ଟେଷ୍ଟ ମ୍ୟାଚ୍‌ରେ ଦ୍ବିଶତକ ହାସଲ କଲେ ରୋହିତ ଶର୍ମା…

Published By : Prameya-News7 Bureau | October 20, 2019 IST

ରାଞ୍ଚି୨୦|୧୦: ରୋହିତ ଶର୍ମା ଆଜି ତାଙ୍କ କ୍ୟାରିୟରର ପ୍ରଥମ ଟେଷ୍ଟ୍ ଦ୍ବିଶତକ ହାସଲ କରିଛନ୍ତି। ରାଞ୍ଚିରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟରେ ରୋହିତଙ୍କୁ ସଫଳତା ମିଳିଛି।

wp:core-embed/twitter {"url":"https://twitter.com/BCCI/status/1185811199721529344","type":"rich","providerNameSlug":"twitter","className":""}
https://twitter.com/BCCI/status/1185811199721529344
/wp:core-embed/twitter

ଗତକାଲି ରୋହିତ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ମାରିବାରେ ସଫଳ ହୋଇଥିଲେ। ଗତକାଲି ସେ ୧୧୭ ରନ୍ କରି ନଟ୍ ଆଉଟ୍ ଥିଲେ। ସେହିପରି ଆଜି ଲଞ୍ଚ୍ ସୁଦ୍ଧା ସେ ୨୪୨ ବଲ୍‌ରୁ ୧୯୯ ରନ୍ କରିଛନ୍ତି। ଲଞ୍ଚ୍ ପରେ ସେ ଟେଷ୍ଟ୍ କ୍ୟାରିୟରର ପ୍ରଥମ ୨ଶତକ ହାସଲ କରିଥିଲେ। ସେ ଛକା ମାରି ଦ୍ୱିଶତକ ହାସଲ କରିଥିଲେ। ଏହା ପରେ ସେ ଆଉ ଏକ ଛକା ମଧ୍ୟ ମାରିଥିଲେ। ତେବେ ଏହା ପରେ ଆଉ ୧ ରନ୍ ଯୋଡ଼ି ସେ ଆଉଟ୍ ହୋଇଯାଇଥିଲେ। ସେ ୨୫୫ଟି ବଲ୍ ଖେଳି ୨୮ଟି ଚୌକା ଓ ୬ଟି ଛକା ସହାୟତାରେ ୨୧୨ ରନ୍ କରି ରାବଡାଙ୍କ ଏକ ବଲ୍‌ରେ ଲୁଙ୍ଗି ଏନ୍‌ଗିଡିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

wp:core-embed/twitter {"url":"https://twitter.com/BCCI/status/1185813764718784512","type":"rich","providerNameSlug":"twitter","className":""}
https://twitter.com/BCCI/status/1185813764718784512
/wp:core-embed/twitter

ଗତକାଲି ୮୩ ରନ୍ କରି ନଟ୍‌ ଆଉଟ୍ ଥିବା ଆଜିଙ୍କ୍ୟ ରାହାଣେ ମଧ୍ୟ ଆଜି ଶତକ କରିବାରେ ସଫଳ ହୋଇଥିଲେ। ସେ ୧୧୫ ରନ୍ କରି ଆଉଟ୍ ହୋଇଥିଲେ। ୧୯୨ଟି ବଲ୍‌ରୁ ୧୭ଟି ଚୌକା ଓ ଏକ ଚୌକା ସହାୟତାରେ ସେ ଏହି ରନ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.