେବେ ସେ ଟେଷ୍ଟ୍ ମ୍ୟାଚ୍ ଖେଳିବେ ।

ତେବେ ଇଂଲଣ୍ଡ ବିପକ୍ଷରେ ଏହି ଟେଷ୍ଟ୍ ମ୍ୟାଚ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।କାରଣ ଏହା ଗତବର୍ଷ ଖେଳାଯାଇଥିବା ସିରିଜର ଶେଷ ମୁକାବିଲା । ଭାରତ ଏଥିରେ ୨-୧ରେ ଆଗୁଆ ରହିଛି । ଯଦି ଏହି ମୁକାବିଲା ଡ୍ର ହୁଏ ତେବେ ଭାରତ ସିରିଜ୍ ଜିତିଯିବ । ତେଣୁ ରୋହିତ ଶର୍ମାଙ୍କ ଖେଳିବା ଜରୁରୀ । କାରଣ ସେ ଭଲ ଓପନର ସହ ଅଧିନାୟକ ମଧ୍ୟ । ଇଂଲଣ୍ଡ ପିଚରେ ଭଲ ଓପନିଂ ଦଳକୁ ଖୁବ୍ ଦରକାର । ରୋହିତ ନଖେଳିଲେ ନୂଆ ଯୋଡି ଓପନିଂ କରିବା  ଦଳକୁ ବ୍ୟାକଫୁଟକୁ ଠେଲିପାରେ ।

ରୋହିତଙ୍କ ଅନଫିଟ୍ ନେଇ ଭାରତୀୟ ଦଳର କିଏ ଅଧିନାୟକ ହେବ ବୋଲି ପ୍ରଶ୍ନ ଉଠିଛି । ଏପରି ସ୍ଥିତିରେ ଜସପ୍ରିତ ବୁମରାହଙ୍କୁ ଦଳ ଅଧିନାୟକ କରିପାରେ । ଋଷଭ ପନ୍ତ ଓ ଆର ଅଶ୍ୱୀନଙ୍କ ନାଁ ବି ରେସରେ ଅଛି । ତେବେ ଗତବର୍ଷ ଇଂଲଣ୍ଡ ସିରିଜରେ ଦଳର ନେତୃତ୍ୱ ଭାର ବିରାଟଙ୍କ ହାତରେ ଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.