ହିଟ୍‌ମ୍ୟାନ୍‌ଙ୍କ ରେକର୍ଡ ବର୍ଷା, ଓପନର ଭାବେ ମାରିଛନ୍ତି ୨୮ଟି ଟନ୍‌

Published By : Prameya-News7 Bureau | September 05, 2023 IST

ମୁମ୍ବାଇ ୦୫।୦୯: ପୁଣି ଥରେ ଗର୍ଜିଛି ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ । ଦୀର୍ଘ ଦିନ ଧରି ଶାନ୍ତ ପଡିଥିବା ରୋହିତଙ୍କ ବ୍ୟାଟରୁ ପୁଣି ଥରେ ଦେଖିବାକୁ ମିଳିଛି ଜଲଓ୍ୱା । ଆଉ ସମାଲୋଚକଙ୍କୁ ଦେଇଛନ୍ତି କଡ଼ା ଜବାବ । ନେପାଳ ବିରୋଧରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଖୁବ୍‌ ଗର୍ଜିଛି ହିଟ୍‌ମ୍ୟାନ୍‌ଙ୍କ ବ୍ୟାଟ । ଏସିଆ କପ୍‌ରେ ନେପାଳ ବିରୁଦ୍ଧ ମ୍ୟାଚ୍‌ରେ ୭୪ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ଯେଉଁଥିରେ ୫ଟି ଛକା ଏବଂ ୬ଟି ଚୌକା ସାମିଲ ରହିଛି । ୧୨୫.୪୨ ଷ୍ଟ୍ରାଇକ୍‌ ରେଟ୍‌ରେ ମାତ୍ର ୫୯ଟି ବଲ୍‌ରେ ୭୪ ରନ୍‌ ହାସଲ କରିଛନ୍ତି ରୋହିତ ଶର୍ମା ।

wp:embed {"url":"https://www.prameyanews7.com/virat-kohli-rohit-sharma-as-a-pair-need-just-2-more-runs-to-complete-5000-runs-in-odi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-rohit-sharma-as-a-pair-need-just-2-more-runs-to-complete-5000-runs-in-odi/
/wp:embed

ତେବେ ଓପନର ବ୍ୟାଟର ଭାବେ ରୋହିତ ଶର୍ମା ଅନେକ ଉପଲବ୍ଧି ହାସଲ କରିଛନ୍ତି । ୧୫୮ ଦିନିକିଆ ମ୍ୟାଚରେ ଓପନର ଭାବେ ବ୍ୟାଟିଂ କରି ବର୍ତ୍ତମାନ ଯାଏଁ ୨୮ଟି ଶତକ ହାସଲ କରିଥିବା ବେଳେ ୩୬ଟି ଅର୍ଦ୍ଧଶତକ ରହିଛି ।ଯାହାଫଳରେ ଅନେକ ସମୟରେ ଟିମ୍‌କୁ କଠିନ ପରିସ୍ଥିତିରୁ ବାହାର କରିଛନ୍ତି । ଏହି ଇନିଂସ ମଧ୍ୟରେ ୩ଟି ଦ୍ୱିଶତକ ମଧ୍ୟ ରହିଛି ।

wp:embed {"url":"https://www.prameyanews7.com/rohit-sharma-needs-163-runs-to-complete-10000-runs-in-odi-format/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rohit-sharma-needs-163-runs-to-complete-10000-runs-in-odi-format/
/wp:embed

ତେବେ ୨୦୦୭ରେ ଆନ୍ତର୍ଜତୀୟ କ୍ରିକେଟ୍‌ରେ ଏଣ୍ଟ୍ରି କରିଥିବା ରୋହିତ ଶର୍ମାର କ୍ୟାରିୟରର ପ୍ରଥମ କିଛି ବର୍ଷ ସେତେଟା ଭଲନଥିଲା । କିନ୍ତୁ ୨୦୧୩ ଆଇସିସି ଚମ୍ପିଆନ୍‌ସିପ ଟୁର୍ଣ୍ଣାମେଣ୍ଟ ତାଙ୍କ କ୍ୟାରିୟରରେ ସାଜିଥିଲା ଟର୍ଣ୍ଣି ପଏଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଓପନର ଭାବେ ନୂଆ କ୍ୟାରିୟର ଆରମ୍ଭ କରିଥିଲେ । ତାପରଠାରୁ ସେ ଆଉ ପଛକୁ ଫେରିନଥିଲେ । ଲଗାତର ଭାବେ ଟିମ୍‌ ଓ ନିଜ ପାଇଁ ରନ୍‌ ସଂଗ୍ରହ କରିବାରେ ଲାଗିଥିଲେ । ଆଉ ନୂଆ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଥିଲା ।

wp:embed {"url":"https://www.prameyanews7.com/shoaib-akhtar-raised-question-about-rohit-captaincy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shoaib-akhtar-raised-question-about-rohit-captaincy/
/wp:embed

ସୂଚନାଯୋଗ୍ୟ ଯେ, ରୋହିତ ଶର୍ମା ୫୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୬୭୭ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୦ଟି ଶତକ ଏବଂ ୧୫ଟି ଅର୍ଦ୍ଧଶତକ ରହିଛି । ଏହାବାଦ୍‌ ୨୪୬ଟି ଦିନିକିଆ ମ୍ୟାଚ୍‌ ୯୯୨୨ ରନ୍‌ ସଂଗ୍ରହ । ଯେଉଁଥିରେ ତାଙ୍କର ୩୦ଟି ଶତକ ଏବଂ ୪୯ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ଦିନିକିଆ କ୍ରିକେଟ୍‌ରେ ୨୬୪ ରନ୍‌ ତାଙ୍କର ସର୍ବାଧିକ ସ୍କୋର ରହିଛି । ପୁରା ଦିନିକିଆ କ୍ୟାରିୟରରେ ୯୦.୦୧ ପ୍ରତିଶତ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରିଛନ୍ତି ରୋହିତ । ସେହିପରି ୧୪୮ଟି ଟି-୨୦ ମ୍ୟାଚ୍‌ ଖେଳି ୩୮୫୩ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ରହିଛି । ଟି-୨୦ କ୍ରିକେଟରେ ୧୧୮ ରନ୍‌ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

wp:embed {"url":"https://www.prameyanews7.com/why-did-gambhir-make-obscene-gestures-what-is-the-truth-behind-the-events/","type":"wp-embed","providerNameSlug":"prameya-news-7"}
https://www.prameyanews7.com/why-did-gambhir-make-obscene-gestures-what-is-the-truth-behind-the-events/
/wp:embed wp:embed {"url":"https://www.prameyanews7.com/indian-team-for-the-world-cup-2023/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indian-team-for-the-world-cup-2023/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.