oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଶୂନ୍ୟରେ ଆଉଟ୍ ହୋଇ ନିଜ ନାମରେ ଅଲୋଡା ରେକର୍ଡ କଲେ ରୋହିତ ଶର୍ମା

24/10/2021 at 9:45 PM

ଦୁବାଇ ୨୪।୧୦: ଟି-୨୦ ବିଶ୍ଵ କପ୍‌ ୨୦୨୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୧୫୧ ରନ କରିଛି। ହେଲେ ଭାରତ ନିରାଶଜନକ ଆରମ୍ଭ କରିଥିଲା। ଓପନର ରୋହିତ ଶର୍ମା ବିନା ଖାତା ଖୋଲି ଆଉଟ୍ ହୋଇଛନ୍ତି। କେଏଲ ରାହୁଲ ୩ ରନ କରି ପାଭିଲିୟନ ଫେରିଛନ୍ତି। ଦୁଇ ବ୍ୟାଟସମ୍ୟାନ ଶାହିନ ଶାହ ଆଫ୍ରିଦିଙ୍କ ବଲ୍‌ରେ ଆଉଟ୍ ହୋଇଛନ୍ତି। ଶୂନ୍ୟରେ ଆଉଟ୍ ହେବା ସହ ରୋହିତ ଶର୍ମାଙ୍କ ନାମରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ଅଲୋଡା ରେକର୍ଡ ହୋଇ ଯାଇଛି। ଅନ୍ୟପଟେ ପାକିସ୍ତାନ ଓ୍ଵିକେଟ୍ କିପର ମହମ୍ମଦ ରିଜଓ୍ଵାନ ରାହୁଲଙ୍କ କ୍ୟାଚ୍ ଧରି ଟି-୨୦ ଅନ୍ତର୍ଜାତୀୟରେ ନିଜର ୧୦୦ କ୍ୟାଚ୍ ପୂରା କରିଛନ୍ତି।

ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ ଅଧିକ ଥର ଶୂନ୍ୟରେ ଆଉଟ୍ ହେବାରେ ଭାରତର ପ୍ରଥମ ବ୍ୟାଟସମ୍ୟାନ ହେବାର ଅଲୋଡା ରେକର୍ଡ କରିଛନ୍ତି। ରୋହିତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ସାତ ଥର ଆଉଟ୍ ହୋଇଛନ୍ତି। ତାଙ୍କ ପୂର୍ବରୁ କେଏଲ ରାହୁଲ ୪ ଥର ଏବଂ ବିରାଟ କୋହଲି, ଋଷଭ ପନ୍ତ, ୟୁସୁଫ ପଠାନ, ସୁରେଶ ରୈନା, ଆଶିଷ ନେହେରା ଓ ଓ୍ଵାଶିଂଟନ ସୁନ୍ଦର ତିନି ତିନି ଥର ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଖାତା ଖୋଲି ପାରି ନାହାନ୍ତି।

ଅନ୍ୟପଟେ ରୋହିତ ଟି-୨୦ ବିଶ୍ଵ କପରେ କୌଣସି ମ୍ୟାଚ୍‌ରେ ଖାତା ନଖୋଲି ଆଉଟ୍ ହେବାରେ ଭାରତର ପଞ୍ଚମ ଭାରତୀୟ ବ୍ୟାଟସମ୍ୟାନ। ରୋହିତଙ୍କ ପୂର୍ବରୁ ସୁରେଶ ରୈନା ୨୦୧୬ରେ, ଆଶିଷ ନେହେରା ୨୦୧୦ରେ, ମୁରଲୀ ବିଜୟ ୨୦୧୦ରେ ଏବଂ ଦିନେଶ କାର୍ତ୍ତିକ ୨୦୦୭ ଟି-୨୦ ବିଶ୍ଵ କପରେ ଖାତା ନଖୋଲି ଆଉଟ୍ ହୋଇଛନ୍ତି।

   Related Posts