Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାହାକୁ ଦେଖି ଫର୍ମରେ ଥିଲେ ରୋହିତ ଶର୍ମା : ଖୁଲାସା କଲେ ଚହଲ

17/06/2019 at 2:20 PM

ନୂଆଦିଲ୍ଲୀ ୧୭/୬ : ଆଇସିସି ୱାର୍ଲଡକପରେ ଓପନର ରୋହିତ ଶର୍ମା ପୁରା ଫର୍ମରେ ଥିବା ଦେଖିବାକୁ ମିଳିଛି । ରୋହିତଙ୍କ ଫର୍ମକୁ ନେଇ ଏବେ ଏକ ଖୁଲାସା ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ୫୭ ରନ କରିଥିବାବେଳେ ପାକିସ୍ତାନ ବିପକ୍ଷରେ ୧୪୦ ରନ କରିଛନ୍ତି । ତେବେ ଏହା ପଛରେ ରୋହିତଙ୍କ ଝିଅ ସମାୟରା ଅଛି ବୋଲି ଜଣାପଡିଛି । ଉଭୟ ମ୍ୟାଚ ବେଳେ ସମୟର ଇଂଲଣ୍ଡରେ ଅଛନ୍ତି । ବିସିସିଆଇ ଏକ ଭିଡିଓ ଟ୍ୱିଟ କରିଛନ୍ତି ।

ଭିଡିଓରେ ଯଜୁବେନ୍ଦ୍ର ଚହଲ ରୋହିତଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ୨.୧୯ ସେକେଣ୍ଡର ଏହି ଭିଡିଓରେ ଚହଲ ଖୁଲାସା କରିଛନ୍ତି ରୋହିତଙ୍କ ରାଜ୍ । ରୋହିତଙ୍କ ଫର୍ମ ପଛରେ ତାଙ୍କ ଝିଅ ସମାୟରା ଥିବା ସେ କହିଛନ୍ତି । ଗତକାଲି ପାକିସ୍ତାନ ବିପକ୍ଷରେ ଖେଳି ରୋହିତ ସାତକ କରିବା ସହ ନିଜର ୨୪ତମ ଶତକ ପୁରା କରିଛନ୍ତି । ତେବେ ଏହି ଶତକ ପଛରେ ରୋହିତଙ୍କ ପତ୍ନୀଙ୍କ ହାତ ଥିବା ସେ କହିଛନ୍ତି । ୱାର୍ଲଡକପରେ ରୋହିତ ଶର୍ମା ଦୁଇଟି ଶତକ ଓ ଗୋଟିଏ ଅର୍ଧ ଶତକ କରିସାରିଛନ୍ତି । ୩ଟି ଯାକ ମ୍ୟାଚରେ ରୋହିତ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।

   Related Posts