କୋହଲି, ରିଚାର୍ଡ୍ସ, ପଣ୍ଟିଂ ଏବଂ ଓ୍ଵିଲିୟମସନଙ୍କୁ ପଛରେ ପକାଇଲେ ରୋହିତ ଶର୍ମା, ଇଂଲଣ୍ଡରେ ହେଲେ କିଙ୍ଗ୍

Published By : Prameya-News7 Bureau | July 13, 2022 IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ନିକଟରେ ସଂପନ୍ନ ଟି-୨୦ ସିରିଜରେ ଭଲ ଆରମ୍ଭ କରିଥିଲେ ବି ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ ରୋହିତ ଶର୍ମା। ତେବେ ପ୍ରଥମ ଦିନିକିଆରେ ଫର୍ମରେ ନଜର ଆସିଛନ୍ତି ହିଟ୍ ମ୍ୟାନ୍। ପ୍ରଥମ ଦିନିକିଆରେ ୫୮ ବଲରୁ ୭୬ ରନର ଅପରାଜିତ ବିସ୍ଫୋରକ ଇନିଂସ ଖେଳିଛନ୍ତି ରୋହିତ। ଏଥିରେ ସାତ ଚୌକା ଏବଂ ପାଞ୍ଚ ଛକା ସାମିଲ୍। ଏହି ସମୟରେ ସେ ଖାସ୍ ଉପଲବ୍ଧି ହାସଲ କରିଛନ୍ତି।

ରୋହିତ ମଙ୍ଗଳବାର ୭୬ ରନର ଦମଦାର ଅର୍ଦ୍ଧଶତକୀୟ ଇନିଂସ ଦମରେ ଇଂଲଣ୍ଡ ମାଟିରେ ଦିନିକିଆ ଫର୍ମାଟରେ ସର୍ବାଧିକ ରନ କରିବାରେ ପ୍ରଥମ ବ୍ୟାଟସମ୍ୟାନ ହୋଇଛନ୍ତି। ସେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି। ଇଂଲଣ୍ଡ ମାଟିରେ ଦିନିକିଆ ଫର୍ମାଟରେ ଓ୍ଵିଲିୟମସନ ୧୩୯୩ ରନ କରିଛନ୍ତି। ରୋହିତଙ୍କ ନାମରେ ଏବେ ୧୪୧୧ ରନ ରହିଛି। ଏଥିରେ ସାତ ଶତକ ଏବଂ ସାତ ଅର୍ଦ୍ଧଶତକ ସାମିଲ୍। ଏହି ମାମଲାରେ ତୃତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ସେ ଇଂଲଣ୍ଡ ମାଟିରେ ୧୩୮୭ ରନ କରିଛନ୍ତି।

ଇଂଲଣ୍ଡ ମାଟିରେ ସର୍ବାଧିକ ଦିନିକିଆ ରନ କରିଥିବା ବିଦେଶୀ ଖେଳାଳି

୧୪୧୧ ରନ- ରୋହିତ ଶର୍ମାଟ

୧୩୯୩ ରନ- କେନ ଓ୍ଵିଲିୟମସନ

୧୩୮୭ ରନ- ରିକି ପଣ୍ଟିଂ

୧୩୪୫ ରନ- ଭିଭି ରିଚାର୍ଡସନ

୧୩୧୬ ରନ- ବିରାଟ କୋହଲି

ଭାରତୀୟ ଅଧିନାୟକ ରୋହିତ ଶର୍ମା ଦିନିକିଆ କ୍ରିକେଟରେ ୨୫୦ ଛକା ମାରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହେବାର ରେକର୍ଡ କରିଛନ୍ତି। ସେ ଦିନିକିଆ କ୍ରିକେଟରେ ନିଜର ୨୫୦ ଛକା ପୂରା କରିଛନ୍ତି। ବିଶ୍ଵ କ୍ରିକେଟରେ ଛକା ଲଗାଇବା ତାଲିକାରେ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି।

ଦିନିକିଆ କ୍ରିକେଟରେ ସବୁଠୁ ଅଧିକ ଛକା ମାରିଥିବା ବ୍ୟାଟସମ୍ୟାନ

ଶାହିଦ ଆଫ୍ରିଦି- ୩୫୧

କ୍ରିସ୍ ଗେଲ୍- ୩୩୧

ସନତ ଜୟସୁରିୟା- ୨୭୦

ରୋହିତ ଶର୍ମା- ୨୫୦*

ଏମଏସ ଧୋନୀ- ୨୨୯

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.