ବିଶ୍ୱକପରେ ଛକାର ୱାର୍ଲଡ୍ ରେକର୍ଡ କଲେ ହିଟ୍‌ମ୍ୟାନ୍ ରୋହିତ ଶର୍ମା, କ୍ରିସ୍ ଗେଲଙ୍କୁ ପକାଇଲେ ପଛରେ

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ଅଧିନାୟକ ରୋହିତ ଶର୍ମା କ୍ରିକେଟ୍ ୱାର୍ଲଡ୍ କପ୍ ଇତିହାସରେ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି । ରୋହିତ୍ ଶର୍ମା କ୍ରିକେଟ୍ ୱାର୍ଲଡ୍ କପ ଇତିହାସରେ ସବୁଠୁ ଅଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି । କେବଳ ଏହା ନୁହେଁ, ବିଶ୍ୱକପ ଇତିହାସରେ ଛକାର ଅର୍ଦ୍ଧଶତକ ମାରିବାରେ ହିଟମ୍ୟାନ୍ ଏକମାତ୍ର ବ୍ୟାଟର ।

ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ କ୍ରିସ୍ ଗେଲ୍‌ଙ୍କ ରେକର୍ଡଙ୍କୁ ଧରାଶାୟୀ କରି ନୂଆ ୱାର୍ଲଡ୍ ରେକର୍ଡ କରିଛନ୍ତି । କାରଣ ରୋହିତ୍ ଶର୍ମା ପ୍ରଥମ ଓ ଏକମାତ୍ର ବ୍ୟାଟର, ଯିଏ ୱାର୍ଲଡ୍ କପର ତିନି ସଂସ୍କରଣରେ ୫୦ରୁ ଅଧିକ ଛକା ମାରିଛନ୍ତି । କ୍ରିସ୍ ଗେଲ୍ ୱାର୍ଲଡ୍ କପର ୩୪ ଇନିଂସରେ ୪୯ ଛକା ମାରିଥିଲେ । କିନ୍ତୁ ରୋହିତ ଶର୍ମା ୨୭ ମ୍ୟାଚରୁ ଏହି କମାଲ କରି ଦେଖାଇଛନ୍ତି । ଏହି ସୂଚୀର ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ମାକ୍ସୱେଲ ଅଛନ୍ତି । ବିଶ୍ୱ କପରେ ୨୩ଟି ଇନିଂସରେ ମାକ୍ସୱେଲଙ୍କ ବ୍ୟାଟରୁ ବାହାରିଛି ୪୩ ଛକା ।

ରୋହିତ୍ ଶର୍ମା-୫୦

କ୍ରିସ୍ ଗେଲ୍-୪୯

ଗ୍ଲେନ ମାକ୍ସୱେଲ-୪୩

ଏବି ଡିଭିଲିୟର୍ସ-୩୭

ଡେଭିଡ୍ ୱାର୍ଣ୍ଣର-୩୭

ରୋହିତ୍ ଶର୍ମା କ୍ରିସ୍ ଗେଲ୍‌ଙ୍କ ଆଉ ଏକ ବିଶ୍ୱକପ ରେକର୍ଡ ଭାଙ୍ଗିଛନ୍ତି । ରୋହିତ୍ ଶର୍ମା ବିଶ୍ୱ କପର ଗୋଟିଏ ସଂସ୍କରଣରେ ସବୁଠୁ ଅଧିକ ଛକା ମାରିବା ରେକର୍ଡ ନିଜ ନାଁରେ କରିଛନ୍ତି । କ୍ରିସ୍ ଗେଲ୍ ୨୦୧୫ ୱାର୍ଲଡ୍ କପରେ ମୋଟ ୨୬ ଛକା ମାରିଥିଲେ । କିନ୍ତୁ ଚଳିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ତୃତୀୟ ଛକା ମାରିବା ସହ ଗୋଟିଏ ସଂସ୍କରଣରେ ରୋହିତ ଶର୍ମାଙ୍କ ଛକା ସଂଖ୍ୟା ୨୭ ହୋଇଛି ।

ବିଶ୍ୱକପର ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା

ରୋହିତ ଶର୍ମା (୨୦୨୩)-୨୭

କ୍ରିସ୍ ଗେଲ୍ (୨୦୧୫)-୨୬

ଇୟୋନ ମୋର୍ଗନ (୨୦୧୯)-୨୨

ଗ୍ଲେନ ମାକ୍ସୱେଲ (୨୦୨୩)-୨୨

ଏବି ଡିଭିଲିୟର୍ଲ (୨୦୧୫)-୨୧

କ୍ୱିଣ୍ଟନ୍ ଡି କକ୍ (୨୦୨୩)-୨୧

Also Read: ରୋହିତଙ୍କ ଦିଓ୍ଵାନା ହେଲେ ଓ୍ଵାସିମ ଆକ୍ରମ, କହିଲେ ଜୋ ରୁଟ୍, ବିରାଟ ଓ ଓ୍ଵିଲିୟମସନଙ୍କଠୁ କାହିଁକି ବେଷ୍ଟ ହିଟ୍‌ମ୍ୟାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.