ବିଶ୍ବକପ୍-୨୦୧୯ : ବିଶ୍ବ କିର୍ତ୍ତିମାନଠାରୁ ଆଉ ମାତ୍ର ୨୭ ରନ୍ ଦୂରରେ ଭାରତର ରୋହିତ ଶର୍ମା

Published By : Prameya-News7 Bureau | July 09, 2019 IST

ଲଣ୍ଡନ ୯|୭: ଆଜି ଓଲ୍ଡ ଟ୍ରାଫଡଠାରେ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଉଛି । ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରୁଛି । ଆକାଶରେ ଘନ ବାଦଲ ରହିଥିବାରୁ ଯେ କୌଣସି ମୁହୂର୍ତ୍ତରେ ମ୍ୟାଚ ବନ୍ଦ ହୋଇଯିବା ଆଶଙ୍କା ରହିଛି । ତେବେ ଆଜି ଯଦି  ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଆଉ ମାତ୍ର ୨୭ରନ ସଂଗ୍ରହ କରନ୍ତି ତାହେଲେ ସେ ଗୋଟିଏ ୱାର୍ଲଡ କପରେ ସର୍ବାଧିକ ରନ୍ କରିବା ତାଲିକାରେ ସର୍ବାଗ୍ରେ ରହିବେ । ସେହିଭଳି ଯଦି ରୋହିତ ଆଉ ଗୋଟିଏ ଶତକ କରନ୍ତି ତାହେଲେ ସେ ବିଶ୍ବକପରେ ଶତକ କ୍ଷେତ୍ରରେ ମଧ୍ୟ ସର୍ବାଗ୍ରେ ରହିବେ । ବର୍ତ୍ତମାନ ସୁଦ୍ଧା ରୋହିତ ୮ଟି ଇନିଂସରୁ ୫ଟି ଶତକ କରିଛନ୍ତି । ତେବେ ୨୦୧୫ ବିଶ୍ବକପ୍ ରେ ବାଂଲାଦେଶ ବିରୋଧରେ କରିଥିବା ଶତକକୁ ବିଚାରକୁ ନେଲେ ବିଶ୍ବକପ୍ ରେ ସେ ୬ଟି ଶତକ କରିଛନ୍ତି ବୋଲି କୁହାଯିବ । ତେଣୁ ସେ  ସଚ୍ଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବୋଲି କୁହାଯାଇପାରେ ।

{"id":132000}

ବିଶ୍ବ ରେକର୍ଡ ଠାରୁ ମାତ୍ର ୨୭ରନ ଦୂରରେ ରହିଛନ୍ତି ଭାରତର ଧୂଆଁଧାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା । ସୂଚନାଯୋଗ୍ୟ ଯେ, ବିଶ୍ବକପରେ ସର୍ବାଧିକ ରନ୍ ସଂଗ୍ରହ କରିବା ତାଲିକାରେ ରୋହିତ ଏବେ ୩ନମ୍ବର ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ରହିଛନ୍ତି ଭାରତର ସଚ୍ଚିନ ତେନ୍ଦୁଲକର ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ । ସଚ୍ଚିନ ତେନ୍ଦୁଲକର ୨୦୦୩ ବିଶ୍ବକପରେ ସର୍ବାଧିକ ୬୭୩ ରନ୍ କରିଥିଲେ । ଅପରପକ୍ଷରେ ମାଥ୍ୟୁ ହେଡେନ ୨୦୦୭ ବିଶ୍ବ କପରେ ୧୦ ଇନିଂସ ଖେଳି କରିଥିଲେ ୬୫୯ ରନ୍ ।

{"id":132001}

ତେବେ ବିଶ୍ବକପ୍ ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ରନ୍ କରିବା କ୍ଷେତ୍ରରେ ରୋହିତ ସବୁଠୁ ଆଗରେ ରହିଛନ୍ତି । ସେ ଭାରତର ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ସଚ୍ଚିନ ୨୦୦୩ ବିଶ୍ବକପ୍ ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ୫୮୬ ରନ୍ କରିଥିଲେ । ତେବେ ଶତକ କ୍ଷେତ୍ରରେ ରୋହିତ ଶର୍ମା ମଧ୍ୟ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ବିଶ୍ବକପରେ ରୋହିତ ବର୍ତ୍ତମାନ ସୁଦ୍ଧା ୬ଟି ଶତକ କରିଛନ୍ତି ।

{"id":132002}

ଲିଗ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଶତକ କରିଥିଲେ । ଏହାପରେ ସେ ପାକିସ୍ତାନ, ବାଂଲାଦେଶ, ଇଂଲଣ୍ଡ ଓ ଶ୍ରୀଲଙ୍କା ବିରୋଧରେ ଶତକ କରି ସୌରଭ ଗାଙ୍ଗୁଲି, ଡେଭିଡ ୱାରନର, ମାର୍କ ୱୋ, ମାଥ୍ୟୁ ହେଡେନଙ୍କ ରେକର୍ଡ ଭାଙ୍ଗିଥିଲେ । ଏମାନେ ସମସ୍ତେ ବିଶ୍ବକପରେ ତିନିଟି ଲେଖାଏଁ ଶତକ କରିଥିଲେ । କେବଳ ସେତିକି ନୁହେଁ ଶ୍ରୀଲଙ୍କାର କୁମାର ସାଂଗାକାରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଥିଲା । ସାଂଗାକାରା ବିଶ୍ବକପରେ ୪ଟି ଶତକ କରିଥିଲେ । ସେହିଭଳି ୬ଟି ଶତକ କରିଥିବା ତେନ୍ଦୁଲକରଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି ରୋହିତ । ଆଉ ମାତ୍ର ଗୋଟିଏ ଶତକ କଲେ ସେ ଏ କ୍ଷେତ୍ରରେ ମଧ୍ୟ ରେକର୍ଡ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.