ରୋହିତ ଶର୍ମାଙ୍କ ୱିକେଟର ପତନ, ଭାରତ ୨୯/୧

Published By : Prameya-News7 Bureau | June 27, 2019 IST

ମଞ୍ଚେଷ୍ଟର ୨୭/୬ : ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ୱିକେଟ ପତନ ହୋଇଛି । ରୋହିତ ମ୍ୟାଚର ଷଷ୍ଠ ଓଭରରେ ପ୍ରଥମେ ଛକ୍କା ଓ ଗୋଟିଏ ଚୌକା ମାରିଥିଲେ । ଏହି ଓଭରରେ ହିଁ କେ.ଏଲ. ରାହୁଲ ଏକ ଚୌକା ମାରିଥିଲେ । ତେବେ ଓଭରର ଶେଷ ବଲରେ ରୋହିତ ଶର୍ମା କଟ ବିହାଇଣ୍ଡ ହୋଇଥିଲେ । କେମର ରୋଇଚ ରୋହିତଙ୍କ ୱିକେଟ ନେଇଛନ୍ତି । ରୋହିତ ୨୩ଟି ବଲରେ ୧୮ ରନ କରି ଆଉଟ ହୋଇଛନ୍ତି । ତେବେ ରୋହିତଙ୍କ ଆଉଟ୍ ବିବାଦୀୟ ବୋଲି ସମିକ୍ଷକ କହିଛନ୍ତି । ରୋହିତଙ୍କ ପରେ କ୍ରିଜକୁ ଆସିଛନ୍ତି ଅଧିନାୟକ ବିରାଟ କୋହଲି । ୧୦ ଓଭର ଖେଳ ସମାପ୍ତ ସୁଦ୍ଧା ଭାରତ ୪୭ ରନ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.