ଟିମ୍ ଇଣ୍ଡିଆ ସିରିଜ୍ ଜିତିବା ପରେ ପ୍ରତିକ୍ରିୟା ରଖିଲେ ରୋହିତ୍, ସବୁ ଖେଳାଳିଙ୍କୁ ଦେଲେ ଶୁଭେଚ୍ଛା, କହିଲେ...

Published By : Prameya-News7 Bureau | December 07, 2020 IST

ସିଡନୀ,୦୭/୧୨:   ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ୍ ଜିତିନେଇଛି । ଟିମ୍ ଇଣ୍ଡିଆ ତିନି ଟିକିଆ ଟି୨୦ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି । ରବିବାର ଖେଳାଯାଇଥିବା ଏହି ହାଇ ଭୋଲଟେଜ୍ ମୁକାବିଲାରେ ଦଳ ୬ ଓ୍ୱିକେଟରେ ବିଜୟଲାଭ କରିଥିଲା । ଏହି ବିଜୟ ପରେ ଭାରତୀୟ ଦଳକୁ ଅନେକ ଆଡୁ ପ୍ରଶଂସା ମିଳୁଛି । ଶୁଭେଚ୍ଛାର ସୂଅ ଛୁଟୁଛି । ଶେଷ ୫ ଓଭରରେ ଦଳ ୫୪ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଯାହା ସମସ୍ତଙ୍କୁ ଚକିତ କରିଛି । ସବୁଠାରୁ ବଡ କଥା ହେଉଛି ଯେ, ଏହି ସିରିଜରେ ଓପନର ତଥା ବିସ୍ଫୋରକ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଖେଳିନାହାଁନ୍ତି । କିନ୍ତୁ ସିରିଜ ଜିତିବା ପରେ ରୋହିତ ସମସ୍ତ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି ।

wp:html /wp:html

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ କରିବା ପରେ ରୋହିତ ବିଲକୁଲ ନିରବ ରହିଛନ୍ତି । ଆହତଜନିତ ସମସ୍ୟା ପାଇଁ ସେ ଅଷ୍ଟ୍ରେଲିଆ ଗସ୍ତ କରିନଥିଲେ । ଦଳର ବିଜୟ ପରେ ରୋହିତ ଟ୍ୱିଟରରେ ଲେଖିଛନ୍ତି ଯେ, ଏହା ହେଉଛି ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ । ଭାରତୀୟ ଦଳ ଯେପରି ଭାବେ ଜିତିଲା ତାହା ଦେଖି ଖୁସି ଲାଗୁଛି । ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ଦଳର ବିଜୟ ପରେ କୋହଲି ରୋହିତଙ୍କୁ ମନେ ପକାଇଥିଲେ । ସେ କହିଥିଲେ ଯେ, ଏହା ଚମତ୍କାର ବିଜୟ । ରୋହିତ ଓ ବୁମରାହଙ୍କ ବିନା ଦଳ ଜିତିଛି । ଯାହା ଅଧିକ ମହତ୍ତ୍ୱ ରଖୁଛି ।

{"id":373831,"sizeSlug":"large"}

ରୋହିତ ଓ ବିରାଟଙ୍କ ମଧ୍ୟରେ ବିବାଦ !

ଗତ କିଛିଦିନ ତଳେ ରୋହିତଙ୍କ ଆହତଜନିତ ସମସ୍ୟାକୁ ନେଇ ବିବାଦ ହୋଇଥିଲା । କୋହଲି ଏହାକୁ ନେଇ କହିଥିଲେ ଯେ, ରୋହିତଙ୍କର କଣ ହୋଇଛି ସେ ଜାଣି ନାହାଁନ୍ତି । ରୋହିତ କଣ ପାଇଁ ଅଷ୍ଟ୍ରେଲିଆ ଆସିଲେ ନାହିଁ ଓ ତାଙ୍କ ଆଘାତର ସ୍ଥିତି କେମିତି ଅଛି ସେ ଅବଗତ ନାହାଁନ୍ତି । ଏହି ବୟାନ ପରେ ଭାରତୀୟ କ୍ରିକେଟରେ ଝଡ ସୃଷ୍ଟି ହୋଇଥିଲା । ବିସିସିଆଇ ଏହା ଉପରେ ସଫେଇ ମଧ୍ୟ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.