ରାହୁଲ-ବିରାଟ ଫେରିବା ପରେ ଚିନ୍ତାରେ ରୋହିତ : ଟିମରେ ନେବେ କାହାକୁ ? ଏସବୁ ଖେଳାଳିଙ୍କ ସ୍ଥାନ ବିପଦରେ...

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ ୧୩|୦୮: ୨୦୨୧ ଟି୨୦ ବିଶ୍ୱକପରେ ଭାରତୀୟ ଟିମରେ ବିରାଟ କୋହଲିଙ୍କ ସ୍ଥାନ ନେଇ ସେତେଟା ଆଲୋଚନା ହେଉନଥିଲା । କାରଣ ସେ ଥିଲେ ଦଳର ଅଧିନାୟକ । ଆଉ କିଛି ମାସ ପରେ ଖେଳାଯିବ ଟି୨୦ ବିଶ୍ୱକପ୍ ୨୦୨୨ । ଏହାପୂର୍ବରୁ ଦଳକୁ ଫେରିଛନ୍ତି ବିରାଟ । ସେ ଏସିଆ କପ୍ ଖେଳିବେ । ଯାହା ମିଶନ ଟି୨୦ ପୂର୍ବରୁ ଖେଳାଳିଙ୍କ ପାଇଁ ବଡ ପରୀକ୍ଷା ହେବ ।

ବିରାଟଙ୍କ ସହ ଦଳକୁ ଫେରିଛନ୍ତି ଉପ ଅଧିନାୟକ କେଏଲ ରାହୁଲ । ଉଭୟ ଖେଳାଳି ଫେରିବା ପରେ ଟପ୍ ୩ ପୋଜିସନ୍ ପକ୍କା ହୋଇଯାଇଛି । କେଏଲ ରାହୁଲ ଓ ରୋହିତ ଶର୍ମା ଓପନିଂ କରିବେ । ନମ୍ବର ୩ରେ ଖେଳିବେ ବିରାଟ । ଏବେସୁଦ୍ଧା ଉଭୟ ଖେଳାଳି ଦଳରେ ନଥିଲେ । ତାଙ୍କ ସ୍ଥାନରେ କେଉଁ ଦୁଇ ଖେଳାଳି ଦଳରୁ ବିଦା ହେବେ ଓ ମିଡିଲ୍ ଅର୍ଡର କିପରି ହେବ ତାକୁ ନେଇ ବିସିସିଆଇର ଚିନ୍ତା ବଢିଯାଇଛି ।

କୋହଲି ଓ ରାହୁଲ ନଥିଲା ବେଳେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ଭଳି ଖେଳାଳି ଟି୨୦ରେ ଭଲ ପ୍ରଦର୍ଶନ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣଙ୍କ କାହାର ସ୍ଥାନ ସଙ୍କଟରେ ରହିପାରେ । ତେବେ ରାହୁଲ ଓ କୋହଲି ଦଳକୁ ଫେରିବା ପରେ କଣ ଟିମ୍ ଇଣ୍ଡିଆ ସନ୍ତୁଳନ ବିଗିଡିଯିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ରୋହିତ, ରାହୁଲ, କୋହଲି, ସୂର୍ଯ୍ୟ, ପନ୍ତ ଓ ଦିନେଶ କାର୍ତ୍ତିକ ଦଳର ଟପ୍ ୬ ହୁଅନ୍ତି ତେବେ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ ।ଏହାପରେ ବୋଲର୍ସଙ୍କ ନମ୍ବର ଆସିବ । କାହାକୁ ବାଦ୍ ଦିଆଯିବ ସେ ନିଷ୍ପତ୍ତି ରୋହିତଙ୍କ ପାଇଁ କଷ୍ଟକର ହୋଇପାରେ ।

ଏମିତି ହୋଇପାରେ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ ଓ ଜସପ୍ରିତ ବୁମରାହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.