Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରୋହିତ ପୂଜାରୀଙ୍କ ଗଲା ମନ୍ତ୍ରୀ ପଦ, ଅପାରଗତା ନାଁ ବିବାଦ-ଅଭିଯୋଗରୁ ହେଲା କି ଆକ୍ସନ ?

9/06/2023 at 4:53 PM

ଭୁବନେଶ୍ୱର: ମନ୍ତ୍ରୀ ହେଲେ ୧୩ ମାସ । ଏବେ ଦକ୍ଷତା ନଥିବା ସାର୍ଟିଫିକେଟ ଧରି ହେଲେ ବିଦା । ଦୁଇ ଦୁଇ ଥର ବିଧାୟକ, ଶିକ୍ଷା ଓ ଖେଳରେ ମାହିର୍ । ଦଳ ବଦଳାଇ ବଡ଼ ପଦ ପାଇବାରେ ବି ହୋଇଥିଲେ ସଫଳ । ହେବିୱେଟଙ୍କୁ ରିପ୍ଲେସ କରି ରେଢାଖୋଲର ବିଧାୟକ । କିନ୍ତୁ ଏବେ ବିଭାଗ ନଚଲାଇ ପାରିବାର ମୋହର ବାଜିଲା ଓ ମନ୍ତ୍ରୀ ପଦ ଛାଡିଲେ । ଆମେ କହୁଛୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ କଥା । ବିଭାଗୱାରୀ ସମୀକ୍ଷାରେ ତାଙ୍କ ପ୍ରଦର୍ଶନ ଠିକ୍ ନଥିବା କାରଣ ଦର୍ଶାଇ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋହିତ ପୂଜାରୀଙ୍କ ଇସ୍ତଫା ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି ଉଚ୍ଚ ଶିକ୍ଷା ବିଭାଗ । ଏପଟେ କିନ୍ତୁ ନବୀନ ସରକାରଙ୍କ ପଞ୍ଚମ ପାଳିର ଏହି ଘଟଣା ଆଉ ଏକ ମାଷ୍ଟରଷ୍ଟ୍ରୋକ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଧରୁଛି ।

ରୋହିତ ପୂଜାରୀଙ୍କ ରାଇଜ୍ ଆଣ୍ଡ୍ ଫଲ୍

୪୯ ବର୍ଷୀୟ ରୋହିତ ପୂଜାରୀ । ଅଭିଜ୍ଞ ରାଜନେତାଙ୍କ ମଧ୍ୟରେ ଗଣା । ପଶ୍ଚିମ ଓଡ଼ିଶାର ବଢୁଥିଲା ପତିଆର । କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିଲେ । ରାଜ୍ୟ ଯୁବ କଂଗ୍ରେସର ସଭାପତି ରହିଲେ । ଏଆଇସିସି ସଦସ୍ୟ ମଧ୍ୟ ଥିଲେ । ସବୁଠୁ ବଡ଼ କଥା ହେଲା ସେ ଏକଦା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବି ଥିଲେ । କିନ୍ତୁ ରାଜନୀତିରେ ସମ୍ପର୍କ ସବୁ ଦିନ ନୁହେଁ । ମେକାଲିକାଲ ଇଞ୍ଜିନିୟରରୁ ରାଜନେତା ରୋହିତ ୨୦୦୯ରେ ଧରିଲେ ଶଙ୍ଖ ପତାକା । ଦଳକୁ ଆସୁ ଆସୁ ତାଙ୍କୁ ମିଳିଥିଲା ଯଥେଷ୍ଟ ସମ୍ମାନ ସହ କ୍ଷମତା । ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ହୋଇଥିଲେ । କିନ୍ତୁ ରୋହିତଙ୍କ ପତିଆର ଜଣାପଡ଼ିଲା ରେଢାଖୋଲ ବିଧାନସଭା ଟିକେଟରୁ । ୨୦୧୪ରେ ରୋହିତଙ୍କୁ ମିଳିଲା ରେଢାଖୋଲର ବିଜେଡି ଟିକେଟ୍ । ତା ପୂର୍ବରୁ ସେଠାରେ ବିଧାୟକ ଥିଲେ ବିଜେଡି ହେଭିୱେଟ୍ ପ୍ରସନ୍ନ ଆଚାର୍ଯ୍ୟ । ୨୦୧୪ ଓ ୧୯ରେ ଦୁଇ ଥର ବିଧାୟକ ରୋହିତ ପୂଜାରୀ ।

