oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଖରାପ ଫର୍ମରେ ରୋହିତ : ଉଠିଲା ପ୍ରଶ୍ନ, ଲଗାତର ବିଫଳ ହେଉଛନ୍ତି ‘ହିଟମ୍ୟାନ୍’

9/02/2021 at 12:29 PM

ଚେନ୍ନାଇ,୦୯/୦୨:   ଭାରତୀୟ ଦଳର ଓପନର ରୋହିତ ଶର୍ମା ଲଗାତର ଭାବେ ଫ୍ଲପ୍ ହେଉଛନ୍ତି । ଯେତେବେଳେ ଇଂଲଣ୍ଡ ପ୍ରଥମ ଟେଷ୍ଟରେ ୪୨୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ସେତେବେଳେ ଫ୍ୟାନ୍ସ ରୋହିତଙ୍କଠୁ ବଡ ସ୍କୋର ଆଶା କରୁଥିଲେ । କିନ୍ତୁ ଦ୍ୱିତୀୟ ପାଳିରେ ରୋହିତ ମାତ୍ର ୧୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେ ସ୍ପିନର୍ ଜ୍ୟାକ୍ ଲିଚଙ୍କ ବଲରେ ଚକମା ଖାଇ ବୋଲ୍ଡ ହୋଇଯାଇଥିଲେ ।

ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ରୋହିତ ୬ ରନ୍ ରକରି ଆଉଟ୍ ହୋଇଥିଲେ । ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ ହିଟମ୍ୟାନ୍ । ରୋହିତ ଯେପରି ଭାବେ ଆଉଟ୍ ହେଲେ ତାକୁ ନେଇ ଅନେକ ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ରୋହିତ ଖାସ୍ ପ୍ରଦର୍ଶନ କରିପାରି ନଥିଲେ । ସେ ସିଡନୀ ଟେଷ୍ଟରେ ୨୬ ଓ ୫୨ ରନ୍ କରିଥିଲେ । ବ୍ରିସବେନରେ ୪୪ ଓ ୭ ରନ୍ କରିଥିଲେ ।

ସେ ଶେଷ ୮ଟି ଇନିଂସରେ ୧୭୪ ରନ୍ କରିଛନ୍ତି । କେବଳ ଗୋଟିଏ ଅର୍ଦ୍ଧଶତକ ଏଥିରେ ସାମିଲ ଥିଲା । ସେ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୧୯ରେ ଶତକ ଲଗାଇଥିଲେ । ରାଞ୍ଚି ଟେଷ୍ଟରେ ସେ ୨୧୨ ରନ୍ କରିଥିଲେ । 

ରୋହିତ ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୨୦୧୩ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ ।ଏଥିରେ ସେ ୧୭୭ ରନ୍ କରିଥିଲେ । ଦ୍ୱିତୀୟ ଟେଷ୍ଟରେ ମଧ୍ୟସେ ୧୧୧ ରନ୍ କରିଥିଲେ ।ଏହାପରେ ସେ ଲଗାତର ଫେଲ୍ ହୋଇଥିଲେ । କିନ୍ତୁ ସୀମିତ ଓଭର କ୍ରିକେଟରେ ତାଙ୍କ ପ୍ରଦର୍ଶନ ଉଚ୍ଚମାନର ଥିଲା ।

ରୋହିତ ହେଉଛନ୍ତି ଦିନିକିଆ କ୍ରିକେଟରେ ୩ ଥର ଦ୍ୱିଶତକ ହାସଲ କରିଥିବା ଜଣେ ମାତ୍ର ଖେଳାଳି । ତେବେ ଟେଷ୍ଟରେ ତାଙ୍କର ଖରାପ ଫର୍ମ ଟିମ୍ ଇଣ୍ଡିଆର ଚିନ୍ତା ବଢାଇ ଦେଇଛି ।  

   Related Posts