ଟି-୨୦ ବିଶ୍ୱକପ୍‌ ୧୦୦୦ ରନ୍ କଲେ ରୋହିତ ଶର୍ମା, ଛକାରେ ପୂରଣ କଲେ ୬୦୦ ରନ୍

Published By : Prameya-News7 Bureau | June 06, 2024 IST

ନ୍ୟୁୟର୍କ ୦୬/୦୬: ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିବା ସହ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏକାଧିକ  ରେକର୍ଡ ସ୍ଥାପନ କରିଛନ୍ତି । ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ  ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୬୦୦ ଛକା ପୂରଣ କରିଛନ୍ତି । ଏଥିସହ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୪୦୦୦ ରନ ଓ ତୃତୀୟ ଖେଳାଳି ଭାବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୧୦୦୦ ରନ ପୂରଣ କରିଛନ୍ତି । 

ରୋହିତ ବହୁ ପୂର୍ବରୁ କ୍ରିସ ଗେଲ୍‌ଙ୍କ ସର୍ବାଧିକ ଛକା ରେକର୍ଡ  ଭାଙ୍ଗି ସାରିଥିଲେ । ଆଜି ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ସେ  ୪୯୯ଟି ମ୍ୟାଚ୍‌ ଖେଳି ୬୦୦ ଛକା କ୍ଲବ୍‌ରେ ନାମ ଲେଖାଇଥିଲେ ।  ଗେଲ୍‌ ୫୫୧ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫୫୩ଟି ଛ କ ।  ମାରିଥିବାବେଳେ ସହିଦ ଆଫ୍ରିଦି ୫୦୮ଟି ମ୍ୟାଚ୍‌  ଖେଳି ୪୭୮ଟି ଛକା ମାରିଛନ୍ତି । 

ରୋହିତ  ଦିନିକିଆରେ ୩୨୩ଟି, ଟି-ଟ୍ୱେଣ୍ଟିରେ ୧୯୩ଟି  ଓ ଟେଷ୍ଟରେ ୮୪ଟି ଛକା ମାରିସାରିଛନ୍ତି । କେବଳ ସେତିକି ନୁହେଁ, ରୋହିତ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୪୦୦୦ ରନ୍‌ ପୂରଣ କରିଥିଲେ । ଆଜି ରୋହିତ  ୩୭ଟି ବଲ୍‌ରୁ ୪ଚୌକା ଓ ୩ଛକା ବଳରେ ୫୪ ରନ୍‌ କରି ରିଟାୟାର୍ଡ  ହର୍ଟ ହୋଇଥିଲେ । ନବମ ଓଭରରେ ଜୋସ ଲିଟିଲଙ୍କ ଏକ ବଲ୍‌ ତାଙ୍କ  କାନ୍ଧରେ ବାଜିଥିଲା । ଅବଶ୍ୟ ଏହାପରେ ସେ ୨ଟି ଛକା ମାରିଥିଲେ ।  

ଅର୍ଦ୍ଧଶତକ ଅର୍ଜନ କରିବା ପରେ ସେ ପାଭିଲିୟନ ଫେରିଯାଇଥିଲେ ।  ଆଜିର ମ୍ୟାଚ୍‌ ପୂର୍ବରୁ ସେ ୧୫୧ଟି ମ୍ୟାଚ୍‌ ଖେଳି ୫ଟି ଶତକ ବଳରେ  ୩୯୭୪ରନ୍‌ ସଂଗ୍ରହ କରିସାରିଥିଲେ । ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ଭାରତ  ପକ୍ଷରୁ ସର୍ବାଧିକ ରନ୍‌ ରେକର୍ଡ ରୋହିତ ଶର୍ମାଙ୍କ ନାମରେ ରହିଛି । ସେ  ୧୧୭ଟି ଟି-ଟ୍ୱେଣ୍ଟି ଖେଳି ମୋଟ୍‌ ୪୦୩୭ ରନ୍‌ ସଂଗ୍ରହ କରିଛନ୍ତି । 

ବୁଧବାର ଅର୍ଦ୍ଧଶତକ ବଳରେ ରୋହିତଙ୍କ ରନ୍‌ ୪୦୨୬ରେ ପହଞ୍ଚି ଯାଇଛି ।  ଟି-ଟ୍ୱେଣ୍ଟି ବିଶ୍ୱକପରେ କୋହଲି ସର୍ବାଧିକ ୧୧୪୨ ରନ୍‌  ସଂଗ୍ରହ କରିଥିବାବେଳେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ  ୧୦୧୬ରନ୍‌ ଓ ରୋହିତ ୧୦୧୫ ରନ ସଂଗ୍ରହ କରିଛନ୍ତି ।

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.