IPL ପରେ ମାଳଦ୍ବୀପରେ ଛୁଟି କାଟୁଛନ୍ତି ରୋହିତ ଶର୍ମା, ପତ୍ନୀଙ୍କ ସହ ସେୟାର କଲେ ରୋମାଣ୍ଟିକ୍‌ ଫଟୋ

Published By : Prameya-News7 Bureau | May 25, 2022 IST

ମୁମ୍ବାଇ ୨୫।୦୫: ଆଇପିଏଲ ୨୦୨୨ରେ ମୁମ୍ବାଇର ଯାତ୍ରା ଶେଷ ହୋଇଛି। ଏହି ସିଜିନ୍‌ରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ସେମାନେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲେ। ଦିଲ୍ଲୀ ବିପକ୍ଷରେ ଥିବା ମ୍ୟାଚ୍ ପରେ ରୋହିତ ଶର୍ମା ତାଙ୍କ ପରିବାର ସହିତ ଛୁଟିରେ ଯାଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ଭାଇରାଲ୍‌ ହେବାରେ ଲାଗିଛି ।

ନିକଟରେ ରୋହିତ ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତ୍ନୀ ରିତିକା ସାଜଦେହଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଉଭୟଙ୍କୁ ମାଳଦ୍ବୀପରେ ଦେଖିବାକୁ ମିଳିଛି। ଦୁହେଁ ସମୁଦ୍ର ନିକଟରେ ବସି ସେମାନଙ୍କର ପ୍ରାଇଭେଟ୍‌ ଟାଇମ୍‌କୁ ଉପଭୋଗ କରୁଛନ୍ତି। ଦୁହିଁଙ୍କ ସହ ତାଙ୍କ ଝିଅ ସମାଇରା ମଧ୍ୟ ନଜର ଆସିଛି । ରୋହିତ ଫଟୋକୁ ପୋଷ୍ଟ କରି କ୍ୟାପସନ୍‌ରେ ଲେଖିଛନ୍ତି 'ଆଗାମୀ କିଛି ଦିନ ପାଇଁ ମୋତେ ବାସ୍‌ ଏତିକି ହିଁ ଦରକାର…

wp:html
/wp:html

କହିବାକୁ ଗଲେ  ଆଇପିଏଲ୍ ୨୦୨୨ ପରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ଖେଳିବାକୁ ପଡିବ । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସମେତ ବିରାଟ କୋହଲି ଏବଂ ଜସ୍‌ପ୍ରିତ୍‌ ବୁମ୍ରାଙ୍କ ପରି ଭଲ , ଶ୍ରେଷ୍ଠ ଖେଳାଳିଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି। ପରେ ରୋହିତଙ୍କୁ ଇଂଲଣ୍ଡ ବିପକ୍ଷରେ ଥିବା ମ୍ୟାଚ୍‌କୁ ଫେରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.