କେବଳ IPLରେ ଶ୍ରେଷ୍ଠ ଅଧିନାୟକ ହୋଇ ରହିଗଲେ ରୋହିତ, ଟିମ୍ ଇଣ୍ଡିଆକୁ ଜିତାଇ ପାରିଲେନି ଗୋଟିଏ ବି ICC ଟାଇଟଲ୍

Published By : Prameya-News7 Bureau | November 19, 2023 IST

ଅହମ୍ମଦାବାଦ: ନିଜ ନେତୃତ୍ଵରେ ଭାରତକୁ ତୃତୀୟ ବିଶ୍ଵକପ୍ ଟ୍ରଫି  ଜିତାଇବାରେ ବିଫଳ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ୧୪୦ କୋଟି ହୃଦୟଙ୍କ ସ୍ଵପ୍ନ ଭାଙ୍ଗି ଚୁରମାର ହୋଇଛି। ଏକତରଫା ଭାବେ ଫାଇନାଲ୍ ମ୍ୟାଚ୍‌କୁ ଜିତି ଅଷ୍ଟ୍ରେଲିଆ ଷଷ୍ଠ ଥର ବିଶ୍ଵକପ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ୨୦୨୩ ବିଶ୍ଵକପ୍ ହାରିବା ପରେ ସ୍ପଷ୍ଟ ଭାବେ କୁହାଯାଇ ପାରିବ ଯେ, ରୋହିତ ଶର୍ମା କେବଳ ଆଇିଏଲର ଶ୍ରେଷ୍ଠ ଅଧିନାୟକ, ଆଇସିସି ଟୁର୍ଣ୍ଣାମେଣ୍ଟରେ ନୁହେଁ। ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ୩ ଆଇସିସି ଟୂର୍ଣ୍ଣାମେଣ୍ଟ ଖେଳି ସବୁଥିରେ ପରାଜିତ ହୋଇଛି।

wp:heading {"level":4}

ଅଧିକ ପଢନ୍ତୁ- ନକଆଉଟ୍‌ର ଚାପ ସମ୍ଭାଳି ପାରୁନି ଟିମ୍ ଇଣ୍ଡିଆ, ଏମିତି ରହିଛି ୨୦୧୫, ୨୦୧୯ ଓ ୨୦୨୩ ବିଶ୍ଵକପ୍‌ର ପରାଜୟର ରେକର୍ଡ

/wp:heading

ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ନିୟମିତ ଭାବେ ତିନୋଟି ଫର୍ମାଟର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ସର୍ବପ୍ରଥମେ ଆଇସିସି ଟୁର୍ଣ୍ଣାମେଣ୍ଟ ୨୦୨୨ର ଟି-୨୦ ବିଶ୍ଵକପ୍‌ ଖେଳିଥିଲା। ଏଥିରେ ଭାରତ ସେମି ଫାଇନାଲ୍‌ରେ ଇଂଲଣ୍ଡ ହାତରୁ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇଥିଲା।

{"id":872005,"sizeSlug":"full","linkDestination":"none"}
Livemint

ଏହାପରେ ୨୦୨୩ ଜୁନରେ ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ୍ ପାଇଁ ମଇଦାନକୁ ଓହ୍ଲାଇଥିଲା। ହେଲେ ଦଳ ଏଥର ମଧ୍ୟ ନିରାଶ କରିଥିଲା। ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍‌ରେ ଭାରତକୁ ୨୦୯ ରନରେ  ହରାଇଥିଲା। ଏହି ପରି ଭାବେ ଭାରତ ରୋହିତ ଶର୍ମାଙ୍କ ନେତୃତ୍ଵରେ ଦ୍ଵିତୀୟ ଥର ଆଇସିସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ୍ ଜିତିପାରି ନ ଥିଲା।

{"id":871997,"sizeSlug":"full","linkDestination":"none"}
abplive.com

ପୁଣି ଶେଷରେ ୨୦୨୩ ବିଶ୍ଵକପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଶୋଚନୀୟ ପରାଜୟ ଭୋଗିଛି। ଅଷ୍ଟ୍ରେଲିଆ ଟାଇଟଲ୍ ମୁକାବିଲାରେ ୬ ଓ୍ଵିକେଟ୍ ଓ ୪୨ ବଲ୍ ବଳକା ରହି ଭାରତକୁ ହରାଇଛି। ଆଉ ୧୪୦ କୋଟି ଭାରତୀୟ ନିରାଶ ହୋଇଛନ୍ତି।

ଆଇପିଏଲ୍‌ରେ ୫ ଥର ଜିତି ସାରିଛନ୍ତି ରୋହିତ

ରୋହିତ ଶର୍ମା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ଵ ନେଇ ପାଞ୍ଚ ଥର ଚାମ୍ପିଅନ କରାଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ସର୍ବପ୍ରଥମେ ୨୦୧୩ରେ ରୋହିତଙ୍କ ନେତୃତ୍ଵରେ ଟ୍ରଫି ଜିତିଥିଲା। ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଚାମ୍ପିଅନ ହୋଇଥିଲା। ଏହିପରି ରୋହିତ ଶର୍ମା ଆଇପିଏଲ୍‌ରେ ୫ଟି ଟାଇଟଲ୍ ଜିତିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.