Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ସଚିନ ଏବଂ ସେହ୍ଵାଗଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ହେଲେ ଭାରତର ସବୁଠୁ ସଫଳ ଓପନର

12/02/2023 at 6:24 PM

ନୂଆଦିଲ୍ଲୀ: ପୂର୍ବତନ ଓପନର ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କ ରେକର୍ଡ ଭାଙ୍ଗିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ହିଟ୍‌ମ୍ୟାନ୍ ନାମରେ ପରିଚିତ ରୋହିତ ଶର୍ମା  ଅନ୍ତର୍ଜାତୀୟ କ୍ରିକେଟ୍‌ରେ  ସର୍ବାଧିକ ଶତକ ଭାରତର ବିଜୟରେ ହାସଲ କରିଛନ୍ତି। ଏଥିସହ ସେ ଭାରତର ସବୁଠୁ ସଫଳ ଓପନର ହେବାର ଉପଲବ୍ଧି ହାସଲ କରିଛନ୍ତି। ରୋହିତ ଶର୍ମା ଏହି କୃତିତ୍ଵ ଫେବୃଆରୀ ୧୧ ଶନିବାର ନାଗପୁରରେ ସଂପନ୍ନ ପ୍ରଥମ ଟେଷ୍ଟରେ ହାସଲ କରିଛନ୍ତି।

ଡାହାଣହାତୀ ବ୍ୟାଟର ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ଉକ୍ତ ମ୍ୟାଚ୍‌କୁ ଭାରତ ଇନିଂସ ଏବଂ ୧୩୨ ରନରେ ଜିତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଏହା ୩୧ତମ ଶତକ ଥିଲା, ଯାହା ଭାରତ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହିପରି ସେ ସଚିନ ତେନ୍ଦୁଲକରଙ୍କ ପଛରେ ପକାଇଛନ୍ତି। ଭାରତର ବିଜୟରେ ସଚିନ ୩୦ ଶତକ ଅର୍ଜନ କରିଥିଲେ।

ତୃତୀୟ ସ୍ଥାନରେ ଅଛନ୍ତି ବୀରେନ୍ଦ୍ର ସେହ୍ଵାଗ। ଭାରତର ବିଜୟରେ ସେ ଓପନର ଭାବେ ୨୧ଟି ଶତକ ହାସଲ କରିଥିଲେ। ତେବେ ରୋହିତ ଶର୍ମା ଉଭୟ ସଚିନ ଏବଂ ସେହ୍ଵାଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏପରିକି ତିନି ଫର୍ମାଟ୍‌ର ଅଧିନାୟକ ଭାବେ ରୋହିତ ଶତକ ଅର୍ଜନ କରି ଏହି ରେକର୍ଡ ନିଜ ନାମରେ କରିଛନ୍ତି।

   Related Posts