ମନ୍ତ୍ରୀ ହୋଇ ନଥିଲେ ବି ମିଳିଥିବା ଉପ-ମୁଖ୍ୟ ସଚେତକ ପଦବୀ । ତେଣୁ ରୋହିତଙ୍କ ପ୍ରଭାବ ପତିଆର ଥିଲା ନିଶ୍ଚିତ । କିନ୍ତୁ ବଡ଼ ପୁରସ୍କାର ମିଳିଲା ୨୦୨୨ରେ । ସେହି ବର୍ଷ ଜୁନ ୫ରେ ରୋହିତ୍ ହେଲେ ମନ୍ତ୍ରୀ । କିନ୍ତୁ ବିଡମ୍ୱନା ସେହି ଜୁନରେ ଗଲା ନବୀନ ପଟ୍ଟନାୟକ ଦେଇଥିବା ମନ୍ତ୍ରୀ ପଦ । ମନ୍ତ୍ରୀ ଭାବେ ଟାର୍ଗେଟ ପୂରଣ କରି ନଥିବା ଏବଂ ପ୍ରଦର୍ଶନ ଭଲ ନଥିବା ତ ବର୍ତ୍ତମାନର ସ୍ପଷ୍ଟ ନିଶ୍ଚିତ କାରଣ । କିନ୍ତୁ ପୂର୍ବରୁ ବି ରହିଛି ବିବାଦ । ସାଂଗଠନିକ ଦକ୍ଷତାରେ ବିଫଳତା ଏବଂ ତୁଣ୍ଡରେ ଲଗାମ ଦେବାରେ ଫେଲ୍ ମାରିବା ବି ରୋହିତଙ୍କୁ ଅକଳରେ ପକାଇଥିବା କୁହାଯାଉଛି । ତେବେ ସରକାରୀ ସୂତ୍ରରୁ କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ବିଭାଗୱାରୀ ସମୀକ୍ଷାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ସବୁ ବିଭାଗର ସମୀକ୍ଷା ମେ ୨୨ରୁ ଜୁନ୍ ୨ ମଧ୍ୟରେ କରାଯାଇଥିଲା । ଆଉ ଏବେ ସାତ ଦିନ ପରେ ଆକ୍ସନ ହେଲା ।

ରାଜନୀତି ପଣ୍ଡିତଙ୍କ ଦାବି ରୋହିତଙ୍କୁ ମିଳିଛି ପନିସମେଣ୍ଟ । ତାଙ୍କର କିଛି ବୟାନକୁ ନେଇ ଖୁସି ନଥିଲେ ଦଳର ନେତା । କିଛି ଦିନ ତଳେ ରୋହିତ ବୟାନ ଦେଇ ରାଜନେତାମାନେ ୬୦ ବର୍ଷ ପରେ ଅବସର ନେବା ଦାରକାର ବୋଲି କହିଥିଲେ । ରୋହିତଙ୍କ ଅବସର ବୟାନ ଏବେ ତାଙ୍କ ପାଇଁ ବୁମେରାଂ ହେଲା କି ବୋଲି ଏବେ ଚର୍ଚ୍ଚା ହେଉଛି । ଅନ୍ୟପଟେ ରୋହିତ ପୂଜାରୀଙ୍କ ସାଂଗଠନିକ ଦକ୍ଷତା ମଧ୍ୟ ଠିକ୍ ଠାକ୍ ନଥିବା ପ୍ରମାଣିତ ହୋଇଛି । ଗତ ନିର୍ବାଚନରେ ରେଢାଖୋଲରେ ବିଜେପି ଗୋଟିଏ ଜିଲ୍ଲା ପରିଷଦ ଦଖଲ କରିଥିଲା । ତାହା ରୋହିତଙ୍କ ସାଂଗଠନିକ ଦୁର୍ବଳତାକୁ ପ୍ରମାଣିତ କରିଥିଲା । ପଶ୍ଚିମ ଓଡିଶାର ହୋଇ ମଧ୍ୟ ନିକଟରେ ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ଷ୍ଟାର୍ ପ୍ରଚାରକ ତାଲିକାରେ ନଥିଲେ ରୋହିତ୍ ।

ଏହାସହ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ଜନସମ୍ପର୍କ ମଧ୍ୟ ଦୁର୍ବଳ । କାରଣ ସେ ନିଜ ନିର୍ବାଚନ ମଣ୍ଡଳୀକୁ ଖୁବ କମ ଯାଉଥିବା ଏବଂ ଅଧିକାଂଶ ସମୟ ଭୁବନେଶ୍ୱର ଏବଂ ବାହାରେ ରହୁଥିବା ଅଭିଯୋଗ ମଧ୍ୟ ଉଠୁଥିଲା । ସେପଟେ କିନ୍ତୁ ବିଜେଡିର ଜଣେ ବରିଷ୍ଠ ନେତା ସଂଗଠନ ସଜାଡୁଥିବା ଖବର ଚର୍ଚ୍ଚାରେ । ଏ ସବୁ ବି ରୋହିତଙ୍କ ମନ୍ତ୍ରୀ ପଦ ଯିବା ପଛର କାରଣ ହୋଇପାରେ । ଏସବୁ ଭିତରେ ବଡ଼ ଯୁକ୍ତିଟିଏ ହେଲା ନିକଟରେ ଦୁଇ ମନ୍ତ୍ରୀଙ୍କୁ ବାଦ ଦେଇ ତିନି ନୂଆ ମନ୍ତ୍ରୀଙ୍କୁ ସାମିଲ କରିଥିବା ନବୀନ ପଟ୍ଟନାୟକ ଏକ ଛୋଟିଆ ସମ୍ପ୍ରସାରଣରେ ପଶ୍ଚିମ ଓଡିଶାରୁ ଜଣେ ବିଧାୟକଙ୍କୁ ନିଜ ଟିମରେ ସାମିଲ କରିପାରନ୍ତି ।

Also Read: ବାହାନଗା ଟ୍ରେନ୍ ଟ୍ରାଜେଡି : ଆହତଙ୍କ ମଧ୍ୟରୁ ୨୦ଜଣ SCB ଆଇସିୟୁରେ, ୬୩ ଜଣଙ୍କର ହୋଇଛି ଅସ୍ତ୍ରୋପଚାର

   Related Posts