ଆଗାମୀ ସିଜିନରେ ଜବରଦସ୍ତ କମବ୍ୟାକ୍ କରିବ ମୁମ୍ବାଇ- ରୋହିତ ଶର୍ମା

Published By : Prameya-News7 Bureau | June 02, 2022 IST

ନୂଆଦିଲ୍ଲୀ ୦୨/୦୬:   ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତି ଖରାପ ଥିଲା । ଦଳ ପଏଣ୍ଟ ଟେବୁଲରେ ସବୁଠାରୁ ତଳେ ରହିଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଟିମ୍ ମାତ୍ର ୪ଟି ମୁକାବିଲା ଜିତିପାରିଥିଲା । ଆଇପିଏଲ ଇତିହାସରେ ମୁମ୍ବାଇ ପ୍ରଥମ ଥର ଗୋଟିଏ ସିଜିନରେ ୧୦ଟି ମ୍ୟାଚ୍ ହାରିଥିଲା ।

ଏବେ ରୋହିତ ଦଳର ଖରାପ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛନ୍ତି । ରୋହିତ କହିଛନ୍ତି ଯେ, ଦଳରେ ଏକତା ରହିଛି । ଯାହା ପାଇଁ ଦଳ ଆଗାମୀ ସିଜିନରେ କମ୍ ବ୍ୟାକ୍ କରିବ । ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମଧ୍ୟ ଆଗାମୀ ସିଜିନରେ ସାମିଲ ହେବେ । ସେ ଆହତ ସମସ୍ୟା ହେତୁ ଚଳିତ ସିଜିନ ଖେଳିପାରି ନଥିଲେ ।

ହିଟମ୍ୟାନ୍ ଆହୁରି କହିଛନ୍ତି ଯେ, ଏହି ସିଜିନ ଆଶାଠାରୁ ବିପରୀତ ଥିଲା । କିନ୍ତୁ ବହୁତ କିଛି ଶିଖିବାକୁ ମିଳିଛି । କିନ୍ତୁ ଖେଳାଳି ପରସ୍ପରକୁ ସମର୍ଥନ କରିଛନ୍ତି । ଆଗାମୀ ଦିନରେ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିବ । ଦଳରେ ଏକତା ଭଲ ସଙ୍କେତ ଅଟେ । ସେମାନେ ଏକ ପରିବାର ଭଳି ରହିଛନ୍ତି । ଦଳରେ ମାହୋଲ ଖୁବ୍ ଭଲ ଅଛି । ଏହାସହ ସେ ଅନେକ ଯୁବ ଖେଳାଳିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ସିଜିନରେ ତିଲକ ବର୍ମା,  ଡେଓ୍ୱାଲ୍ଡ ବ୍ରେଭିସ୍ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । କିନ୍ତୁ କିରଣ ପୋଲାର୍ଡ, ଇଶାନ କିଷନଙ୍କ ଭଳି ବ୍ୟାଟ୍ସମ୍ୟାନ୍ ରନ୍ କରିବାରେ ବିଫଳ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.