ଯୁବରାଜଙ୍କୁ ଟପିଲେ ରୋହିତ, ସର୍ବାଧିକ ଛକା ମାରିବାରେ ରେକର୍ଡ କଲେ 'ରୋ' ହିଟ୍‌ ଶର୍ମା

Published By : Prameya-News7 Bureau | October 28, 2022 IST

ସିଡନୀ ୨୮।୧୦ : ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ରେ ଭାରତ ପକ୍ଷରୁ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି ରୋହିତ ଶର୍ମା । ସେ ନେଦରଲାଣ୍ଡସ ବିପକ୍ଷରେ  ୪ଟି  ଚୌକା ଓ ୩ଟି ଛକା  ବଳରେ ୫୩ ରନ୍‌  କରିଥିଲେ । ଏଥିସହ ଯୁବରାଜ ସିଂହଙ୍କ  ସର୍ବାଧିକ ଛକା ରେକର୍ଡ ଭଙ୍ଗ କରିଥିଲେ ।

ଖବର ଅନୁଯାୟୀ,  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ରୋହିତ ମୋଟ୍‌  ୩୪ଟି ଛକା ମାରି ସାରିଛନ୍ତି । ପୂର୍ବରୁ ଭାରତ  ପକ୍ଷରୁ ସର୍ବାଧିକ ଛକା ରେକର୍ଡ ଯୁବରାଜଙ୍କ  ନାମରେ ରହିଥିଲା । ସେ ମୋଟ୍‌ ୩୩ଟି ଛକା  ମାରିଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ  ଛକା ରେକର୍ଡ ୱେଷ୍ଟ ଇଣ୍ଡିଜ୍‌ର କ୍ରିସ ଗେଲ୍‌ଙ୍କ  ନାମରେ ରହିଛି । ସେ ମୋଟ୍‌ ୬୩ଟି ଛକା  ମାରିଛନ୍ତି ।  ରୋହିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୩୫ଟି  ମ୍ୟାଚ୍‌ ଖେଳି ୩୭.୬୬ ହାରରେ ମୋଟ୍‌ ୯୦୪  ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରେ ୯ଟି  ଅର୍ଦ୍ଧଶତକ ରହିଛି ।

ସେହିପରି ବିଶ୍ୱକପ ଇତିହାସରେ  ସର୍ବାଧିକ ରନ୍‌ ତାଲିକାରେ ରୋହିତ ବର୍ତ୍ତମାନ  ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ।  ସର୍ବାଧିକ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  ସର୍ବାଧିକ ରନ୍‌ ତାଲିକାରେ ଶ୍ରୀଲଙ୍କାର  ମାହେଲା ଜୟବର୍ଦ୍ଧନେ ଶୀର୍ଷରେ ରହିଛନ୍ତି ।  ସେ ମୋଟ୍‌ ୧୦୧୬ ରନ୍‌ ସଂଗ୍ରହ କରିଛନ୍ତି ।  ଏହାପରେ  ବିରାଟ କୋହଲି ୯୮୯ ରନ୍‌ ସହ  ଦ୍ୱିତୀୟ ଓ ଗେଲ୍‌ ୯୬୫ ରନ୍‌ ସହ ତୃତୀୟ  ସ୍ଥାନରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.